ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତାରା ସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ଉକ୍ତ ଗ୍ରାମର ଗୌଡ଼ ସାହିର ତ୍ରିନାଥ ଗୌଡ଼ ବିଭିନ୍ନ ରୋଗର ଝାଡଫୁଙ୍କ ଚିକିତ୍ସା ସହ ଚେରମୁଳି ଔଷଧ ପ୍ରଦାନ କରୁଥିଲେ। କିନ୍ତୁ ଉକ୍ତ ଗ୍ରାମର ଗୋଟିଏ ପରିବାର ଜ୍ୱର ରୋଗରେ ପୀଡିତ ହୋଇ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୃତ ବୃଦ୍ଧ ଜଣକ ଗୁଣିଗାରେଡି କରିବାରୁ ଏହି ଭଳି ଅବସ୍ଥା ସୃଷ୍ଟି ହୋଇଛି।
ଏହି ଅନ୍ଧବିଶ୍ବାସ ପରିସ୍ଥିତି ଏଭଳି ସୃଷ୍ଟି ହୋଇଗଲା ଉକ୍ତ ପରିବାରର ଶୁଶାନ୍ତ ଗୌଡ଼ ଓ ଅଭିମନ୍ୟୁ ଗୌଡ଼ ନାମକ ଦୁଇ ଭାଇ ତ୍ରିନାଥ ଗୌଡ଼ଙ୍କୁ ଘରୁ ଟାଣି ଆଣି କାଠ ଫାଳିଆରେ ପିଟିବା ସହିତ ସିମେଣ୍ଟ ଇଟା ଓ ପଥରରେ ଛେଚି ଗୁରୁତର ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛଥିଲେ। ମୃତ ବୃଦ୍ଧଙ୍କ ପୁତ୍ର ଜଳନ୍ଧର ଗୌଡ଼ ଠାରୁ ଅଭିଯୋଗ ପାଇ ପୋଲିସ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଅନୁସନ୍ଧାନ ଚଳାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


