Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା
ଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା

October 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Amit Mishra becomes the spin bowling coach for Delhi Capitals.

ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ନିଜର କୋଚିଂ ଟିମକୁ ଅଧିକ ମଜଭୁତ କରିଛି। ପୂର୍ବତନ ଭାରତୀୟ ଖ୍ୟାତନାମା ଲେଗ୍ ସ୍ପିନର୍ ଅମିତ ମିଶ୍ରାଙ୍କୁ ଦଳର ନୂତନ ‘ସ୍ପିନ୍ ବୋଲିଂ କୋଚ୍’ ଭାବେ ନିଯୁକ୍ତି ଦିଆଯାଇଛି। ଦିଲ୍ଲୀ ଫ୍ରାଞ୍ଚାଇଜି ସହ ମିଶ୍ରାଙ୍କ ପୁରୁଣା ସମ୍ପର୍କ ରହିଥିବାବେଳେ ଏହି ନିଯୁକ୍ତିକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଏହାପୂର୍ବରୁ ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟ କୋଚ୍, ଯୁବରାଜ ସିଂହଙ୍କୁ ଆସିଷ୍ଟାଣ୍ଟ୍ କୋଚ୍ ଏବଂ ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର୍ ଚାମିଣ୍ଡା ଭାସ୍‌ଙ୍କୁ ଫାଷ୍ଟ୍ ବୋଲିଂ କୋଚ୍ ଭାବେ ଦାୟିତ୍ୱ ଦେଇସାରିଛି। ଅମିତ ମିଶ୍ରା ନିଜର ଆଇପିଏଲ୍ କ୍ୟାରିୟର୍‌ର ଶୁଭାରମ୍ଭ ଦିଲ୍ଲୀ ଫ୍ରାଞ୍ଚାଇଜିରୁ କରିଥିଲେ ଏବଂ ଏହି ଦଳ ପକ୍ଷରୁ ସେ ୧୦ଟି ସିଜନ୍ ଖେଳିଛନ୍ତି। ଆଇପିଏଲ୍ ଇତିହାସରେ ୩ଟି ହ୍ୟାଟ୍ରିକ୍ ନେବାର ବିରଳ ସଫଳତା ହାସଲ କରିଥିବା ଅମିତ ମିଶ୍ରା ଏକମାତ୍ର ବୋଲର୍ ଅଟନ୍ତି। ସେ ୨୦୦୮ରେ ଦିଲ୍ଲୀ ପକ୍ଷରୁ ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।

ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅମିତ ମିଶ୍ରା ଭାରତ ପକ୍ଷରୁ ୨୨ଟି ଟେଷ୍ଟ୍ ମ୍ୟାଚ୍‌ରୁ ୭୬ଟି ୱିକେଟ୍, ୩୬ଟି ଦିନିକିଆରୁ ୬୪ଟି ୱିକେଟ୍ ଏବଂ ୧୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୧୬ଟି ୱିକେଟ୍ ନିଜ ନାମରେ କରିଛନ୍ତି। ସେ ୨୦୨୪ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ପକ୍ଷରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ବର୍ତ୍ତମାନ କୋଚିଂ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ଯୁବ ସ୍ପିନର୍ମାନଙ୍କୁ ତାଙ୍କର ମୂଲ୍ୟବାନ ଅଭିଜ୍ଞତା ପ୍ରଦାନ କରିବେ।

ଅମିତ ମିଶ୍ରା ଆଇପିଏଲ୍ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନ୍ବୋ ଲିଂ କୋଚ୍
Share. Facebook Twitter LinkedIn Email WhatsApp Copy Link

Related Posts

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଦିନିକିଆ ବୋଲର୍‌ଙ୍କ ଟପ୍‌-୫ରେ ସ୍ଥାନ ପାଇଲେ କୁଲଦୀପ୍

October 22, 2026

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026
Latest News

SBI Account Safety: ଡାଟା ଲିକ୍‌ ହେଲେ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରିବ କି?

October 22, 2026

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଦିନିକିଆ ବୋଲର୍‌ଙ୍କ ଟପ୍‌-୫ରେ ସ୍ଥାନ ପାଇଲେ କୁଲଦୀପ୍

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.