ଆଜିଠାରୁ ମୋ ବସ୍ ଯାତ୍ରୀଙ୍କୁ ନୂଆ ସୁବିଧା ମିଳିବ। ଏଣିକି ବସରେ ମିଳିବ ଖବରକାଗଜ। ଏଥିପାଇଁ ମୋ ବସରେ ଆରମ୍ଭ ହୋଇଛି ନ୍ୟୁଜ ପେପର ଅନ ହ୍ଲିଲ୍। ଆଗକୁ ବିଭିନ୍ନ ପୁସ୍ତକ ଏବଂ ମାଗାଜିନ୍ ମଧ୍ୟ ଉପଲବ୍ଧ ହେବ। ଏଣିକି ମୋ ବସ୍ରେ ଆପଣ ଫ୍ରିରେ ଖବର କାଗଜ ପାଇବେ। ଏଥିପାଇଁ ନ୍ୟୁଜ ପେପର ଅନ ହ୍ବିଲ୍ ଯୋଜନାର ଶୁଭାରମ୍ଭ ହୋଇଛି। ସିଆରୟୁଟିର ଏମଡି ଅରୁଣ ବୋଥ୍ରା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ ୪୪ଟି ଏସି ବସରେ ଖବର କାଗଜ ବଣ୍ଟନ କରାଯାଇଛି।। ଆଗକୁ ବିଭିନ୍ନ ପୁସ୍ତକ ଏବଂ ମାଗାଜିନ୍ ମଧ୍ୟ ଉପଲବ୍ଧ ହେବ। ତେବେ ଆଜି ଫ୍ରିରେ ଇଂରାଜୀ ପେପର ଯୋଗେଇ ଦିଆଯାଇଛି ଖୁବ୍ ଶୀଘ୍ର ଓଡିଆ ପେପର ଦେବେ ବୋଲି ବୋଥ୍ରା କହିଛନ୍ତି।