ରାଜ୍ୟ ସରକାର ମା’ ଓ ଶିଶୁଙ୍କ ଲାଗି ଅନେକଗୁଡ଼ିଏ ଯୋଜନା କରିଥିବାବେଳେ ଏହାର ଫାଇଦା କେତେ ଲୋକଙ୍କୁ ମିଳୁଛି, ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଆଠଗଡଠାରେ ।ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ଥିବାରୁ ଜଣେ ପ୍ରସବ ପାଇଁ ଆସିଥିବା ଜଣେ ପ୍ରସୂତିଙ୍କ ଅଧା ପ୍ରସବରେ ଜଣେ ନବଜାତର ମୃତ୍ୟୁ ଘଟିଛି । କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ପ୍ରସବ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ଆସିଥିଲେ । କିନ୍ତୁ ଆଜି ରବିବାର ଥିବାରୁ କୈାଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଆସି ନଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ଥିବାରୁ ପ୍ରସୂତି ପ୍ରସବ ପାଇଁ ସୁଯୋଗ ପାଇ ପାରିଲେ ନାହିଁ । ଫଳରେ ପ୍ରସବ ଯନ୍ତ୍ରଣା ସହି ନ ପାରି ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ହିଁ ପ୍ରସବ କରିବାକୁ ଚେଷ୍ଟା କରିଥିଲେ । ଅଧା ପ୍ରସବ ସମୟରେ ହିଁ ନବଜାତଟିର ମୃତ୍ୟୁ ଘଟିଥିଲା । ପରେ ଗୁରୁତର ଅବସ୍ଥାରେ ମହିଳାଜଣଙ୍କୁ ଆଠଗଡ଼ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।