Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ, SAD-BJP ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା
ଆଜିର ଖବର

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ, SAD-BJP ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

November 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଅମୃତସର: ପଞ୍ଜାବ ରାଜନୀତିରେ ପୁଣି ହେବାକୁ ଯାଉଛି ବଡ଼ ରାଜନୈତିକ ହଲଚଲ। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ପୁଣି ହାତ ମିଳାଇବାକୁ ଯାଉଛନ୍ତି ଦୁଇ ପୁରୁଣା ରାଜନୈତିକ ସହଯୋଗୀ—ଶିରୋମଣି ଅକାଳୀ ଦଳ (SAD) ଓ ଭାରତୀୟ ଜନତା ପାର୍ଟି (BJP)। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଉଭୟ ଦଳ ମଧ୍ୟରେ ପୁଣି ମେଣ୍ଟ ଗଠନ ନେଇ ଆଲୋଚନା ଜୋରଦାର ହୋଇଛି। ଆସନ ବୁଝାମଣାକୁ ନେଇ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳୁଛି। ଯଦି ସବୁକିଛି ଯୋଜନା ମୁତାବକ ଆଗକୁ ବଢ଼େ, ତେବେ ପଞ୍ଜାବ ରାଜନୀତିରେ ପୁଣି ଏକ ନୂଆ ମେଣ୍ଟର ଅଧ୍ୟାୟ ଆରମ୍ଭ ହୋଇପାରେ।

ଆସନ ବଣ୍ଟନ ଉପରେ ଅଟକିଛି ମେଣ୍ଟର ଭାଗ୍ୟ

ସୂତ୍ର ଅନୁସାରେ, ଉଭୟ ଦଳ ମେଣ୍ଟ ଗଠନ ନେଇ ସକାରାତ୍ମକ ମନୋଭାବ ପୋଷଣ କରୁଥିବା ବେଳେ ଏବେ ଆସନ ବଣ୍ଟନକୁ ନେଇ ମୁଖ୍ୟତଃ ଆଲୋଚନା ଚାଲିଛି। କେଉଁ ଦଳ କେତେ ଆସନରେ ଲଢ଼ିବ, କେଉଁ ଅଞ୍ଚଳରେ କାହାର ପ୍ରାର୍ଥୀ ରହିବେ ଏବଂ ନିର୍ବାଚନୀ ରଣନୀତି କିପରି ରହିବ, ସେନେଇ ଉଭୟ ପକ୍ଷ ମଧ୍ୟରେ ବିଚାରବିମର୍ଶ ଜାରି ରହିଛି। ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ମେଣ୍ଟ ସମ୍ପର୍କରେ ଔପଚାରିକ ଘୋଷଣା ହୋଇପାରେ।

ତେବେ ଏହି ସମ୍ଭାବ୍ୟ ମେଣ୍ଟ କେବଳ ଦୁଇ ଦଳର ମିଳନ ନୁହେଁ, ବରଂ ୨୦୨୭ ପଞ୍ଜାବ ନିର୍ବାଚନରେ କ୍ଷମତା ରାଜନୀତିର ସମୀକରଣ ବଦଳାଇବାର ଏକ ବଡ଼ ରଣନୀତି ବୋଲି ଚର୍ଚ୍ଚା ହେଉଛି।

ନଭେମ୍ବର ୧୭ରେ ପଞ୍ଜାବ ଆସିବେ ବିଜେପିର ନିର୍ବାଚନ ପ୍ରଭାରୀ

ଏହି ରାଜନୈତିକ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ତଥା ବିଜେପିର ପଞ୍ଜାବ ନିର୍ବାଚନ ପ୍ରଭାରୀ ସିଆର୍‌ ପାଟିଲଙ୍କ ପ୍ରସ୍ତାବିତ ପଞ୍ଜାବ ଗସ୍ତକୁ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ସେ ନଭେମ୍ବର ୧୭ ତାରିଖରେ ପଞ୍ଜାବ ଗସ୍ତ କରି ଚଣ୍ଡିଗଡ଼ରେ ରାଜ୍ୟ ବିଜେପି ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମେଣ୍ଟ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ତାଙ୍କର ଏହି ଗସ୍ତକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ମୋଦୀଙ୍କୁ ଭେଟିଥିଲେ ଅମରିନ୍ଦର ସିଂହ

ଅନ୍ୟପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିକଟରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିବା ଘଟଣା ମଧ୍ୟ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ସାକ୍ଷାତ୍‌ର ରାଜନୈତିକ ପ୍ରଭାବକୁ ନେଇ ଅନେକ ଆକଳନ କରାଯାଉଛି।

କାହିଁକି ଗୁରୁତ୍ୱପୂର୍ଣ୍ଣ SAD-BJP ମେଣ୍ଟ?

ଶିରୋମଣି ଅକାଳୀ ଦଳ ଓ ବିଜେପି ଦୀର୍ଘ ବର୍ଷ ଧରି ପଞ୍ଜାବରେ ମେଣ୍ଟ ସହଯୋଗୀ ଭାବେ ନିର୍ବାଚନ ଲଢ଼ିଆସିଥିଲେ। କିନ୍ତୁ ୨୦୨୦ରେ କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ NDAରୁ ଅଲଗା ହୋଇଥିଲା। ଏହାପରେ ଉଭୟ ଦଳ ଅଲଗା ଅଲଗା ରାଜନୈତିକ ରାସ୍ତା ଆପଣାଇଥିଲେ।

ଏବେ ପୁଣି ଦୁଇ ଦଳ ଏକାଠି ହେବାର ସମ୍ଭାବନା ପଞ୍ଜାବର ରାଜନୈତିକ ଚିତ୍ରକୁ ନୂଆ ମୋଡ଼ ଦେଇପାରେ। ଆସନ୍ତା ୨୦୨୭ ନିର୍ବାଚନରେ ଶାସକ ଆମ୍‌ ଆଦମୀ ପାର୍ଟି, କଂଗ୍ରେସ ଓ ଅନ୍ୟ ରାଜନୈତିକ ଶକ୍ତିଙ୍କ ମଧ୍ୟରେ ଏହି ସମ୍ଭାବ୍ୟ ମେଣ୍ଟ କେତେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର। ତେବେ ମେଣ୍ଟର ଚୂଡ଼ାନ୍ତ ରୂପରେଖ ଓ ଆସନ ବଣ୍ଟନ ଘୋଷଣା ପରେ ହିଁ ରାଜନୈତିକ ଚିତ୍ର ସ୍ପଷ୍ଟ ହେବ।

BJP Punjab Punjab Assembly Election 2027 Punjab Politics SAD BJP Alliance SAD BJP Seat Sharing shiromani akali dal
Share. Facebook Twitter LinkedIn Email WhatsApp Copy Link

Related Posts

PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ! ନଭେମ୍ବର ୧୫ରୁ ନୂଆ ନିୟମ, ଧରାପଡ଼ିଲେ ୧୦ ହଜାର ଜରିମାନା

November 14, 2026

ରୋଷେଇ କରୁଥିବା ବେଳେ ଅଘଟଣ, ନିଆଁରେ ଜଳିଗଲା ମହିଳାଙ୍କ ଜୀବନ

November 14, 2026

ଜାଲିଆାତି ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ହେଲେ ଦିଲ୍ଲୀପ ନାୟକ

November 14, 2026

ମହାଦେବ ବେଟିଂ ଆପ୍‌ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ

November 14, 2026
Latest News

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ, SAD-BJP ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

November 14, 2026

PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ! ନଭେମ୍ବର ୧୫ରୁ ନୂଆ ନିୟମ, ଧରାପଡ଼ିଲେ ୧୦ ହଜାର ଜରିମାନା

November 14, 2026

ରୋଷେଇ କରୁଥିବା ବେଳେ ଅଘଟଣ, ନିଆଁରେ ଜଳିଗଲା ମହିଳାଙ୍କ ଜୀବନ

November 14, 2026

ଜାଲିଆାତି ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ହେଲେ ଦିଲ୍ଲୀପ ନାୟକ

November 14, 2026

ମହାଦେବ ବେଟିଂ ଆପ୍‌ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.