Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟାରେ ପ୍ରଭାବିତ ଜିଲ୍ଲା ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ୪ ଆଇଏଏସ୍ ଅଫିସର୍ ନିୟୋଜିତ
ବିଶେଷ ଖବର

ବାତ୍ୟାରେ ପ୍ରଭାବିତ ଜିଲ୍ଲା ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ୪ ଆଇଏଏସ୍ ଅଫିସର୍ ନିୟୋଜିତ

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Revenue Minister reviews the situation in cyclone-affected districts; 4 IAS officers deployed.

ଭୁବନେଶ୍ୱର: ବାତ୍ୟା “ଅର୍ଣ୍ଣବ’ ଯୋଗୁ ଲଗାଣ ବର୍ଷା ଏବଂ ତା’କାରଣରୁ ଆସିଥିବା ବନ୍ୟା ପ୍ରଭାବରେ ବିଶେଷ ଭାବେ ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ସହିତ ସମ୍ପ୍ରତି ଲ୍ୟାଣ୍ଡଫଲ୍ କରିସାରିଥିବା ବାତ୍ୟା’ ମୁରାସୁ’ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ବିସ୍ତୃତ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି, ଗତକାଲି ବିଳମ୍ବିତ ରାତିରେ ବାତ୍ୟା “ମୁରାସୁ’ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିସାରିଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜୟୱାଡା ତଳକୁ ଅଛି ଏବଂ ଆଗକୁ ବଢୁଛି। ଏହା କ୍ରମଶଃ ଆଗକୁ ବଢି ତେଲେଙ୍ଗାନା ପଟକୁ ମୁହାଁଇବ। ଏହାର ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇନାହିଁ । ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଚବିଶ ଘଣ୍ଟାରେ ସାରା ରାଜ୍ୟରେ ହାରାହାରି ୨ ମିମି ବର୍ଷା ହୋଇଛି। ପୁରୀରେ ୧୨ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ୧୦ ମିମି କିମ୍ବା ତା’ଠୁଁ କମ୍ ବର୍ଷା ହୋଇଛି।

ରାଜ୍ୟସରକାର ସମ୍ପୂର୍ଣ୍ଣ ପରିସ୍ଥିତି ନିରୀକ୍ଷଣ କରୁଛନ୍ତି ଏବଂ ସମସ୍ତ ପ୍ରକାର ପରିସ୍ଥିତି ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧,୫୨,୦୧୦ ଜନସାଧାରଣ ସ୍ଥାନାନ୍ତରିତ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ୬୨୦,ମାଲକାନଗିରି ଜିଲ୍ଲାରେ ୫୦୭୩, କୋରାପୁଟ ଜିଲ୍ଲାରେ ୧୧୦୧, କନ୍ଧମାଳ ଜିଲ୍ଲାରେ ୬୨୬୯, ରାୟଗଡ଼ା ଜିଲ୍ଲାରେ ୭୩୬ ; ଏହିପରି ଭାବେ ସର୍ବମୋଟ୍ ପ୍ରାୟ ୧,୬୫,୮୦୯ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ସେହିପରି ବର୍ତ୍ତମାନ ଉପରୋକ୍ତ ଜିଲ୍ଲାଗୁଡିକରେ ସର୍ବମୋଟ ପ୍ରାୟ ୫୯୨ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି। ସେହିପରି ସମ୍ପୃକ୍ତ ଜିଲ୍ଲା ଗୁଡିକରେ ପ୍ରାୟ ୫୪ ଓଡ୍ରାଫ୍‌, ୯ ଏନ୍‌ଡିଆର୍‌ଏଫ୍ ଏବଂ ୧୦୦ ରୁ ଉର୍ଦ୍ଧ୍ୱ ଅଗ୍ନିଶମ ସେବା ବାହିନୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ଯେ, ଅର୍ଣ୍ଣବ ପାଇଁ ବାସଗୃହ, ଚାଷଜମି, ବ୍ୟବସାୟ ଆଦି କ୍ଷୟକ୍ଷତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ପଞ୍ଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଶକ୍ତି ବିଭାଗ, ଜଳସମ୍ପଦ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏତଦ୍‌ବ୍ୟତୀତ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, ପ୍ରଭାବିତ ହିତାଧିକାରୀଙ୍କ ପାଖେ କ୍ଷତିପୂରଣ ପ୍ୟାକେଜ୍ ପହଞ୍ଚାଇବା ସୁନିଶ୍ଚିତ କରିବା, ଭିତ୍ତିଭୂମି ମରାମତି ତ୍ୱରାନ୍ୱିତ କରିବା ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ନିମନ୍ତେ ୪ ଜଣ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ସ୍ପେଶାଲ୍ ରିଲିଫ୍ କମିଶନର ଭାବେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରି ଅବସ୍ଥାପିତ କରାଯାଇଛି।

ଗଜପତି ଜିଲ୍ଲାରେ ୨୦୨୪ ବ୍ୟାଚ୍ ଆଇଏଏସ୍ ଅଫିସର ପୱନ କୁମାର, ଗଞ୍ଜାମ ଜିଲ୍ଲାରେ ୨୦୨୨ ବ୍ୟାଚ୍ ଆଇଏଏସ୍ ଅଫିସର୍ ଅଜିତ କୁମାର, ୨୦୨୩ ବ୍ୟାଚ୍ ଆଇଏଏସ୍ ଅଫିସର୍ ତେଜସ୍ୱିନୀ ବେହେରା ଏବଂ କନ୍ଧମାଳ ଜିଲ୍ଲାରେ ୨୦୨୩ ବ୍ୟାଚ୍ ଆଇଏଏସ୍ ଅଫିସର୍ ଶିବ ମାଲବ୍‌୍ୟଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ଆଜି ଅନୁଧ୍ୟାନ ନିମନ୍ତେ ଆସିଥିବା କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଜିଲ୍ଲାମାନଙ୍କରେ ଜିଲ୍ଲାପାଳମାନେ କେନ୍ଦ୍ରୀୟ ଟିମର ପରିଦର୍ଶନ ସ୍ଥଳ ସ୍ଥିର କରି ସେମାନଙ୍କୁ ସହାୟତା କରୁଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ପେଶାଲ୍ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍‌, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ ଏବଂ ସମ୍ପୃକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ଆଇଏଏସ୍ ଅଫିସର୍ ବାତ୍ୟା ରାଜସ୍ବ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026

ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା ରୋକିବାକୁ ପ୍ରଶାସନ କଠୋର: DRSC ବୈଠକରେ ବଡ଼ ନିଷ୍ପତ୍ତି

November 4, 2026
Latest News

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.