Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଙ୍ଗୋପସାଗର ପୁଣି ଅଶାନ୍ତ, ୧୩ରେ ଆଉ ଏକ ଲଘୁଚାପ!
ବିଶେଷ ଖବର

ବଙ୍ଗୋପସାଗର ପୁଣି ଅଶାନ୍ତ, ୧୩ରେ ଆଉ ଏକ ଲଘୁଚାପ!

November 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bay of Bengal turns turbulent again; another low-pressure area expected on the 13th!
Bay of Bengal turns turbulent again; another low-pressure area expected on the 13th!

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ପୁଣି ଏକ ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହିତ ଆସନ୍ତା ୧୪ ତାରିଖ ବେଳକୁ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ରାଜ୍ୟର ଉପକୂଳ ଅଞ୍ଚଳରେ ଆକାଶ ମେଘୁଆ ରହିପାରେ ଏବଂ ବର୍ଷାର ସମ୍ଭାବନା ରହିଛି। ତେବେ ମୁଖ୍ୟତଃ ଆଗାମୀ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ଖସିପାରେ ତାପମାତ୍ରା। ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ ୭ ଦିନ ରାତି ତାପମାତ୍ରା ପ୍ରାୟ ସ୍ଥିର ରହିବ। କିଛି ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସ୍ୱାଭାବିକଠାରୁ ୫.୨ ଡିଗ୍ରୀ ଅଧିକ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାପଡିଛି।
ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୧୪.୫ ଡିଗ୍ରୀ ସେଲସିୟସ୍ ସହ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସିମିଳିଗୁଡ଼ାରେ ୧୧.୬, ଦାରିଙ୍ଗବାଡ଼ିରେ ୧୪, କଟକରେ ୧୭.୪ ଏବଂ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ନଭେମ୍ବର ମାସର ପୂର୍ବାନୁମାନ ଅନୁସାରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍ ରହିପାରେ। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ କିମ୍ବା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ପାରଦ। ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାକୁ ଯାଉଛି। ଆଗାମୀ ଦିନଗୁଡ଼ିକରେ ରାଜ୍ୟରେ ପାରଦ ଆହୁରି ତଳକୁ ଖସିବା ନେଇ ଆକଳନ କରାଯାଇଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ। ଦକ୍ଷିଣ ଓଡ଼ିଶାର ଫୁଲବାଣୀ, ସିମିଳିଗୁଡ଼ା ଏବଂ ରାୟଗଡ଼ାର କେତେକ ଅଞ୍ଚଳରେ ରାତି ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିପାରେ। ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୧୪ରୁ ୧୬ ଡିଗ୍ରୀ ଏବଂ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୧୭ରୁ ୧୯ ଡିଗ୍ରୀ ମଧ୍ୟରେ ରହିପାରେ ପାରଦ।
ଏପଟେ ଗତ ୨୪ ଘଣ୍ଟାରେ ଟ୍ୱିନସିଟିର ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି। କଟକରେ ୧୮.୫ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୭.୪ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି। ତାପମାତ୍ରା ହ୍ରାସ ପଛରେ ରହିଛି ତିନୋଟି ପ୍ରମୁଖ କାରଣ। ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ଆସୁଥିବା ଉତ୍ତରା ଶୁଷ୍କ ଓ ଥଣ୍ଡା ପବନ, ରାତିରେ ରେଡିଏଟିଭ୍ କୁଲିଂ ଏବଂ ଉଚ୍ଚ ଭୂ-ଭାଗର ଭୌଗୋଳିକ ସ୍ଥିତି ଯୋଗୁଁ ରାଜ୍ୟରେ ପାରଦ ଖସିବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି। ଅନ୍ୟପଟେ ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବାର ଆକଳନ କରାଯାଇଛି। ଆଗାମୀ ୭ ଦିନ ପାଇଁ କୌଣସି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇନାହିଁ।

ବଙ୍ଗୋପସାଗର ଲଘୁଚାପ
Share. Facebook Twitter LinkedIn Email WhatsApp Copy Link

Related Posts

ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ

November 10, 2026

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ

November 10, 2026

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 10, 2026

ଜଗତପୁରରେ ଅବକାରୀ ଚଢ଼ାଉ: ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

November 10, 2026
Latest News

ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ

November 10, 2026

ବଙ୍ଗୋପସାଗର ପୁଣି ଅଶାନ୍ତ, ୧୩ରେ ଆଉ ଏକ ଲଘୁଚାପ!

November 10, 2026

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ

November 10, 2026

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 10, 2026

ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.