Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ
ଜାତୀୟ ଖବର

ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ

November 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jay Shah becomes ICC Chairman again
Jay Shah becomes ICC Chairman again

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଲଗାତାର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଏହି ଗୁରୁଦାୟତ୍ୱ ଗ୍ରହଣ କରିଥିବା ଶାହ ହେଉଛନ୍ତି ଆଇସିସି ପ୍ରମୁଖ ହେବାରେ ପଞ୍ଚମ ଭାରତୀୟ। ଆଗାମୀ ଦିନରେ ବିଶ୍ୱସ୍ତରରେ କ୍ରିକେଟ୍‌ର ପ୍ରସାର ଏବଂ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍‌ରେ କ୍ରିକେଟ୍‌ର ସଫଳ ପ୍ରତ୍ୟାବର୍ତ୍ତନକୁ ସେ ନିଜର ମୁଖ୍ୟ ପ୍ରାଥମିକତା ବୋଲି କହିଛନ୍ତି।

ପୁନର୍ବାର ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଜୟ ଶାହ କହିଛନ୍ତି, ଆଇସିସି ଅଧ୍ୟକ୍ଷ ଭାବେ କାମ କରିବା ଏକ ବଡ଼ ଆହ୍ୱାନ। ସାରା ବିଶ୍ୱରେ କ୍ରିକେଟ୍‌କୁ ଆଗେଇ ନେବା ପାଇଁ ମୁଁ ସମସ୍ତ ସଦସ୍ୟମାନଙ୍କ ସହ ମିଳିତ ଭାବେ କାମ କରିଚାଲିବି। ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍‌ରେ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ଆମ ପାଇଁ ନୂଆ ଦର୍ଶକଙ୍କ ନିକଟରେ ପହଞ୍ଚିବାର ବଡ଼ ସୁଯୋଗ। ଆମକୁ କ୍ରିକେଟ୍‌ର ଭବିଷ୍ୟତ ମଜଭୁତ କରିବାକୁ ହେବ। ଏଥିପାଇଁ ଖେଳାଳି, ପ୍ରଶଂସକ, କମର୍ସିଆଲ୍ ପାର୍ଟନର ଏବଂ ଖେଳ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ହିତକୁ ଧ୍ୟାନରେ ରଖିବାକୁ ହେବ।
ଜୟ ଶାହ ୨୦୨୪ରେ ପ୍ରଥମ ଥର ଆଇସିସି ଅଧ୍ୟକ୍ଷ ହୋଇଥିଲେ। ସେ ନ୍ୟୁଜିଲାଣ୍ଡର ଗ୍ରେଗ୍ ବାର୍କଲେଙ୍କ ସ୍ଥାନ ନେଇଥିଲେ। ୩୬ ବର୍ଷୀୟ ଜୟ ଶାହ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଥିଲେ। ଆଇସିସି ପ୍ରମୁଖ ହେବାରେ ସେ ପଞ୍ଚମ ଭାରତୀୟ। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ (୧୯୯୭-୨୦୦୦), ଶରଦ ପୱାର (୨୦୧୦-୨୦୧୨), ଏନ୍‌. ଶ୍ରୀନିବାସନ୍ (୨୦୧୪-୨୦୧୫) ଏବଂ ଶଶାଙ୍କ ମନୋହର (୨୦୧୫-୨୦୨୦) ଏହି ପଦ ସମ୍ଭାଳି ସାରିଛନ୍ତି। ଶଶାଙ୍କ ମନୋହର ୨୦୧୫ ନଭେମ୍ବରରୁ ୨୦୧୬ ମେ ପର୍ଯ୍ୟନ୍ତ ବିସିସିଆଇ ସଭାପତି ଥାଇ ଅନ୍ତରୀଣ ଅଧ୍ୟକ୍ଷ ରୂପେ ଏହି ଦାୟିତ୍ୱ ସମ୍ଭାଳିଥିଲେ। ପରେ ପୁଣି ୨୦୧୬ ମେ’ରେ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ସେ ୨୦୧୮ ମେ’ରେ ପୁନର୍ବାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ୨୦୨୦ ଜୁନ୍ ୨୦ ତାରିଖରେ ସେ ଦ୍ୱିତୀୟ କାର୍ଯ୍ୟକାଳ ପୂରା କରିଥିଲେ।

ଜୟ ଶାହ ୨୦୦୯ରେ ଅହମାଦବାଦୀ କେନ୍ଦ୍ରୀୟ କ୍ରିକେଟ୍ ବୋର୍ଡ କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ହୋଇଥିଲେ। ୨୦୧୩ ସେପ୍ଟେମ୍ବରରେ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ)ର ସଂଯୁକ୍ତ ସମ୍ପାଦକ ହୋଇଥିଲେ। ୨୦୧୫ରେ ବିସିସିଆଇ ଆର୍ଥିକ କମିଟିର ସଦସ୍ୟ ସହିତ ୨୦୧୯ରେ ପ୍ରଥମ ଥର ବିସିସିଆଇ ସମ୍ପାଦକ ହୋଇଥିଲେ। ଏହାପରେ ୨୦୨୨ରେ ଦ୍ୱିତୀୟ ଥର ବିସିସିଆଇ ସମ୍ପାଦକ ନିର୍ବାଚିତ ହୋଇଥିଲେ। ଶାହ ୨୦୨୧ରେ ଏସିଆନ୍ କ୍ରିକେଟ୍ କାଉନ୍‌ସିଲ୍ (ଏସିସି)ର ସଭାପତି ହୋଇଥିଲେ। ୨୦୨୪ ଜାନୁଆରୀରେ ତାଙ୍କୁ ପୁଣିଥରେ ଏସିସି ସଭାପତି ନିର୍ବାଚିତ କରାଯାଇଥିଲା। ୨୦୨୨ରେ ତାଙ୍କୁ ଆଇସିସିର ଫାଇନାନ୍ସ ଏବଂ କମର୍ସିଆଲ୍ ଆଫେୟାର୍ସ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ତାଙ୍କୁ ଅଲିମ୍ପିକ୍ ଗେମ୍ସ ପାଇଁ ଆଇସିସି ଅଲିମ୍ପିକ୍ ୱାର୍କିଂ ଗ୍ରୁପ୍‌ର ସଦସ୍ୟ ମଧ୍ୟ କରାଯାଇଥିଲା।

ICC Chairman again Jay Shah
Share. Facebook Twitter LinkedIn Email WhatsApp Copy Link

Related Posts

ଆଥ୍‌ଲେଟିକ୍ସ ଟିମ୍ ମୁଖ୍ୟ କୋଚ୍ ପରବୀର ସିଂହ

November 17, 2026

ଏଣିକି ଡେଲିଭରି ବୟ ଓ କ୍ୟାବ୍ ଡ୍ରାଇଭରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଜାଣନ୍ତୁ ୧୨ଟି ଅଧିକାର

November 17, 2026

ଋଷିକେଶରେ ଭୟଙ୍କର ବସ୍ ଦୁର୍ଘଟଣା: ୧୦୦ ମିଟର ଘାଟିକୁ ଖସିଲା ବସ୍, ୬ ମୃତ; ୨୦ରୁ ଅଧିକ ଆହତ

November 17, 2026

ୟୁପି ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ମୋଡ଼, ସ୍ଥଗିତ ହେଲା SP-କଂଗ୍ରେସ ଆସନ ବଣ୍ଟନ ବୈଠକ

November 17, 2026
Latest News

ଆଥ୍‌ଲେଟିକ୍ସ ଟିମ୍ ମୁଖ୍ୟ କୋଚ୍ ପରବୀର ସିଂହ

November 17, 2026

ଏଣିକି ଡେଲିଭରି ବୟ ଓ କ୍ୟାବ୍ ଡ୍ରାଇଭରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଜାଣନ୍ତୁ ୧୨ଟି ଅଧିକାର

November 17, 2026

ଋଷିକେଶରେ ଭୟଙ୍କର ବସ୍ ଦୁର୍ଘଟଣା: ୧୦୦ ମିଟର ଘାଟିକୁ ଖସିଲା ବସ୍, ୬ ମୃତ; ୨୦ରୁ ଅଧିକ ଆହତ

November 17, 2026

ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ

November 17, 2026

ୟୁପି ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ମୋଡ଼, ସ୍ଥଗିତ ହେଲା SP-କଂଗ୍ରେସ ଆସନ ବଣ୍ଟନ ବୈଠକ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.