ମୁମ୍ବାଇରେ ଗଣେଷ ପୂଜା ବେଶ୍ ଧୂମଧାମରେ ପାଳନ କରାଯାଇଥାଏ। ଧନଗରିବ ସମସ୍ତେ ଏହି ପୂଜାରେ ମାତିଯାଆନ୍ତି। ହେଲେ ଏଥର ପୃଥିବୀର ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଘରେ କିନ୍ତୁ ପୂଜାର ପରିବେଶ ଭିନ୍ନଥିଲା। ମୁକେଶ ପ୍ରତିବର୍ଷ ଗଣେଷ ପୂଜା ଏବଂ ଦୀପାବଳୀ ବେଶ୍ ଧୂମଧାମରେ ପାଳନ କରିଥାନ୍ତି। ସେହିପରି ଏଥର ମୁକେଶଙ୍କ ବାସଭବନ ଆଣ୍ଟିଲିୟାରେ ମଧ୍ୟ ପୂଜା କରାଯାଇଥିଲା। ଏହି ପୂଜାରେ ମୁକେଶ ନୀତା ଆମ୍ବାନୀଙ୍କ ସହିତ ତାଙ୍କ ପୁଅବୋହୂ ମଧ୍ୟ ଥିଲେ। ଏଥର ମୁକେଶଙ୍କ ପୁଅ ଆକାଶ ଆମ୍ବାନୀ ଏବଂ ବୋହୂ ଶ୍ଲୋକା ମେହେଟାଙ୍କ ବାହାଘର ପରେ ଏହା ପ୍ରଥମ ଗଣେଶ ପୂଜା। ସେଥିପାଇଁ ମୁକେଶ ଆମ୍ବାନୀଙ୍କ ବୋହୂଘର ଏବଂ ଝିଅର ଶୂଶର ଘର ପରିବାରର ଏହି ପୂଜାରେ ଯୋଗ ଦେଇଥିଲେ। ଏହି ପୂଜାରେ ମୁକେଶ ପ୍ରାୟ ପ୍ରତି ବର୍ଷ ଶହଶହ ଅତିଥୀଙ୍କୁ ପୂଜାରେ ଯୋଗଦେବା ପାଇଁ ନିମନ୍ତ୍ରିତ କରିଥାନ୍ତି।