Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ହଟିବ ’ସ୍ବିସ୍‌ ବ୍ୟାଙ୍କ ସିକ୍ରେସି’ : ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ଦେବ ସ୍ବିସ୍‌ ବ୍ୟାଙ୍କ
ଆଜିର ଖବର

ଆଜିଠାରୁ ହଟିବ ’ସ୍ବିସ୍‌ ବ୍ୟାଙ୍କ ସିକ୍ରେସି’ : ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ଦେବ ସ୍ବିସ୍‌ ବ୍ୟାଙ୍କ

September 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଳାଧନ ବିରୋଧରେ ଭାରତକୁ ଆଉ ଏକ ସଫଳତା ମିଳିବ । ଆଜିଠାର ଅର୍ଥାତ୍‌ ସେପ୍ଟେମ୍ବର ୧ତାରିଖରୁ ଭାରତର ଟ୍ୟାକ୍ସ ଅଧିକାରୀମାନେ ଅତି ସହଜରେ ସ୍ବିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳା ଧନ ସମ୍ପର୍କରେ ଜାଣିପାରିବେ । ସ୍ବିସ୍‌ ବ୍ୟାଙ୍କ ସିକ୍ରେସି ଯୁଗର ଅନ୍ତ ଘଟିବ । ଆଜିଠାରୁ ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ଦେବ ସ୍ବିସ୍‌ ବ୍ୟାଙ୍କ । ଭାରତ ଓ ସ୍ଵିଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ ସୂଚନାର ସ୍ଵତଃ ଆଦାନ ପ୍ରଦାନ ରାଜିନାମା ଲାଗୁ ହେବା ସହିତ ଭାରତୀୟଙ୍କ ସ୍ବିସ୍‌ଙ୍କ ବ୍ୟାଙ୍କ ଖାତା ଉପରେ ରହସ୍ୟର ପରଦା ଉଠିଯିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) କଳାଧନ ବିପକ୍ଷ ଲଢେଇରେ ଏହି ପଦକ୍ଷେପକୁ ବହୁତ ମହତ୍ଵପୂର୍ଣ୍ଣ ଦର୍ଶାଇଛି। ବୋର୍ଡ କହିଛି ଯେ ସେପ୍ଟେମ୍ବରରୁ ସ୍ବିସ ବ୍ୟାଙ୍କ ସମ୍ବନ୍ଧିତ ଗୋପନୀୟତାର ଯୁଗ ସମାପ୍ତ  ହୋଇଯିବ। ଭାରତକୁ ସ୍ଵିଜରଲାଣ୍ଡରେ ଭାରତୀୟ ନାଗରିକଙ୍କ ୨୦୧୮ରେ ବନ୍ଦ ହୋଇଥିବା ଖାତାର ସୂଚନା ମଧ୍ୟ ମିଳିଯିବ। ସୂଚନା ଆଦାନ ପ୍ରଦାନର ଏହି ବ୍ୟବସ୍ଥା ଆରମ୍ଭ ହେବା ଠିକ୍ ପୂର୍ବରୁ ଭାରତ ଆସିଥିବା ସ୍ଵିଜରଲାଣ୍ଡର ଏକ ପ୍ରତିନିଧିମଣ୍ଡଳ ଅଗଷ୍ଟ ୨୯ ଓ ୩୦ ମଧ୍ୟରେ ରାଜସ୍ଵ ସଚିବ ଏ.ବି. ପାଣ୍ଡେ, ବୋର୍ଡର ଚେୟାରମ୍ୟାନ ପି.ସି. ମୋଦୀ ଓ ବୋର୍ଡର ସଦସ୍ୟ ଅଖିଳେଶ ରଞ୍ଜନ ସହିତ ବୈଠକ କରିଥିଲେ।   ସ୍ଵିଜରଲାଣ୍ଡର ଅନ୍ତରାଷ୍ଟ୍ରୀୟ ଆର୍ଥିକ ମାମଲାର ରାଜ୍ୟ ସଚିବାଳୟରେ କର ବିଭାଗର ଉପପ୍ରମୁଖ ନିକୋଲାସ ମାରିଓ ସ୍ବିସ୍‌ ଭାରତ ଗସ୍ତ କରିଥିବା ପ୍ରତିନିଧୀମଣ୍ଡଳର ନେତୃତ୍ଵ ନେଇଛନ୍ତି। ତେବେ ମିଳିଥିବା ସୂଚକା ଅନୁସାରେ ୧୯୮୦ରୁ ୨୦୧୦ ଭିତରେ ୩୦ ବର୍ଷ ମଧ୍ୟରେ ଭାରତୀମାନେ ପାଖାପାଖି ୧୭,୨୫.୩୦୦ କୋଟିରୁ ୩୪,୩୦,୦୦୦ କୋଟି ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ହାତୀ ଆକ୍ରମଣରେ ଯୁବକ ମୃତ

April 17, 2026

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

April 17, 2026
Latest News

ହାତୀ ଆକ୍ରମଣରେ ଯୁବକ ମୃତ

April 17, 2026

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

April 17, 2026

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.