ଆଜି ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ନୀତି ଲାଗୁ କରାଯିବା ପରେ ଏହାକୁ ନେଇ ମତ ପ୍ରକାଶ କରିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ । ଦିଲ୍ଲୀରେ ମଧ୍ୟ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ନିୟମ ଲାଗୁ କରାଯିବା ଉଚିତ୍ ବୋଲି ତିଓ୍ବାରୀ କହିଛନ୍ତି । ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ବୋଲି ତିଓ୍ବାରୀ ମତ ଦେଇଛନ୍ତି । ଦିଲ୍ଳୀରେ ବର୍ତ୍ତମାନ ବିଦେଶୀଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ କ୍ଷମତାକୁ ଆସିଲେ ଦଳ ଏହି ନିୟମ ଲାଗୁ କରିବ ଏବଂ ବିଦେଶୀଙ୍କୁ ଦିଲ୍ଲୀରୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ତିଓ୍ବାରୀଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛି ଦିଲ୍ଲୀ ମହିଳା କଂଗ୍ରେସ । ତିଓ୍ବାରୀ ନିଜେ ବିହାରରେ ଜନ୍ମଗ୍ରହଣ କରି ଶିକ୍ଷା ସମାପ୍ତ କରିଛନ୍ତି । ବାରଣାସୀ ଏବଂ ଉତ୍ତର ପ୍ରଦେଶରେ କାମ କରିବା ପରେ ଗୋରଖପୁର ଏବଂ ଦିଲ୍ଲୀରୁ ନିର୍ବାଚନ ଲଢିଛନ୍ତି ତେଣୁ ଦିଲ୍ଲୀରେ ବିଦେଶୀଙ୍କ ଉପସ୍ଥିତି ନେଇ ପ୍ରଶ୍ନ ଉଠାଇବା ଆଶ୍ଚର୍ଯ୍ୟ ଜନକ ବୋଲି ମହିଳା କଂଗ୍ରେସ ପକ୍ଷରୁ ଟ୍ବିଟ୍ କରାଯାଇଛି ।