Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏଲ୍‌ଓସିରେ ୫୦ଟି ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କଲା ପାକିସ୍ତାନ
ଅନ୍ତରାଷ୍ଟ୍ରୀୟ

ଏଲ୍‌ଓସିରେ ୫୦ଟି ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କଲା ପାକିସ୍ତାନ

November 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pakistan deploys 50 specialized anti-drone units along the LoC.

ଇସଲାମାବାଦ୍: ଭାରତୀୟ ସେନାର କୌଣସି ବି ପ୍ରକାରର ଡ୍ରୋନ୍ ଆକ୍ରମଣର ମୁକାବିଲା କରିବା ପାଇଁ ପାକିସ୍ତାନ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଭାରତ ସହ ସଂଲଗ୍ନ ଏଲ୍‌ଓସି ପ୍ରାନ୍ତରେ ପାକିସ୍ତାନ ପକ୍ଷରୁ ୫୦ରୁ ଅଧିକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କରାଯାଇଥିବା ବେଳେ କେବଳ ନଭେମ୍ବର ମାସରେ ହିଁ ୨୦ଟି ନୂଆ ୟୁନିଟ୍ ସାମିଲ ହୋଇଥିବା ଜଣାପଡ଼ିଛି। “ଅପରେସନ୍ ସିନ୍ଦୂର’ରେ ଭାରତ ଠାରୁ ମିଳିଥିବା ଶୋଚନୀୟ ପରାଜୟକୁ ଆଜି ପର୍ଯ୍ୟନ୍ତ ହଜମ୍ କରିପାରୁନାହିଁ ପାକିସ୍ତାନ। ସୁତରାଂ ପାକିସ୍ତାନ ଏବେ ଆକାଶମାର୍ଗକୁ ଅଧିକ ସଶକ୍ତ କରିବା ସହ ନିଜ ବାୟୁସେନାକୁ ଶତ୍ରୁ ପକ୍ଷ ବିରୋଧରେ ଅଧିକ ଶକ୍ତିଶାଳୀ କରିବା ଉପରେ କାମ କରୁଛି। ରିପୋର୍ଟ ଅନୁସାରେ ପାକିସ୍ତାନ ଏବେ ଭାରତ ସହ ସଂଲଗ୍ନି ଏଲ୍‌ଓସି ପ୍ରାନ୍ତରେ ୫୦ରୁ ଅଧିକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କରିଛି। ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ଯୋଜନାରେ ଡ୍ରୋନ୍ ଯୁଦ୍ଧ (ୱାରଫେୟାର)କୁ ‘ପ୍ରଥମ ପ୍ରତିରକ୍ଷା ଧାଡ଼ି ଏବଂ ପ୍ରଥମ ଆକ୍ରମଣ ଧାଡ଼ି’ (ଫାଷ୍ଟ ଲାଇନ୍ ଅଫ୍ ଡିଫେନ୍ସ ଆଣ୍ଡ ଫାଷ୍ଟ ଲାଇନ୍ ଅଫ୍ ଆଟାକ୍‌) ଭାବରେ ସ୍ଥାନ ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ନଭେମ୍ବର ମାସରେ ହିଁ ୨୦ଟି ନୂଆ ୟୁନିଟ୍ ମୁତୟନ ହୋଇଛି। ଏଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟ ଡ୍ରୋନ୍ ଏବଂ ଲଏଟରିଂ ମ୍ୟୁନିସନ (ଆତ୍ମଘାତୀ ଡ୍ରୋନ୍‌) ଚିହ୍ନଟ କରିବା, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେଗୁଡ଼ିକୁ ନିଷ୍କ୍ରିୟ କରିବା। ବାସ୍ତବକଥା ହେଲା ପାକିସ୍ତାନ ଏବେ ଭାରତ ପଟୁ କୌଣସି ସମୟରେ ମଧ୍ୟ ଆକ୍ରମଣ ଆଶଙ୍କା କରୁଛି। ସୁତରାଂ ପାକିସ୍ତାନ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍‌ଗୁଡ଼ିକୁ ମୁଖ୍ୟତଃ ପିଓକେ (ପାକ୍ ଅଧିକୃତ କାଶ୍ମୀର)ର ରାୱଲକୋଟ, କୋଟଲି, ଭିମ୍ବର ସେକ୍ଟରରେ ମୁତୟନ କରିଛି। ତେବେ ଏଗୁଡ଼ିକର ମୁତୟନରେ ପାକିସ୍ତାନର ୧୨ଶ ଏବଂ ୨୩ତମ ପଦାତିକ ବାହିନୀ (ଇନଫାଣ୍ଟ୍ରି ଡିଭିଜନ)ର ପ୍ରମୁଖ ଭୂମିକା ରହିଛି। ଏଥିସହ ରାୱଲକୋଟରେ ଦ୍ୱିତୀୟ, କୋଟଲିରେ ତୃତୀୟ ଏବଂ ଭିମ୍ବରରେ ସପ୍ତମ ଆଜାଦ କାଶ୍ମୀର ବ୍ରିଗେଡ୍‌କୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ସମସ୍ତ ଅଞ୍ଚଳ ଭାରତୀୟ ସେନାର ପୁଞ୍ଚ, ରାଜୌରୀ, ନୌସେରା ଏବଂ ସୁନ୍ଦରବନୀ ସେକ୍ଟରର ଠିକ୍ ସାମ୍ନାରେ ପଡ଼ିଥାଏ।

ଆଣ୍ଟି-ଡ୍ରୋନ୍ ୟୁନିଟ୍ ଏଲ୍‌ଓସି ପାକିସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026
Latest News

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.