ଚଳିତ ବର୍ଷ ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି । ସମଗ୍ର ଦେଶରୁ ୪୬ ଜଣ ଶିକ୍ଷକଙ୍କ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଓଡ଼ିଶାରୁ ପବିତ୍ରମୋହନ ଦାଶ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମା ଅଞ୍ଚଳର ଖଟାଲୁଗୁଡ଼ା ପିୟୁପିଏସ୍ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ୨୦୧୯ ସେପ୍ଟେମ୍ବର ୫ ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା ଏକ ଉତ୍ସବରେ ମନୋନୀତ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମସ୍ତ ଶିକ୍ଷକଙ୍କୁ ପୁରସ୍କୃତ କରିବେ । ପୁରସ୍କାର ବାବଦକୁ ଶିକ୍ଷକମାନଙ୍କୁ ଉତ୍କର୍ଷତାର ମାନପତ୍ର ସହ ନଗଦ ୫୦ ହଜାର ଟଙ୍କା ଏବଂ ରୌପ୍ୟଫଳକ ପ୍ରଦାନ କରାଯିବ ।