ସମୀକ୍ଷା ବ୍ୟୁରୋ
ଆଜି ଗଣେଷ ପୂଜା ସାରା ଦେଶରେ ଧୂମଧାମରେ ପାଳିତ ହୋଇଛି। ତେବେ ଏହି ପୂଜା ଭାରତର ମୁମ୍ବାଇ ସହରରେ ବିଶେଷ ଭାବେ ପାଳିତ ହୋଇଥାଏ। ଚାରିଆଡେ ମେଢ ସହିତ ଘରେଘରେ ମଧ୍ୟ ବାବା ଗଣପତି ମୋରିଆ ଉଚ୍ଚାରଣ କରି ଏହି ପୂଜା ପାଳନ କରାଯାଇଥାଏ। ସେହିପରି ଘରେ ମଧ୍ୟ ଅନେକ ଅଭିନେତା ତଥା ଶିଳ୍ପପତି ଗଣପତି ବାବାଙ୍କୁ ପୂଜା କରିଥାନ୍ତି। ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା ଗଣପତି ବାବାଙ୍କୁ ବେଶ୍ ଭକ୍ତିପୂତ ଭାବେ ପାଳନ କରିଛନ୍ତି। ତାଙ୍କ ସହିତ ତାଙ୍କ ଝିଏ ଟିନା ଆହୁଜା ଏବଂ ପୁତ୍ର ୟଶବର୍ଦ୍ଧନ ତାଙ୍କର ଜୁହୁସ୍ଥିତ ବଙ୍ଗଳାରେ ପୂଜା କରିଛନ୍ତି। ପ୍ରତିବର୍ଷ ଗୋବିନ୍ଦା ତାଙ୍କ ଘରେ ପୂଜାପାଠ କରିବା ସହିତ ତାଙ୍କର ବନ୍ଧୁମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥାନ୍ତି। ଗୋବିନ୍ଦାଙ୍କ ବିଭିନ୍ନ ଚଳଚିତ୍ରରେ ଗଣପତି ଗୀତ ବେଶ୍ ଲୋକପ୍ରିୟ ହାସଲ କରିଛି। ଗଣେଷ ଭସାଣୀବେଳେ ଗୋବିନ୍ଦାଙ୍କ ନୃତ୍ୟ ଏବେବି ଅନେକଙ୍କ ମନେ ରହିଛି।