Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱତନ୍ତ୍ର ଅଭିଯାନ ୬’ ସଫଳତାର ସହ ସମ୍ପନ୍ନ
ଆଜିର ଖବର

ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱତନ୍ତ୍ର ଅଭିଯାନ ୬’ ସଫଳତାର ସହ ସମ୍ପନ୍ନ

November 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Ministry of Home Affairs (MHA) successfully concludes Special Campaign 6

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ଆୟୋଜିତ ‘ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ୬’ କୁ ସଫଳତାର ସହ ସମ୍ପନ୍ନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନ ଅନୁସାରେ ଏହି ଅଭିଯାନ ଏକ ମାସ ଧରି ଚାଲିଥିଲା।  ଏଥିରେ ସ୍ଵଚ୍ଛତା ଓ ଦକ୍ଷ କାର୍ଯ୍ୟାଳୟ ପରିଚାଳନାକୁ ପ୍ରୋତ୍ସାହିତ କରିବା, ବାକି ରହିଥିବା ମାମଲାଗୁଡ଼ିକର ତୁରନ୍ତ ସମାଧାନ, ଜନସାଧାରଣଙ୍କ ଅଭିଯୋଗର ନିରାକରଣ ତଥା ମନ୍ତ୍ରଣାଳୟ ଓ ଏହାର ଅଧୀନସ୍ଥ ସଂସ୍ଥାଗୁଡ଼ିକର ସାମଗ୍ରିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ଯେଉଁ କ୍ଷେତ୍ରସ୍ତରୀୟ ଏବଂ ବାହ୍ୟ କାର୍ଯ୍ୟାଳୟଗୁଡ଼ିକ ସିଧାସଳଖ ଜନସାଧାରଣଙ୍କ ସହ ସମ୍ପର୍କରେ ଆସନ୍ତି, ସେମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ସ୍ୱତନ୍ତ୍ର ଅଭିଯାନ ୬ ଅଧୀନରେ, ଗୃହ ମନ୍ତ୍ରଣାଳୟ ବାକି ରହିଥିବା ମାମଲାଗୁଡ଼ିକର ସମାଧାନ, ପରିଚ୍ଛନ୍ନତା ଏବଂ ଦକ୍ଷ କାର୍ଯ୍ୟାଳୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏହି ଅଭିଯାନ ୧୫ ସେପ୍ଟେମ୍ବର ୨୦୨୬ରେ ଏକ ପ୍ରସ୍ତୁତି ପର୍ଯ୍ୟାୟ ସହିତ ଆରମ୍ଭ ହୋଇଥିଲା। ପରେ ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସମଗ୍ର ଦେଶରେ ଗୃହ ମନ୍ତ୍ରଣାଳୟ ତଥା ଏହାର ଅନୁବନ୍ଧିତ ଓ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ କରାଯାଇଥିଲା।

ଏହି ଅଭିଯାନ ଉପରେ ଉଚ୍ଚ ସ୍ତରରୁ ତୀକ୍ଷ୍ଣ ନଜର ରଖାଯାଇଥିଲା ଏବଂ ଏଥିରେ ମନ୍ତ୍ରଣାଳୟର ସମସ୍ତ ବିଭାଗ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ତଥା ଅନ୍ୟାନ୍ୟ ଅନୁବନ୍ଧିତ ସଂସ୍ଥାଗୁଡ଼ିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱାରା ପରିଚାଳିତ ‘ସ୍ୱତନ୍ତ୍ର ଅଭିଯାନ ପୋର୍ଟାଲ୍’ ରେ ନିୟମିତ ଭାବେ ଅଭିଯାନର ଅଗ୍ରଗତି ରିପୋର୍ଟ ଅପଲୋଡ୍ କରାଯାଉଥିଲା।

‘ସ୍ୱଚ୍ଛତା ଅଭିଯାନ’ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ ୬,୭୫୭ଟି ସ୍ଥାନ ଚିହ୍ନଟ କରାଯାଇଥିଲା। ଏହା ପରବର୍ତ୍ତୀ ସମୟରେ ସମ୍ପ୍ରସାରିତ ହୋଇ ୭,୯୬୩ଟି ସ୍ଥାନକୁ ଅନ୍ତର୍ଭୁକ୍ତ କରିଥିଲା। ଏହି ଅଭିଯାନର ପ୍ରମୁଖ ସଫଳତାଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଇଛି:

ପ୍ରସଙ୍ଗ ଓ ଅଭିଯୋଗର ସମାଧାନ : ସାଂସଦମାନଙ୍କଠାରୁ ମିଳିଥିବା ୧୪୭ଟି ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ୧୪୧ଟି ପ୍ରସଙ୍ଗ, ଜନସାଧାରଣଙ୍କର ୧୧,୯୦୨ଟି ଅଭିଯୋଗ ଏବଂ ୧,୬୬୬ଟି ଆବେଦନର ସମାଧାନ କରାଯାଇଥିଲା।

ରେକର୍ଡ (ନଥିପତ୍ର) ସମୀକ୍ଷା : ୨,୧୯,୬୪୪ ଟି କାଗଜପତ୍ର ଆଧାରିତ ଫାଇଲ୍ ଏବଂ ୩୦,୩୮୫ଟି ଇଲେକ୍ଟ୍ରୋନିକ୍ ଫାଇଲର ସମୀକ୍ଷା କରାଯାଇଥିଲା।

ସ୍ଥାନ ପରିଚାଳନା : ରେକର୍ଡଗୁଡିକର ଉପଯୁକ୍ତ ପରିଚାଳନା ଏବଂ ଅନାବଶ୍ୟକ ସାମଗ୍ରୀ ହଟାଇ କାର୍ଯ୍ୟାଳୟର ୭୮,୧୨୫ ବର୍ଗ ଫୁଟ ସ୍ଥାନ ଖାଲି କରାଯାଇଥିଲା।

ରାଜସ୍ୱ ଅର୍ଜନ : ଅଦରକାରୀ ସାମଗ୍ରୀ ବିକ୍ରି କରି ୧୦.୧୭ କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିଥିଲା, ଯାହା ମଧ୍ୟରୁ କେବଳ ଇ-ବର୍ଜ୍ୟବସ୍ତୁ ବିକ୍ରିରୁ ୨.୬୩ କୋଟି ଟଙ୍କା ଆସିଥିଲା।

ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର : ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର କାର୍ଯ୍ୟକାରିତା ତଥା ସଫଳତାକୁ ଉପସ୍ଥାପନ କରିବା ପାଇଁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଇଥିଲା। ଏକ୍ସ, ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ୟୁଟ୍ୟୁବ୍ ପ୍ଲାଟଫର୍ମରେ #SpecialCampaign6 ହ୍ୟାଶଟ୍ୟାଗ୍ ସହିତ ପ୍ରାୟ ୧,୨୦୦ଟି ବିଷୟବସ୍ତୁକୁ ପୋଷ୍ଟ କରାଯାଇଥିଲା।

ସ୍ୱତନ୍ତ୍ର ଅଭିଯାନ ୬ ର ଅଂଶ ସ୍ୱରୂପ, ୧୩ ଅକ୍ଟୋବର ୨୦୨୬ ରେ ଏକ ସ୍ୱତନ୍ତ୍ର ଦିନିକିଆ ସଘନ ଅଭିଯାନ ଆୟୋଜନ କରାଯାଇଥିଲା। ମନ୍ତ୍ରଣାଳୟ ଏବଂ ଏହାର ଅନୁବନ୍ଧିତ ଏବଂ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକରେ ସମନ୍ୱିତ ପ୍ରୟାସ ମାଧ୍ୟମରେ ଅଭିଯାନ ଲକ୍ଷ୍ୟ ହାସଲକୁ ତ୍ୱରାନ୍ୱିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକରେ ବୃକ୍ଷରୋପଣ ଅଭିଯାନ, ସଘନ ସ୍ୱଚ୍ଛତା ଅଭିଯାନ ଏବଂ ପୁରୁଣା ଏବଂ ଅନାବଶ୍ୟକ ରେକର୍ଡଗୁଡ଼ିକୁ ହଟାଇବା ସହିତ ପର୍ଯ୍ୟାବରଣ ସମ୍ଵନ୍ଧିତ ସ୍ଥାୟୀତ୍ଵକୁ ପ୍ରୋତ୍ସାହିତ କରିବା, କର୍ମକ୍ଷେତ୍ରକୁ ପରିଷ୍କାର କରିବା ଏବଂ ଦକ୍ଷ ରେକର୍ଡ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଭୁକ୍ତ ଥିଲା। ଏହି ଅଭିଯାନରେ ମନ୍ତ୍ରଣାଳୟ ଏବଂ ଏହାର ସଂଗଠନଗୁଡ଼ିକରେ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯାହା ଅଭିଯାନର ଉଦ୍ଦେଶ୍ୟ ହାସଲରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା।

ଦକ୍ଷ ସେବା ପ୍ରଦାନ, ଉତ୍ତରଦାୟିତ୍ୱ, ପରିଷ୍କାର ପରିଚ୍ଛନ୍ନତା ଏବଂ ଏକ ସକାରାତ୍ମକ କାର୍ଯ୍ୟ ସଂସ୍କୃତିର ପ୍ରୋତ୍ସାହନ ଉପରେ ନିରନ୍ତର ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଅଭିଯାନ ୬ ଦ୍ୱାରା ସୃଷ୍ଟି ହୋଇଥିବା ଗତିକୁ ବଜାୟ ରଖିବା ପାଇଁ ଗୃହ ମନ୍ତ୍ରଣାଳୟ ନିଜର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲା। ସିଏପିଏଫ୍ ଏବଂ ଅନ୍ୟାନ୍ୟ ଅନୁବନ୍ଧିତ ସଂସ୍ଥାଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ଅଭିଯାନକୁ ଆହୁରି ମଜବୁତ କରିଥିଲା ​​ଏବଂ ଏହାର ସଫଳ କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା।

ସ୍ୱତନ୍ତ୍ର ଅଭିଯାନ ୬  କାର୍ଯ୍ୟକ୍ଷେତ୍ରକୁ ଅଧିକ ପରିଚ୍ଛନ୍ନ ଏବଂ ସୁବ୍ୟବସ୍ଥିତ କରିବାରେ ସହାୟକ ହେବା ସହିତ ମନ୍ତ୍ରଣାଳୟ ଏବଂ ଏହାର କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟଗୁଡ଼ିକରେ ଉତ୍ତରଦାୟିତ୍ୱ, ସ୍ୱଚ୍ଛତା ଓ ଦକ୍ଷତାର ସଂସ୍କୃତିକୁ ମଧ୍ୟ ସୁଦୃଢ଼ ​​କରିଛି। ଏହି ପଦକ୍ଷେପ, ଉତ୍ତରଦାୟୀ ପ୍ରଶାସନ, ଜନସାଧାରଣଙ୍କୁ ପ୍ରଭାବଶାଳୀ ସେବା ପ୍ରଦାନ ଏବଂ ଉତ୍ତମ ପ୍ରଶାସନିକ ଅଭ୍ୟାସଗୁଡ଼ିକୁ ସଂସ୍ଥାଗତ ରୂପ ଦେବା ଦିଗରେ ମନ୍ତ୍ରଣାଳୟର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଅମିତ ଶାହ ଗୃହ ମନ୍ତ୍ରଣାଳୟ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ଅଭିଯାନ ସ୍ୱତନ୍ତ୍ର ଅଭିଯାନ-୬
Share. Facebook Twitter LinkedIn Email WhatsApp Copy Link

Related Posts

Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

November 11, 2026

ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ

November 11, 2026

ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

November 11, 2026

ଆଜି ଏହି ଆଠଟି ରାଶିର ଲୋକେ ରୁହନ୍ତୁ ସାବଧାନ: ହୋଇପାରେ କିଛି ଦୁର୍ଘଟଣା

November 11, 2026
Latest News

Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

November 11, 2026

ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ

November 11, 2026

ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

November 11, 2026

ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱତନ୍ତ୍ର ଅଭିଯାନ ୬’ ସଫଳତାର ସହ ସମ୍ପନ୍ନ

November 11, 2026

ଆଜି ଏହି ଆଠଟି ରାଶିର ଲୋକେ ରୁହନ୍ତୁ ସାବଧାନ: ହୋଇପାରେ କିଛି ଦୁର୍ଘଟଣା

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.