Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜିର ଖବର

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ପାରମ୍ପରିକ ଖଣି ଓ ଧାତୁସାର କ୍ଷେତ୍ରର ପରିଧି ଟପି ଓଡ଼ିଶା ବର୍ତ୍ତମାନ ଦେଶର ଶିଳ୍ପ ମାନଚିତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ରାସାୟନିକ, ପେଟ୍ରୋ-ରାସାୟନିକ, ପ୍ଲାଷ୍ଟିକ୍ ଏବଂ ପ୍ୟାକେଜିଂ ମୂଲ୍ୟ ଶୃଙ୍ଖଳାରେ ରାଜ୍ୟକୁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁମ୍ବାଇରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ଦୁଇ ଦିନିଆ ପ୍ରସିଦ୍ଧ ଜାତୀୟ ସମ୍ମିଳନୀ ‘ଇଣ୍ଡିଆ କେମ୍ ୨୦୨୬’ରେ ରାଜ୍ୟର ଦୃଢ଼ ଶିଳ୍ପ ଭିତ୍ତିଭୂମି ଏବଂ ପ୍ରଗତିଶୀଳ ନୀତିଗୁଡ଼ିକୁ ବିଶ୍ୱସ୍ତରୀୟ ପୁଞ୍ଜିପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସମ୍ମିଳନୀର ଉଦଘାଟନୀ ଅଧିବେଶନ ସମେତ କେନ୍ଦ୍ର କେମିକାଲ୍ସ, ଫର୍ଟିଲାଇଜର୍ସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ସ୍ୱତନ୍ତ୍ର CEO ଗୋଲଟେବୁଲ୍ ବୈଠକରେ ଯୋଗ ଦେବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦେଶବିଦେଶର ୨୦ରୁ ଅଧିକ ଅଗ୍ରଣୀ ରାସାୟନିକ ଓ ପେଟ୍ରୋ-ରାସାୟନିକ କମ୍ପାନୀର ମୁଖ୍ୟମାନଙ୍କ ସହ ଏକାନ୍ତ ଆଲୋଚନା କରିବେ। ରାଜ୍ୟରେ ଶିଳ୍ପ ସମ୍ପ୍ରସାରଣ ଏବଂ ନୂତନ ପ୍ରକଳ୍ପ ସ୍ଥାପନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ରାଜସ୍ଥାନ ପରି ପ୍ରମୁଖ ଶିଳ୍ପୋନ୍ନତ ରାଜ୍ୟଗୁଡ଼ିକ ସହିତ ଓଡ଼ିଶା ମଧ୍ୟ ଏକା ପରିସରରେ ସ୍ଥାନ ପାଇ ଜାତୀୟ ସ୍ତରରେ ନିଜର ବର୍ଦ୍ଧିତ ପ୍ରଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି।

ଏହି ସମ୍ମିଳନୀରେ ଓଡ଼ିଶା ପକ୍ଷରୁ ‘କୋଇଲା ଗ୍ୟାସିଫିକେସନ୍’ ପ୍ରଯୁକ୍ତିବିଦ୍ୟାକୁ ଏକ ଭବିଷ୍ୟତମୁଖୀ ଏବଂ ସ୍ଥାୟୀ ଶିଳ୍ପ ସୁଯୋଗ ଭାବେ ପ୍ରଦର୍ଶନ କରାଯିବ। ଏହାସହିତ, ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସ୍ୱତନ୍ତ୍ର ତଥା ବୃହତ କେମିକାଲ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏହି ଅଭିନବ ପଦକ୍ଷେପ ଦ୍ୱାରା ଶିଳ୍ପଗୁଡ଼ିକୁ ପ୍ଲଗ୍-ଆଣ୍ଡ-ପ୍ଲେ ପରିବେଶ ମିଳିବା ସହ ଆନୁଷଙ୍ଗିକ ଏବଂ ତଳମୁହାଁ ଶିଳ୍ପଗୁଡ଼ିକର ବିକାଶ ଅଧିକ ତ୍ୱରାନ୍ୱିତ ହେବ।

ପୂର୍ବରୁ ରାଜ୍ୟ ସରକାର ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍‌ ଓଡ଼ିଶା ୨୦୨୫’ ର ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ସଫଳତା ହାସଲ କରିଛନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରାୟ ୩୯,୩୮୩ କୋଟି ଟଙ୍କା ବ୍ୟୟରେ ୫୩ଟି ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମିପୂଜା କରାଯାଇଛି, ଯାହାଦ୍ୱାରା ୪୨,୫୧୨ରୁ ଅଧିକ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ଦ୍ୱାରଫିଟିଛି। ଏହିସବୁ ପଦକ୍ଷେପ ମାଧ୍ୟମରେ ଓଡ଼ିଶା ବର୍ତ୍ତମାନ କେବଳ ଖଣିଜ ସମ୍ପଦରେ ସୀମିତ ନରହି, ଦେଶର ଅର୍ଥନୀତିକୁ ଏକ ଆଧୁନିକ ଓ ବିବିଧତାପୂର୍ଣ୍ଣ ଦିଗ୍‌ଦର୍ଶନ ଦେବା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି।

ଗସ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶହରାରେ ବିଜୟ ଉତ୍ସବ ପାଳନ କରି ପିତ୍ରାଳୟକୁ ବାହୁଡିଲେ ମା’ ଭଗବତୀ

October 21, 2026

ଜନ୍ତର ମନ୍ତର ଗେଟ୍ ଡେଇଁବା ବିବାଦ: ପଛକୁ ହଟିଲେ ସିଜେପି ନେତା

October 21, 2026

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026
Latest News

ଦଶହରାରେ ବିଜୟ ଉତ୍ସବ ପାଳନ କରି ପିତ୍ରାଳୟକୁ ବାହୁଡିଲେ ମା’ ଭଗବତୀ

October 21, 2026

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 21, 2026

ଜନ୍ତର ମନ୍ତର ଗେଟ୍ ଡେଇଁବା ବିବାଦ: ପଛକୁ ହଟିଲେ ସିଜେପି ନେତା

October 21, 2026

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.