Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଡିସେମ୍ବର ୬ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ
ରାଜ୍ୟ ଖବର

ଡିସେମ୍ବର ୬ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

November 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha State Bar Council elections on December 6

କଟକ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଆସନ୍ତା ଡିସେମ୍ବର ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ପରିଷଦ ପକ୍ଷରୁ ଏନେଇ ସମସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯାଇଛି। ଆଗାମୀ ଡିସେମ୍ବର ୬ ତାରିଖରେ ଏହି ନିର୍ବାଚନ କରାଇବା ପାଇଁ ସମସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିବା ନେଇ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ପରିଷଦର ୨୪ ଜଣ ସଦସ୍ୟ ଜଣେ ଯୋଗ୍ୟ ଆଇନଜୀବୀଙ୍କୁ ଏଥିପାଇଁ ନିର୍ବାଚିତ କରିବେ ଏବଂ ଏହିକ୍ରମରେ ଆଗ୍ରହୀ ତଥା ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ପ୍ରାର୍ଥୀପତ୍ର ଆହ୍ୱାନ କରାଯାଉଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଅଧିକାରିକ ୱେବସାଇଟ୍‌ରେ ଉପଲବ୍ଧ ରହିଛି। ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ। ସେହିପରି ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ନଭେମ୍ବର ୧୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୟ ରହିଥିବାବେଳେ ନଭେମ୍ବର ୨୦ ତାରିଖ ଅପରାହ୍ନ ୪ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆଗାମୀ ଡିସେମ୍ବର ୬ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ରାଜ୍ୟ ଆଇନଜୀବୀ ପରିଷଦର ବୈଠକ ଗୃହରେ ଭୋଟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ବିଭିନ୍ନ ବାର୍ ଆସୋସିଏସନର କର୍ମକର୍ତ୍ତାମାନେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଯୋଗ୍ୟ ନୁହଁନ୍ତି, କିନ୍ତୁ ଏହି ପ୍ରତିବନ୍ଧକ ସୁପ୍ରିମକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତାମାନଙ୍କ ନିମନ୍ତେ ପ୍ରଯୁଜ୍ୟ ହେବ ନାହିଁ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ କଟକ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

November 8, 2026

ଯାଜପୁରରେ ଅଗ୍ନିକାଣ୍ଡ: ୨ ଶିଶୁଙ୍କ ସମେତ ୪ ଜୀବନ୍ତ ଦଗ୍ଧ

November 8, 2026

କାର୍ଯ୍ୟରେ ଅବହେଳା ପାଇଁ ଚିଲିକା ବ୍ଲକର ପ୍ରଧାନଶିକ୍ଷକ ନିଲମ୍ବିତ

November 7, 2026

ସରକାରୀ କ୍ୱାର୍ଟରରୁ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 7, 2026
Latest News

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 8, 2026

ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ

November 8, 2026

ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

November 8, 2026

ଡିସେମ୍ବର ୬ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

November 8, 2026

ଦୀପୋତ୍ସବରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ : ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

November 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.