Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାର କଡ଼ା ବିରୋଧ ପରେ ସୀମାନ୍ତକୁ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର: ଗଳାବାଟ ଦେଇ ଭୋଟ ଦେଲେ କୋଟିଆବାସୀ
ବିଶେଷ ଖବର

ଓଡ଼ିଶାର କଡ଼ା ବିରୋଧ ପରେ ସୀମାନ୍ତକୁ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର: ଗଳାବାଟ ଦେଇ ଭୋଟ ଦେଲେ କୋଟିଆବାସୀ

November 5, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Andhra shifts polling booths closer to the border following strong opposition from Odisha; residents of Kotia cast their votes via a 'backdoor' route.
Andhra shifts polling booths closer to the border following strong opposition from Odisha; residents of Kotia cast their votes via a 'backdoor' route.

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ ବିବାଦୀୟ କୋଟିଆ ଅଞ୍ଚଳରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ର ପ୍ରଦେଶ ଦ୍ୱାରା ପରିଚାଳିତ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ସୀମାନ୍ତରେ କଡ଼ା ନଜର ଓ ସତର୍କତା ମଧ୍ୟରେ ମତଦାନ କାର୍ଯ୍ୟ ସମ୍ପାଦିତ ହୋଇଛି। ଓଡ଼ିଶାର କୋରାପୁଟ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ଏବଂ ଗ୍ରାମବାସୀଙ୍କ ଦୃଢ଼ ବିରୋଧ ଓ କଡ଼ା ପ୍ରତିବାଦ ଫଳରେ ଆନ୍ଧ୍ର ପ୍ରଦେଶ ସରକାର ନିଜର ପ୍ରାରମ୍ଭିକ ଯୋଜନାରୁ ଓହରିବାକୁ ବାଧ୍ୟ ହୋଇଛନ୍ତି। ପୂର୍ବରୁ ଓଡ଼ିଶା ସୀମା ନିକଟସ୍ଥ ନରେଡ଼ିବାଲାସାଠାରେ ମତଦାନ କେନ୍ଦ୍ର ସ୍ଥାପନ କରିବା ପାଇଁ ଆନ୍ଧ୍ର ଯେଉଁ ପ୍ରସ୍ତାବ ଦେଇଥିଲା, ତାହାକୁ ପ୍ରତ୍ୟାହାର କରି ନିଆଯାଇଛି।

ଏହି ମତଦାନ କେନ୍ଦ୍ରଟି ଗଞ୍ଜେଇପଦର ଅଞ୍ଚଳର ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯାହାକୁ ଆନ୍ଧ୍ର ପ୍ରଦେଶ ସରକାରୀ ନଥିପତ୍ରରେ ‘ଗଞ୍ଜେଇଭଦ୍ର’ ଭାବେ ଦର୍ଶାଯାଇଛି। ତେବେ ଓଡ଼ିଶା ପକ୍ଷରୁ ହୋଇଥିବା ପ୍ରବଳ ବିରୋଧକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ କର୍ତ୍ତୃପକ୍ଷ ଏହି ବୁଥକୁ ନରେଡ଼ିବାଲାସାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ନିଜର ସାରିକି ପଞ୍ଚାୟତକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନରେଡ଼ିବାଲାସାରୁ ବୁଥ୍ ହଟାଯାଇଥିଲେ ହେଁ ବର୍ତ୍ତମାନ ସାରିକି ସୀମାନ୍ତ ଉପରେ ସମସ୍ତଙ୍କ ନଜର ରହିଛି। ସାରିକି ହେଉଛି ଆନ୍ଧ୍ର ପ୍ରଦେଶର ଏକ ପଞ୍ଚାୟତ ମୁଖ୍ୟାଳୟ, ଯେଉଁଠାରେ ନୂତନ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଓଡ଼ିଶାର ଗଞ୍ଜେଇପଦର ଅଞ୍ଚଳର ଭୋଟରମାନେ ସୀମା ଅତିକ୍ରମ କରି ସେହି ବୁଥକୁ ଯାଇ ଭୋଟ ଦେବେ କି ନାହିଁ, ସେ ନେଇ ଅନେକ ଆଶା ଓ ଆଶଙ୍କା ପ୍ରକାଶ ପାଇଥିଲା। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ପୋଲିସ ମୁତୟନ କରାଯାଇଥିବା ବେଳେ ଓଡ଼ିଶା ପ୍ରଶାସନ ଓ ରାଜନୈତିକ ପ୍ରତିନିଧିମାନେ ଲୋକଙ୍କ ଯାତାୟାତ ଉପରେ କଡ଼ା ନଜର ରଖିଛନ୍ତି।

ସୀମାରେ ଉପସ୍ଥିତ ଥିବା ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି ଯେ ସବୁ ଦଳର ନେତାମାନେ ଏକଜୁଟ ହୋଇ ଆନ୍ଧ୍ରକୁ ଓଡ଼ିଶା ସୀମା ମଧ୍ୟରେ ବୁଥ କରିବାକୁ ଦେଇନାହାନ୍ତି। କୋଟିଆ ସଦାସର୍ବଦା ଓଡ଼ିଶାର ଥିଲା, କୋରାପୁଟର ସ୍ବାଭିମାନ ଥିଲା ଏବଂ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। ଏଥିସହିତ ସେ ଅଭିଯୋଗ କରିଛନ୍ତି ଯେ ପ୍ରତି ଗାଁରେ ଆନ୍ଧ୍ର ଚାରିରୁ ପାଞ୍ଚ ଜଣ ଏଜେଣ୍ଟ ରଖିଛି, ଯେଉଁମାନେ ଓଡ଼ିଶା ଭିତରେ ପଶି ଲୋକମାନଙ୍କୁ ପ୍ରଲୋଭିତ କରୁଛନ୍ତି। ଏହିଭଳି କାର୍ଯ୍ୟକଳାପ ଉପରେ ଓଡ଼ିଶା ସରକାର ଦୃଷ୍ଟି ଦେଇ ସେମାନଙ୍କ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ସେହିପରି ବିଜୁ ଜନତା ଦଳ ନେତା ପ୍ରଦୀପ ମାଝୀ ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତ ଦୁଇ ଦିନ ଧରି ସେଠାରେ ସ୍ଥିତି ଅଣାୟତ୍ତ ଥିଲେ ହେଁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଆନ୍ଧ୍ରକୁ ଯାଇ ଭୋଟ ଦେବାକୁ ପ୍ରୟାସ କରୁଥିବା କିଛି କୋଟିଆବାସୀଙ୍କୁ ବୁଝାସୁଝା କରି ଅଟକାଯାଉଛି ଏବଂ ସେମାନଙ୍କୁ ସଚେତନ କରାଯାଉଛି। ଯଦି ସେମାନେ ଆନ୍ଧ୍ରରେ ଭୋଟ ଦିଅନ୍ତି, ତେବେ ସରକାର ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବେ। କୋଟିଆର ସୁରକ୍ଷା ପାଇଁ ଏବେ ନରମ ନୁହେଁ, ବରଂ ଚରମପନ୍ଥୀ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ସୀମାରେ ପ୍ରଶାସନିକ କଟକଣା ଓ ଅନୁରୋଧ ସତ୍ତ୍ୱେ କିଛି ଗ୍ରାମବାସୀ ଗଳାବାଟ ଦେଇ ସାରିକି ଗ୍ରାମକୁ ଯାଇ ଆନ୍ଧ୍ର ନିର୍ବାଚନରେ ଭୋଟ ଦେଇଥିବା ଦେଖାଯାଇଛି। ଓଡ଼ିଶାର ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଆନ୍ଧ୍ର ଦ୍ୱାରା ଆୟୋଜିତ ନିର୍ବାଚନରେ ଅଂଶଗ୍ରହଣ ନ କରିବାକୁ ବାରମ୍ବାର ନିବେଦନ କରୁଛନ୍ତି।

ଏହି ସମଗ୍ର ଘଟଣାବଳୀ ଉପରେ କଂଗ୍ରେସ ବିଧାୟକ ତାରା ବାହୀନିପତି ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶା ସୀମାର ମାତ୍ର ଏକ କିଲୋମିଟର ଦୂରରେ ଆନ୍ଧ୍ର ବୁଥ୍ କରିଛି। ଗତ ନିର୍ବାଚନରେ ବିବାଦ ପରେ କେହି ଭୋଟ ଦେବାକୁ ଯାଇ ନଥିଲେ, କିନ୍ତୁ ଏ ବର୍ଷ ଭୋଟିଂ ପୂର୍ବରୁ ଲୋକମାନେ ଆନ୍ଧ୍ର ସୀମାକୁ ଚାଲିଯାଇଛନ୍ତି। ଆନ୍ଧ୍ର ଅଧିକାରୀମାନେ ଓଡ଼ିଶା ସୀମାରେ ବୁଥ କରିବେ ନାହିଁ ବୋଲି କହିବା ଦ୍ୱାରା ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ଯେଉଁମାନେ ଓଡ଼ିଶାରେ ଥାଇ ଆନ୍ଧ୍ରକୁ ଭୋଟ ଦେବାକୁ ଯାଉଛନ୍ତି, ସରକାର ସେମାନଙ୍କ ଭୋଟର ଆଇଡି ଏବଂ ରାସନ କାର୍ଡ କାଟିଦେବା ଦରକାର। ଏହି କାର୍ଯ୍ୟର ନେତୃତ୍ବ ନେଉଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସଠିକ୍ ପଦକ୍ଷେପ ନେଇଥିବାରୁ ସେ ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ, କୋଟିଆ ଓଡ଼ିଶାର ନା ଆନ୍ଧ୍ର ପ୍ରଦେଶର ସେ ନେଇ ସରକାର ସ୍ପଷ୍ଟ ନିଷ୍ପତ୍ତି ନେଇ ଏହି ବିବାଦର ସବୁଦିନ ପାଇଁ ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।

ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ କୋଟିଆ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026

ତିରୁପତି ଲଡୁ ବିବାଦ : ସ୍ଥାନାନ୍ତର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

November 5, 2026

୭ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ କଡ଼ା ନିର୍ଦ୍ଦେଶ

November 5, 2026

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହେପାଜତ ସମୟଠାରୁ ଆରମ୍ଭ ହେବ ୨୪ ଘଣ୍ଟା ଗଣନା

November 5, 2026
Latest News

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026

ତିରୁପତି ଲଡୁ ବିବାଦ : ସ୍ଥାନାନ୍ତର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

November 5, 2026

୭ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ କଡ଼ା ନିର୍ଦ୍ଦେଶ

November 5, 2026

ଓଡ଼ିଶାର କଡ଼ା ବିରୋଧ ପରେ ସୀମାନ୍ତକୁ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର: ଗଳାବାଟ ଦେଇ ଭୋଟ ଦେଲେ କୋଟିଆବାସୀ

November 5, 2026

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହେପାଜତ ସମୟଠାରୁ ଆରମ୍ଭ ହେବ ୨୪ ଘଣ୍ଟା ଗଣନା

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.