ପୁରୀରେ ଦୁଇଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ। ରବିବାର ଓ ଗଣେଶ ପୂଜା ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ । ପୁରୀ ମନ୍ଦିରରେ ଭିଡ଼ ଦୃଷ୍ଟିରୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ପୁରୀରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରୀ ଠାରୁ ୭୫ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯିବ । ଏହା ପରିସୀମାରେ ଥିବା ମଠ, ବାଡ଼ି, କୋଠା, ଲଜିଂ, ହୋଟେଲ, ଦୋକାନ ସବୁ ଭଙ୍ଗାଯିବ । ଶହଶହ ବର୍ଷର ପୂରାତନ ମଠ ସଂସ୍କୃତି ଏବେ କୋଠା ଭିତରେ ଚାଲିବ ।