Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ପ୍ରସ୍ତୁତି ସମୀକ୍ଷା : ଭୂସ୍ଖଳନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ
ବିଶେଷ ଖବର

ବାତ୍ୟା ପ୍ରସ୍ତୁତି ସମୀକ୍ଷା : ଭୂସ୍ଖଳନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

November 17, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cyclone Preparedness Review: Directive to Evacuate People from Landslide-Prone Areas

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଆକଭାନ୍‌’ର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ଆଶଙ୍କା ଥିବା ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରସ୍ପର ମଧ୍ୟରେ ସମନ୍ୱୟ ରଖି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ‘ଅର୍ଣ୍ଣବ’ ସମୟରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବାରୁ ଏଥର ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଭୂସ୍ଖଳନ ଜନିତ ବିପଦ ସମ୍ପ୍ରତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଥିନିମନ୍ତେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ନେଇ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ପୂର୍ବରୁ ଚିହ୍ନଟ ବିପଦପ୍ରବଣ ସ୍ଥାନରୁ ଜନସାଧାରଣଙ୍କ ସ୍ଥାନାନ୍ତରଣ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନଙ୍କୁ ଭୂସ୍ଖଳନ ପ୍ରବଣ ପାହାଡ଼ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ଏପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ୧୪୭ଟି, କନ୍ଧମାଳରେ ୬୨ଟି ଓ ରାୟଗଡ଼ାରେ ୫୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇସାରିଛି। ଯେଉଁଠାରେ ଭୂସ୍ଖଳନ ଆଶଙ୍କା ଥିବ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳଙ୍କୁ ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରିବା ସହ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର କୁ ୨୪ ଘଣ୍ଟିଆ ସକ୍ରିୟ ରଖିବା, ନୋଡାଲ ଅଧିକାରୀ ନିଯୁକ୍ତି ଓ ନିୟମିତ ସ୍ଥିତି ସମୀକ୍ଷା କରିବାକୁ ଗୁରୁତ୍ୱ ଦେଇଛନ୍ତି। ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତଥ୍ୟ ପ୍ରସ୍ତୁତ କରିବା ସହ ବିପଦସଂକୁଳ ପରିବାର ଏବଂ ସ୍ଥାନାନ୍ତରଣ ସମୟରେ ସହାୟତା ଆବଶ୍ୟକ କରୁଥିବା ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଓ ଜେନେରେଟର ଭଳି ବିକଳ୍ପ ବ୍ୟବସ୍ଥାର ଯାଞ୍ଚ ସହ ଆବଶ୍ୟକ ଯାନବାହନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ସ୍ଥଳେ ପାଣିପାଗ ବିଭାଗର ସତର୍କ ସୂଚନା ଓ ଜିଲ୍ଲାପାଳଙ୍କ ବିପଦ ଆକଳନ ଆଧାରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ।

ଜଳସମ୍ପଦ ବିଭାଗକୁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର, ଜଳପ୍ରବାହ, ନଦୀର ଜଳସ୍ତର ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଦୁର୍ବଳ ନଦୀବନ୍ଧ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି। ସେହିପରି ରାସ୍ତା, ପୋଲ, କଲଭର୍ଟ ଓ ପାହାଡ଼ିଆ ରାସ୍ତାର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଗଛ କାଟିବା ଯନ୍ତ୍ର, ଆର୍ଥମୁଭର୍ ଓ ଜରୁରୀକାଳୀନ ମରାମତି ଦଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଓ ଯୋଗାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକୁ ଖାଦ୍ୟଶସ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯଥେଷ୍ଟ ମହଜୁଦ ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଦ୍ୟୁତ୍ ଓ ଟେଲିକମ୍ ବିଭାଗକୁ ବିପଦପ୍ରବଣ ବିଦ୍ୟୁତ୍ ସବ୍‌ଷ୍ଟେସନ୍‌, ଟେଲିକମ୍ ଟାୱାର ଚିହ୍ନଟ କରିବା ସହ ମରାମତି ଦଳ, ଆବଶ୍ୟକ ଯନ୍ତ୍ରପାତି ଓ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ହସ୍ପିଟାଲ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଓ ଜନସାଧାରଣଙ୍କ ମଧ୍ୟରେ ସତର୍କତା ସହ ବିଦ୍ୟୁତ୍ ଯୋଗାଣ ନିରବଚ୍ଛିନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ଡାକ୍ତରୀ ଦଳ, ଆମ୍ବୁଲାନ୍ସ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲଗୁଡ଼ିକରେ ବିକଳ୍ପ ବିଦ୍ୟୁତ୍‌, ଅକ୍ସିଜେନ୍ ଓ ଜଳ ଯୋଗାଣ ବ୍ୟବସ୍ଥା ଯାଞ୍ଚ କରିବାକୁ କୁହାଯାଇଛି। କୃଷି ବିଭାଗକୁ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇପାରୁଥିବା ଫସଲ ଚିହ୍ନଟ କରି ଚାଷୀମାନଙ୍କୁ ଆଗୁଆ ପରାମର୍ଶ ଦେବା ସହ ପଶୁସମ୍ପଦର ସୁରକ୍ଷା ପାଇଁ ନିରାପଦ ସ୍ଥାନ, ଗୋଖାଦ୍ୟ, ପାନୀୟ ଜଳ ଓ ପ୍ରାଣୀ ଚିକିତ୍ସା ଦଳ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ଉପକୂଳରେ ୧୮ ନଭେମ୍ବରରୁ ୨୦ ନଭେମ୍ବର ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବା ଏବଂ ପବନର ବେଗ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନ ଯିବା ପାଇଁ ସତର୍କ କରାଯାଇଛି।ବୈଠକରେ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା, ନିଜ ନିଜ ବିଭାଗର ନୋଡାଲ ଅଧିକାରୀ ନିଯୁକ୍ତ କରିବା ଏବଂ ଯେକୌଣସି ଜରୁରୀ ଆବଶ୍ୟକତା ବା ଅଭାବ ସମ୍ପର୍କରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ତୁରନ୍ତ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବାତ୍ୟା ପ୍ରସ୍ତୁତି ଭୂସ୍ଖଳନ ରାଜସ୍ବ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ର ମୁହାଁ ବାତ୍ୟା ‘ଅକଭାନ୍‌’ : ୨୦ରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ

November 17, 2026

ଜିଆରଏସ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ: ଲାଗୁ ହେବ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା

November 17, 2026

ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ

November 17, 2026

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ବଡ଼ ଉପହାର : ୩୧୪ ବ୍ଲକରେ ନିର୍ମାଣ ହେବ ଅତ୍ୟାଧୁନିକ ଷ୍ଟାଡିୟମ୍‌

November 16, 2026
Latest News

ୟୁପି ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ମୋଡ଼, ସ୍ଥଗିତ ହେଲା SP-କଂଗ୍ରେସ ଆସନ ବଣ୍ଟନ ବୈଠକ

November 17, 2026

ବାତ୍ୟା ପ୍ରସ୍ତୁତି ସମୀକ୍ଷା : ଭୂସ୍ଖଳନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

November 17, 2026

ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର! ଡିସେମ୍ବର ୧ରୁ ବଦଳିବ ନିୟମ, ନଗଦ ଜମା ଓ ECS ଉପରେ ବଢ଼ିବ ଶୁଳ୍କ

November 17, 2026

ଆନ୍ଧ୍ର ମୁହାଁ ବାତ୍ୟା ‘ଅକଭାନ୍‌’ : ୨୦ରେ ଲ୍ୟାଣ୍ଡଫଲ, ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ

November 17, 2026

ଜିଆରଏସ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ: ଲାଗୁ ହେବ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.