ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ INDIA ମେଣ୍ଟ ପକ୍ଷରୁ ‘ଜନ ମହାଭିଯୋଗ’ ପାଇଁ ପ୍ରସ୍ତୁତି ଚାଲିଛି।
ଏହା କ’ଣ?
ପ୍ରଥମେ ଏହାକୁ ‘Mock Parliament’ କୁହାଯାଉଥିଲା। ସଂସଦ ଅବମାନନା ଅଭିଯୋଗରୁ ବର୍ତ୍ତିବା ପାଇଁ ଏବେ ଏହାର ନାମ ବଦଳାଇ ‘People’s Impeachment / ଜନ ମହାଭିଯୋଗ’ ରଖାଯାଇଛି। ଏହା ସଂସଦ ବାହାରେ ଜନତାଙ୍କ ଅଦାଲତରେ CEC ଙ୍କ ବିରୁଦ୍ଧରେ ଅଭିଯୋଗ ଉପସ୍ଥାପନ।
କେବେ ଓ କେଉଁଠି?
ଆଜି ଅପରାହ୍ନ ୩ଟାରୁ ୭.୩୦ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନ ୧୦ ରାଜାଜୀ ମାର୍ଗରେ ଏହି କାର୍ଯ୍ୟକ୍ରମ ହେବ।
କିଏ ନେତୃତ୍ୱ ନେବେ?
ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିବେ, ସମାଜବାଦୀ ପାର୍ଟିର ଜଣେ ସାଂସଦ ସହଯୋଗ କରିବେ। ମଲ୍ଲିକାର୍ଜୁନ ଖଡଗେ ଆରମ୍ଭ ଭାଷଣ ଓ ରାହୁଲ ଗାନ୍ଧୀ ଶେଷ ଭାଷଣ ଦେବେ। ୧୯ଟି ଦଳର ପ୍ରାୟ ୩୦ ଜଣ ନେତା ଭାଷଣ ଦେବେ।
ଅଭିଯୋଗ କ’ଣ?
INDIA ମେଣ୍ଟର ଅଭିଯୋଗ – ଭୋଟର ତାଲିକାରୁ ନାମ କଟିବା ଓ Special Intensive Revision (SIR) ପ୍ରକ୍ରିୟାରେ ସ୍ୱଚ୍ଛତା ଅଭାବ। ନିର୍ବାଚନ ଆୟୋଗ କହୁଛନ୍ତି ଯେ, ୧୩.୫ କୋଟି ଭୋଟର ପ୍ରଭାବିତ, କଂଗ୍ରେସର ଦାବି ୧୬.୫ କୋଟି। ପୂର୍ବରୁ ସଂସଦରେ ଆଗତ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଯାଇଥିଲା।
ଏହି କାର୍ଯ୍ୟକ୍ରମ YouTube ରେ Live ହେବ ଓ ଜାତୀୟ ସଙ୍ଗୀତ ସହ ଶେଷ ହେବ।


