Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି
ଆଜିର ଖବର

ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

November 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
The President will inaugurate Bali Yatra.
The President will inaugurate Bali Yatra.

କଟକ: ଐତିହାସିକ କଟକ ବାଲିଯାତ୍ରାକୁ ଏଥର ମିଳିବ ଜାତୀୟସ୍ତରର ଗୁରୁତ୍ୱ। ଆସନ୍ତା ୨୪ ତାରିଖରେ କଟକର ମହାନଦୀ ପଠାରେ ଆରମ୍ଭ ହେବାକୁ ଥିବା ଏସିଆର ସର୍ବବୃହତ ବାଣିଜ୍ୟିକ ମହାମେଳାକୁ ଉଦ୍‌ଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଦ୍‌ଘାଟନୀ ସନ୍ଧ୍ୟାରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି କଟକ ଜିଲ୍ଲାପାଳ ଦତାତ୍ରେୟ ଭାଓ ସାହେବ ସିନ୍ଦେ ସୂଚନା ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ଚଳିତବର୍ଷ ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ଧରି ଚାଲିବ। ମହାନଦୀ କୂଳର ଉପର ଓ ତଳ ପଡ଼ିଆରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଉଛି। ବାଲିଯାତ୍ରା କେବଳଏକ ବାଣିଜ୍ୟିକ ମେଳା ନୁହେଁ, ବରଂ ଓଡ଼ିଆ ଜାତିର ସାମୁଦ୍ରିକ ଗୌରବ, ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ହୋଇଥିବା ବେଳେ ଏଥର ରାଷ୍ଟ୍ରପତିଙ୍କ ଯୋଗଦାନ ଉକ୍ତ ଐତିହାସିକ ମହୋତ୍ସବର ଗୁରୁତ୍ୱ ବୃଦ୍ଧି ପାଇବ।

ଏବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଓ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ଉଭୟ ପଡ଼ିଆରେ ମେଳାର ପରିସର ବୃଦ୍ଧି ସହ ଭିତିିଭୂମି ଓ ଯାତାୟାତ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ବାଲିଯାତ୍ର ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରିଥିବା ସୂଚନା ମିଳିଛି। ଏହା ସହିତ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌) ପକ୍ଷରୁ ୫୦୦ଟି ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯିବ। ଏହା ବାଦ ୨ହଜାରରୁ ଅଧିକ ସରକାରୀ ବେସରକାରୀ ଷ୍ଟଲ ଖୋଲିବା ନେଇ ପ୍ରସ୍ତୁତି ଚାଲିଛି। ବାଲିଯାତ୍ରାକୁ ଏଥର ପ୍ଲାଷ୍ଟିକମୁକ୍ତ ମେଳା ଉପରେ ଗୁରୁତ୍ୱ ଦିଆଯାଇଛି। ଯାତ୍ରା ଦେଖିବାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଯାତାୟାତ ସୁଗମ କରିବା ପାଇଁ ପାର୍କିଂ ଓ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଉଛି। ରାସ୍ତାରେ ଭିଡ଼ ନିୟନ୍ତ୍ରଣ,ଗାଡ଼ି ପାର୍କିଂ ଓ ଦର୍ଶକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଚାଲିଛି।

ଉଦ୍ଘାଟନ ବାଲିଯାତ୍ରା ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା ପୁରସ୍କାର: ଓଡ଼ିଶାର ପୁରୀ, ଭୁବନେଶ୍ୱର ଓ ଆସିକା ପୁରସ୍କୃତ

November 11, 2026

ଚା’ କପ୍‌ରୁ ଘର ବଜେଟ୍‌ ଯାଏଁ ମହଙ୍ଗା ମାଡ଼! ମଦର ଡେରୀ ପରେ ଅମୂଲ ବଢ଼ାଇଲା କ୍ଷୀର ଦର, ନଭେମ୍ବର ୧୨ରୁ ନୂଆ ମୂଲ୍ୟ ଲାଗୁ

November 11, 2026

ରାଜପଥ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ

November 11, 2026

ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଂଗ୍ରେସ ସହ୍ୟ କରିପାରୁନି : ସାଂସଦ ଧର୍ମେନ୍ଦ୍ର ପ୍ରଧାନ

November 11, 2026
Latest News

ସ୍ୱଚ୍ଛତା ପୁରସ୍କାର: ଓଡ଼ିଶାର ପୁରୀ, ଭୁବନେଶ୍ୱର ଓ ଆସିକା ପୁରସ୍କୃତ

November 11, 2026

ଚା’ କପ୍‌ରୁ ଘର ବଜେଟ୍‌ ଯାଏଁ ମହଙ୍ଗା ମାଡ଼! ମଦର ଡେରୀ ପରେ ଅମୂଲ ବଢ଼ାଇଲା କ୍ଷୀର ଦର, ନଭେମ୍ବର ୧୨ରୁ ନୂଆ ମୂଲ୍ୟ ଲାଗୁ

November 11, 2026

ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

November 11, 2026

ରାଜପଥ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ

November 11, 2026

ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଂଗ୍ରେସ ସହ୍ୟ କରିପାରୁନି : ସାଂସଦ ଧର୍ମେନ୍ଦ୍ର ପ୍ରଧାନ

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.