ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଆନୁକୁଲ୍ୟ ରେ ଆବେଗିକ ଓ ମାନସିକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ବୌଦ୍ଧିକ ସମାରୋହରେ ରେଢ଼ାଖୋଲ ର ବ୍ରହ୍ମ କୁମାରୀ ମଞ୍ଜୁ, ନାକଟିଦେଉଳ ର ବ୍ରହ୍ମକୁମାରୀ ଶୈଳ ଓ ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ନାକଟିଦେଉଳ ପ୍ରତିନିଧି ବି.କେ. କ୍ରିଷ୍ଣା ସମ୍ମାନୀତ ଅତିଥି ତଥା ବକ୍ତା ଭାବରେ ଯୋଗ ଦେଇ ଆବେଗିକ ଓ ମାନସିକ ସଶକ୍ତିକରଣ ର ମୁଖ୍ୟ ଦିଗ, ଆତ୍ମ ସଚେତନତା, ଆବେଗିକ ନିୟନ୍ତ୍ରଣ, ଆତ୍ମବିଶ୍ୱାସ, ଆତ୍ମ ସମ୍ମାନ, ସହନଶୀଳତା, ସକରାତ୍ମକ ଚିନ୍ତାଧାରା, ଧାନ, ପ୍ରାଣାୟାମ, ଆତ୍ମ ଯତ୍ନ ଓ ଅବସାଦ ନିୟନ୍ତ୍ରଣ ବିଷୟ ରେ ଆଲୋକପାତ କରିଥିଲେ।
ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ର ସଂଯୋଜିକା ଅଧ୍ୟାପିକା ସଂଗୀତା ସେଠ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶେଷ ଦେବ ବିଶ୍ୱାଳ ଓ ଅଧ୍ୟାପିକା ଜୟନ୍ତୀ ସାହୁ ଙ୍କ ପରିଚାଳନା ରେ ପ୍ରଶ୍ନୋତ୍ତର ଓ ବୃତ୍ତ ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା


