Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ
ଆଜିର ଖବର

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋରାପୁଟ: ପୁଣି ତେଜିଲା କୋଟିଆ ସୀମା ବିବାଦ। ଓଡ଼ିଶା ସୀମା ଭିତରେ ପଶି ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ନେଇ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବ୍ୟାରିକେଡ୍‌ ଭାଙ୍ଗି ଓଡ଼ିଶା ମାଟିରେ ପ୍ରବେଶ କରିବାକୁ ଆନ୍ଧ୍ର ପୁଲିସ ଓ ସମର୍ଥକଙ୍କ ଉଦ୍ୟମକୁ ରୋକିଛି ଓଡ଼ିଶା ପ୍ରଶାସନ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଧସ୍ତାଧସ୍ତି, ଠେଲାପେଲା ଓ ମାରପିଟ୍‌ ହୋଇଛି। ଏପରିକି ସୀମା ଛାଡ଼ି ଫେରିବା ସମୟରେ ଆନ୍ଧ୍ର ସମର୍ଥକମାନେ ଓଡ଼ିଶା ପୁଲିସ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ସକାଳେ ନେରେଡ଼ିୱାଲସା ସୀମାରେ ଗୋଟିଏ ଅଟୋ ଓ ଦୁଇଟି ବାଇକ୍‌ରେ ଆନ୍ଧ୍ର ପକ୍ଷରୁ ପ୍ରଚାର କରାଯାଉଥିଲା। ଏହି ସମୟରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଓଡ଼ିଶା ସୀମା ଭିତରକୁ ନ ପଶିବାକୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ପରିସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

ଖବର ପାଇ ଆନ୍ଧ୍ର ପୁଲିସ ଓ ସମର୍ଥକମାନେ ସୀମାରେ ପହଞ୍ଚି ବ୍ୟାରିକେଡ୍‌ ଭାଙ୍ଗି ଓଡ଼ିଶା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ଉପଜିଲ୍ଲାପାଳ ଓ ଉପସ୍ଥିତ ଓଡ଼ିଶା ପୁଲିସ ତୀବ୍ର ବିରୋଧ କରିଥିଲେ। ଓଡ଼ିଶା ସୀମାରେ ଅନଧିକାର ପ୍ରବେଶ କରିବାକୁ ଆନ୍ଧ୍ରର କୌଣସି ଅଧିକାର ନାହିଁ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ବଢ଼ିବା ପରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା।

ଘଟଣାର ଖବର ପ୍ରଚାର ହେବା ପରେ ଅପରାହ୍ଣରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ବିଜେପିର ଏକ ପ୍ରତିନିଧି ଦଳ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ନେରେଡ଼ିୱାଲସାରେ ପହଞ୍ଚିଥିଲେ। ସେମାନେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମକୁ ଜୋରଦାର ବିରୋଧ କରିଥିଲେ।

ସନ୍ଧ୍ୟା ପ୍ରାୟ ୫ଟାରେ ଓଡ଼ିଶା ପକ୍ଷର ଶହ ଶହ ସମର୍ଥକ ସୀମାରେ ପହଞ୍ଚି ‘ଆନ୍ଧ୍ର ଗୋ ବ୍ୟାକ୍‌’ ନାରା ଦେଇଥିଲେ। ଏହାପରେ ଆନ୍ଧ୍ର ପୁଲିସ ଓ ସମର୍ଥକମାନେ ସୀମା ଛାଡ଼ି ଫେରିଯାଇଥିଲେ। ତେବେ ଫେରିବା ସମୟରେ ଲଙ୍କାଗୁଣ୍ଡ ଫିଙ୍ଗା ଘଟଣା ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଥିଲା।

କେବଳ ନିର୍ବାଚନ ପ୍ରଚାର ନୁହେଁ, ଓଡ଼ିଶାର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆନ୍ଧ୍ର ପକ୍ଷରୁ ଚାଉଳ ଓ ରାସନ ସାମଗ୍ରୀ ଭର୍ତ୍ତି ଟ୍ରକ୍‌ ଗଞ୍ଜେଇପଦରକୁ ପଠାଯାଇଥିବା ଅଭିଯୋଗ ହୋଇଛି। ସୋମବାର ଓଡ଼ିଶା ପ୍ରଶାସନ ଏହି ଟ୍ରକ୍‌କୁ ଫେରାଇ ଦେଇଥିଲା। ଏହାର ପ୍ରତିବାଦରେ ମଙ୍ଗଳବାର ସକାଳେ ତାଡ଼ିୱାଲସାରେ ରାସ୍ତାରୋକ କରାଯାଇଥିଲା। ପରେ ଓଡ଼ିଶା ପ୍ରଶାସନ ହସ୍ତକ୍ଷେପ କରି ରାସ୍ତାରୋକ ହଟାଇବା ସହ ଆନ୍ଧ୍ର ସମର୍ଥକଙ୍କୁ ସେଠାରୁ ହଟାଇଥିଲା।

ଘଟଣା ପରେ କୋଟିଆ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଓଡ଼ିଶା ପ୍ରଶାସନ। ଫଗୁଣସିନେରୀ, ଫାଟୁସିନେରୀ ଓ ନେରେଡ଼ିୱାଲସା—ଏହି ତିନିଟି ସୀମାନ୍ତ ଅଞ୍ଚଳରେ ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ କୋଟିଆର ୨୧ଟି ଗାଁରେ ୧୬୩ ଧାରା ଲାଗୁ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୯ ଜଣ ମାଜିଷ୍ଟ୍ରେଟ୍‌ଙ୍କୁ ନିୟୋଜିତ କରାଯାଇଛି।

ଉପଜିଲ୍ଲାପାଳ ଫାବି ରସିଦ, ପଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ସ୍ୱତନ୍ତ୍ର ଅଧିକାରୀ ସୌରଭକାନ୍ତ ଦାସ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଓ ସିଡିଓ ବେଣୁଧର ଶବର ପ୍ରମୁଖ ସୀମାରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ଓଡ଼ିଶା ସୀମାରେ ଅନଧିକାର ପ୍ରବେଶ କିମ୍ବା ବିଶୃଙ୍ଖଳା ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ନିର୍ଦ୍ଦେଶ ଦେଇଛନ୍ତି।

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଛି। ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ପୁଣିଥରେ ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ବଢ଼ିବା ଏହି ବିବାଦକୁ ନୂଆ ମୋଡ଼ ଦେଇଛି। ସୀମାରେ ସ୍ଥିତି ନିୟନ୍ତ୍ରଣରେ ରଖିବା ସହ ଆଗକୁ କୌଣସି ଅପ୍ରୀତିକର ଘଟଣା ନ ଘଟିବା ଏବେ ପ୍ରଶାସନ ପାଇଁ ବଡ଼ ଆହ୍ୱାନ।

#KotiaBorderDispute #OdishaAndhraBorder Kotia
Share. Facebook Twitter LinkedIn Email WhatsApp Copy Link

Related Posts

୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼

November 4, 2026

ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା ରୋକିବାକୁ ପ୍ରଶାସନ କଠୋର: DRSC ବୈଠକରେ ବଡ଼ ନିଷ୍ପତ୍ତି

November 4, 2026

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା! ଫ୍ଲୋରିଡାରେ ବାଜି ମାରିଲେ ଭାରତୀୟ ବଂଶୋଦ୍ଭବ ପିଆ ଡାଣ୍ଡିଆ

November 4, 2026

ଟ୍ରମ୍ପଙ୍କ ଶକ୍ତିକୁ ଲାଗିବ କି ବ୍ରେକ୍? ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଫଳାଫଳରେ ଭାରତର ଲାଭ-କ୍ଷତି ଗଣିତ

November 4, 2026
Latest News

୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼

November 4, 2026

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.