Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହିଳା କଏଦୀଙ୍କ ସୁରକ୍ଷା ପାଇଁ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଏନ୍‌ଏଚ୍‌ଆର୍‌ସିର ପରାମର୍ଶାବଳୀ ଜାରି
ଜାତୀୟ ଖବର

ମହିଳା କଏଦୀଙ୍କ ସୁରକ୍ଷା ପାଇଁ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଏନ୍‌ଏଚ୍‌ଆର୍‌ସିର ପରାମର୍ଶାବଳୀ ଜାରି

October 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହିଳା କଏଦୀଙ୍କ ସୁରକ୍ଷା ପାଇଁ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଏନ୍‌ଏଚ୍‌ଆର୍‌ସିର ପରାମର୍ଶାବଳୀ ଜାରି
ମହିଳା କଏଦୀଙ୍କ ସୁରକ୍ଷା ପାଇଁ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଏନ୍‌ଏଚ୍‌ଆର୍‌ସିର ପରାମର୍ଶାବଳୀ ଜାରି

ନୂଆଦିଲ୍ଲୀ: ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ପକ୍ଷରୁ ‘ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ମାନବାଧିକାର ସୁରକ୍ଷା’ ସମ୍ପର୍କରେ ଏକ ପରାମର୍ଶାବଳୀ ଜାରି କରାଯାଇଛି। ଏହି ପରାମର୍ଶାବଳୀ ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ/ପ୍ରଶାସକ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ପଠାଯାଇଛି।

ଏନ୍‌ଏଚ୍‌ଆର୍‌ସି ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ଅଧିକାର ଏବଂ ଆବଶ୍ୟକତା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଲିଙ୍ଗଗତ ସମ୍ବେଦନଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛି। ଏଥିସହ ଜେଲ୍‌ରେ ଉପଯୁକ୍ତ ପରିବେଶ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ନ୍ୟାୟ ପାଇବାର ସୁଯୋଗ, ପାରିବାରିକ ସମ୍ପର୍କର ସୁରକ୍ଷା, ଶିଶୁଙ୍କ ସର୍ବୋତ୍ତମ ସ୍ୱାର୍ଥର ସୁରକ୍ଷା ଏବଂ ପୁନର୍ବାସ ଓ ସମାଜରେ ପୁନଃସମ୍ମିଳନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛି।

ଏହି ପରାମର୍ଶରେ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜେଲ୍‌ରେ ଭର୍ତ୍ତି ପୂର୍ବରୁ ପଦକ୍ଷେପ, ଗିରଫ ଓ ଜେଲ୍‌ରେ ପ୍ରବେଶ, ଭର୍ତ୍ତି ସମ୍ପର୍କିତ ରେକର୍ଡ, ପିଲାଙ୍କ ତଥ୍ୟ ଓ କାଗଜପତ୍ର, ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା, ମାନସିକ ସ୍ୱାସ୍ଥ୍ୟ, ମହିଳା କଏଦୀଙ୍କ ରହଣି ଅବସ୍ଥା, ସ୍ୱଚ୍ଛତା, କଲ୍ୟାଣ ଓ ସଂବେଦନଶୀଳତା, କଏଦୀଙ୍କ ସହ ରହୁଥିବା କିମ୍ବା ସେମାନଙ୍କଠାରୁ ଅଲଗା ରହୁଥିବା ପିଲା, ଯୋଗାଯୋଗ ଓ ପାରିବାରିକ ସାକ୍ଷାତ୍‌, ଜେଲ୍‌ ପ୍ରଶାସନ, ଆଇନଗତ ସହାୟତା ଓ ନ୍ୟାୟ ପାଇବାର ସୁଯୋଗ, ମହିଳା କଏଦୀଙ୍କୁ ଅଦାଲତରେ ହାଜର କରାଯିବା ସମୟରେ ଲିଙ୍ଗ ଅନୁକୂଳ ସୁବିଧା ଓ କଲ୍ୟାଣମୂଳକ ବ୍ୟବସ୍ଥା, ପୁନର୍ବାସ, ଜେଲ୍‌ରୁ ମୁକ୍ତ ହେବା ପରେ ସହାୟତା ଓ ସମାଜରେ ପୁନଃଏକୀକରଣ ଏବଂ ବିଦେଶୀ କଏଦୀ।

ପରାମର୍ଶରେ ଦିଆଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଏନ୍‌ଏଚ୍‌ଆର୍‌ସି ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ନିଆଯାଇଥିବା ପଦକ୍ଷେପ ଓ କାର୍ଯ୍ୟାନ୍ୱୟନର ଅଗ୍ରଗତି ସମ୍ପର୍କରେ ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନ୍‌ଏଚ୍‌ଆର୍‌ସି ଜାତୀୟ ମାନବାଧିକାର ଆୟୋଗ ପରାମର୍ଶାବଳୀ ଜାରି ମହିଳା କଏଦୀଙ୍କ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026

Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!

October 29, 2026

ୟୁଏଇର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେଲେ କ୍ୟାପଟେନ୍‌ ସ୍ମିତ ମଚ୍ଛାର

October 29, 2026
Latest News

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026

Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!

October 29, 2026

ୟୁଏଇର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେଲେ କ୍ୟାପଟେନ୍‌ ସ୍ମିତ ମଚ୍ଛାର

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.