Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୀପୋତ୍ସବରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ : ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା
ଜାତୀୟ ଖବର

ଦୀପୋତ୍ସବରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ : ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

November 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
World record set during the festival of lights: Ayodhya illuminated by 3 million earthen lamps

ଅଯୋଧ୍ୟା: ଅଯୋଧ୍ୟାରେ ଦୀପୋତ୍ସବ ଅବସରରେ ଏକ ଅଲୌକିକ ଓ ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ସରଯୂ ନଦୀର ବିଭିନ୍ନ ଘାଟରେ ଏକାସାଙ୍ଗରେ ୩୦ ଲକ୍ଷରୁ ଅଧିକ ମାଟି ଦୀପ ପ୍ରଜ୍ୱଳିତ କରାଯାଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରାଯାଇଛି, ଯାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟିମ୍ ପକ୍ଷରୁ ସ୍ୱୀକୃତି ମିଳିଛି।

ଦୀପୋତ୍ସବ ଅବସରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା ଏକ ଅଲୌକିକ ଓ ଭବ୍ୟ ରୂପ ଧାରଣ କରିଛି। ସରଯୂ ନଦୀର ପ୍ରାୟ ୫୫ଟି ପୃଥକ୍ ପୃଥକ୍ ଘାଟରେ ଏକାସାଙ୍ଗରେ ପ୍ରାୟ ୩୦ ଲକ୍ଷ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯାଇ ପୁଣି ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ଗିନିଜ୍ ୱାର୍ଲ୍ଡ ରେକର୍ଡ ଟିମ୍ ଡ୍ରୋନ୍ କ୍ୟାମେରା ଏବଂ ଗଣନା ପ୍ରଣାଳୀ ସାହାଯ୍ୟରେ ଏହି ବିଶାଳ ଆୟୋଜନର ତଦାରଖ କରି ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।

ଏହି ମହୋତ୍ସବରେ ରାମ କି ପୌଡ଼ି ସମେତ ସମଗ୍ର ସହର ଦୀପର ସୁନେଲି ଆଲୋକରେ ଝଲସି ଉଠିଥିଲା। ଏହା ସହିତ ଆକର୍ଷଣୀୟ ଲେଜର ଶୋ’, ରଙ୍ଗାରଙ୍ଗ ଆତସବାଜି ଏବଂ ଦେଶବିଦେଶର କଳାକାରମାନଙ୍କ ଦ୍ୱାରା ପରିବେଷିତ ରାମଲୀଳା ସମଗ୍ର ପରିବେଶକୁ ଭକ୍ତିମୟ କରି ଗଢ଼ିତୋଳିଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାମ ମନୋହର ଲୋହିଆ ଅବଧ ବିଶ୍ୱବିଦ୍ୟାଳୟ, ସ୍ଥାନୀୟ ମହାବିଦ୍ୟାଳୟ, ଏନ୍‌.ସି.ସି. ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରାୟ ୩୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦିନରାତି ପରିଶ୍ରମ କରିଥିଲେ। ସରଯୂ ନଦୀ କୂଳରେ ୧,୧୦୦ ରୁ ଅଧିକ ପୁରୋହିତ ଓ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ମହାଆରତି କରାଯାଇଥିଲା।

ଆକାଶରେ ଶହ ଶହ ଡ୍ରୋନ୍ ସାହାଯ୍ୟରେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ ଏବଂ ଭବ୍ୟ ରାମ ମନ୍ଦିରର ଆଲୋକମୟ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ରାମାୟଣର ବିଭିନ୍ନ ପ୍ରସଙ୍ଗ ଉପରେ ଆଧାରିତ ଝାଙ୍କି (ପ୍ରଜ୍ଞାପନ ମେଢ଼) ଏବଂ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାମ ଜନ୍ମଭୂମି ମନ୍ଦିର ପରିସରକୁ ମଧ୍ୟ ସ୍ୱତନ୍ତ୍ର ଫୁଲ ଏବଂ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଦିବ୍ୟ ଦୃଶ୍ୟର ସାକ୍ଷୀ ହେବା ପାଇଁ ଅଯୋଧ୍ୟାରେ ଏକତ୍ରିତ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମଗ୍ର ନଗରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅଯୋଧ୍ୟା ଦୀପୋତ୍ସବ ବିଶ୍ୱ ରେକର୍ଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

November 8, 2026

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 8, 2026

ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ

November 8, 2026

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡୁ ଘରର ଧନ ବୃଦ୍ଧି ମଧ୍ୟ କରିଥାଏ: କେମିତି ଜାଣନ୍ତୁ ?

November 8, 2026
Latest News

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

November 8, 2026

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 8, 2026

ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ

November 8, 2026

ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

November 8, 2026

ଡିସେମ୍ବର ୬ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

November 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.