Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଧାନ ପରିଷଦ ନିର୍ବାଚନ କ’ଣ ଓ କିପରି ହୁଏ ଭୋଟିଂ?: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ
ଜାତୀୟ ଖବର

ବିଧାନ ପରିଷଦ ନିର୍ବାଚନ କ’ଣ ଓ କିପରି ହୁଏ ଭୋଟିଂ?: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

October 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାନ ପରିଷଦ ନିର୍ବାଚନ
ବିଧାନ ପରିଷଦ ନିର୍ବାଚନ କଣ, କିପରି ହୁଏ ଭୋଟିଂ?

ନୂଆଦିଲ୍ଲୀ: ବିଧାନ ପରିଷଦ ହେଉଛି ରାଜ୍ୟ ବିଧାନମଣ୍ଡଳର ଉଚ୍ଚ ସଦନ, ଯାହାକୁ ବିଧାନସଭାର ପରିପୂରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଦେଶର ମାତ୍ର ୬ ଟି ରାଜ୍ୟ – କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ବିଧାନ ପରିଷଦ ଅଛି।

କିପରି ଗଠନ ହୁଏ?

ସମ୍ବିଧାନର ଧାରା ୧୭୧ ଅନୁଯାୟୀ, ପରିଷଦର ସଦସ୍ୟ ସଂଖ୍ୟା ବିଧାନସଭାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ, ଏବଂ ସର୍ବନିମ୍ନ ୪୦ ରହିବ। କର୍ଣ୍ଣାଟକରେ ଏହା ୭୫।

ସଦସ୍ୟ ଚୟନର ୫ଟି ଉପାୟ:

୧. ବିଧାୟକଙ୍କ ଦ୍ୱାରା – ୧/୩ ସଦସ୍ୟ ବିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି।
୨. ସ୍ଥାନୀୟ ନିକାୟ ଦ୍ୱାରା – ୧/୩ ସଦସ୍ୟ ପୌରପାଳିକା, ଜିଲ୍ଲା ପରିଷଦ ଭଳି ସ୍ଥାନୀୟ ସଂସ୍ଥା ଦ୍ୱାରା।
୩. ଶିକ୍ଷକ ନିର୍ବାଚନ ମଣ୍ଡଳୀ – ୧/୧୨ ସଦସ୍ୟ ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବା ଶିକ୍ଷକଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଏଥର କର୍ଣ୍ଣାଟକର ୨ ଆସନ ଏହି ବର୍ଗର ଥିଲା।
୪. ସ୍ନାତକ ନିର୍ବାଚନ ମଣ୍ଡଳୀ – ୧/୧୨ ସଦସ୍ୟ ଅତିକମରେ ୩ ବର୍ଷ ପୂର୍ବେ ସ୍ନାତକ ପାସ କରିଥିବା ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଏଥର ୨ ଆସନ ଏହି ବର୍ଗର ଥିଲା।
୫. ରାଜ୍ୟପାଳଙ୍କ ମନୋନୟନ – ୧/୬ ସଦସ୍ୟଙ୍କୁ ସାହିତ୍ୟ, କଳା, ବିଜ୍ଞାନ, ସମାଜସେବା କ୍ଷେତ୍ରର ବିଶେଷଜ୍ଞଙ୍କ ମଧ୍ୟରୁ ରାଜ୍ୟପାଳ ମନୋନୀତ କରନ୍ତି। କର୍ଣ୍ଣାଟକରେ ଏପରି ୫ ପଦ ଏବେ ଖାଲି ଅଛି।

ବିଧାନ ପରିଷଦର ୫ ପ୍ରକାର ସଦସ୍ୟ

ଭାବନ୍ତୁ ପରିଷଦର ୬୦ ଜଣ ସଦସ୍ୟ ଅଛନ୍ତି, ସେମାନେ କେଉଁଠୁ ଆସନ୍ତି:

୧. ବିଧାୟକମାନେ ବାଛନ୍ତି- ୧/୩ (୨୦ ଜଣ): ବିଧାନସଭାରେ ଥିବା ବିଧାୟକମାନେ ଭୋଟ ଦେଇ ଏମାନଙ୍କୁ ବାଛନ୍ତି।

୨. ସରପଞ୍ଚ, ପୌରପାଳିକା ସଦସ୍ୟ ବାଛନ୍ତି- ୧/୩ (୨୦ ଜଣ): ଗାଁ, ବ୍ଲକ, ଜିଲ୍ଲା ପରିଷଦ, ମ୍ୟୁନିସିପାଲଟିର ନେତାମାନେ ଏମାନଙ୍କୁ ବାଛନ୍ତି।

୩. ଶିକ୍ଷକମାନେ ବାଛନ୍ତି- ୧/୧୨(୫ ଜଣ): ଯେଉଁ ଶିକ୍ଷକ ୩ ବର୍ଷରୁ ଅଧିକ ପଢାଉଛନ୍ତି, କେବଳ ସେମାନେ ଭୋଟ ଦେଇ ବାଛନ୍ତି। ଏଥର କର୍ଣ୍ଣାଟକରେ ଏମିତି ୨ ଆସନରେ ଭୋଟ ହେଲା।

୪. ପାଠ ପଢ଼ିଥିବା ଲୋକେ ବାଛନ୍ତି- ୧/୧୨ (୫ ଜଣ): ଯେଉଁମାନେ ୩ ବର୍ଷ ତଳେ ଗ୍ରାଜୁଏଟ ହୋଇଛନ୍ତି, ସେମାନେ ଭୋଟ ଦିଅନ୍ତି। ଏଥର କର୍ଣ୍ଣାଟକରେ ଏମିତି ୨ ଆସନରେ ଭୋଟ ହେଲା।

୫. ରାଜ୍ୟପାଳ ବାଛନ୍ତି- ୧/୬ (୧୦ ଜଣ): ସରକାର ପରାମର୍ଶ ଦିଏ, ରାଜ୍ୟପାଳ କଳା, ସାହିତ୍ୟ, ବିଜ୍ଞାନର ଜଣାଶୁଣା ଲୋକଙ୍କୁ ମନୋନୀତ କରନ୍ତି। ଏବେ କର୍ଣ୍ଣାଟକରେ ୫ଟି ପଦ ଖାଲି।

କାର୍ଯ୍ୟକାଳ ଏବଂ ଭୋଟିଂ ପ୍ରକ୍ରିୟା:

ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ। ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଦସ୍ୟ ଅବସର ନିଅନ୍ତି। ଭୋଟିଂ ପ୍ରକ୍ରିୟା ଗୁପ୍ତ ମତଦାନ ଏବଂ ଅଗ୍ରାଧିକାର ଭୋଟ (Preferential Voting) ମାଧ୍ୟମରେ ହୁଏ। ଶିକ୍ଷକ ଏବଂ ସ୍ନାତକ ଆସନରେ ସାଧାରଣ ନାଗରିକ ସିଧାସଳଖ ଭୋଟ ଦିଅନ୍ତି, ଯାହା ଏହାକୁ ବିଧାୟକ କୋଟାଠାରୁ ଅଲଗା କରେ।

Article 171 BJP JDS Clean Sweep Graduate Constituency How MLC Elected Karnataka MLC Election 2026 Legislative Council Election Teacher Constituency Vidhan Parishad
Share. Facebook Twitter LinkedIn Email WhatsApp Copy Link

Related Posts

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026

ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ମେଣ୍ଟର ‘ସାର୍ବଜନୀନ ମହାଭିଯୋଗ’ କାର୍ଯ୍ୟକ୍ରମ

October 28, 2026

ଦୁର୍ବଳ ହେଉଛି ବାତ୍ୟା ‘ଅର୍ଣ୍ଣବ’: ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

October 28, 2026

Reliance Beats Tata: ଜିଓର ଧମାକାଦାର ଏଣ୍ଟ୍ରି, ରିଲାଏନ୍ସ ହେଲା ଦେଶର ଏକ ନମ୍ବର ବ୍ୟବସାୟିକ ଗ୍ରୁପ

October 28, 2026
Latest News

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026

ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ମେଣ୍ଟର ‘ସାର୍ବଜନୀନ ମହାଭିଯୋଗ’ କାର୍ଯ୍ୟକ୍ରମ

October 28, 2026

ଦୁର୍ବଳ ହେଉଛି ବାତ୍ୟା ‘ଅର୍ଣ୍ଣବ’: ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

October 28, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା

October 28, 2026

Reliance Beats Tata: ଜିଓର ଧମାକାଦାର ଏଣ୍ଟ୍ରି, ରିଲାଏନ୍ସ ହେଲା ଦେଶର ଏକ ନମ୍ବର ବ୍ୟବସାୟିକ ଗ୍ରୁପ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.