Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓଡ଼ିଶା ସହରାଞ୍ଚଳ ପାର୍କିଂ ନୀତି-୨୦୨୬ ଚିଠା ପ୍ରକାଶ
ରାଜ୍ୟ ଖବର

ଓଡ଼ିଶା ସହରାଞ୍ଚଳ ପାର୍କିଂ ନୀତି-୨୦୨୬ ଚିଠା ପ୍ରକାଶ

November 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Draft of Odisha Urban Parking Policy-2026 Published

ଭୁବନେଶ୍ୱର: ଓଡ଼ିଶା ସହରାଞ୍ଚଳରେ ଯାନବାହନ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫ୍‌କ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ଓଡ଼ିଶା ସହରାଞ୍ଚଳ ପାର୍କିଂ ନୀତି-୨୦୨୬’ ର ଚିଠା ପ୍ରକାଶ ପାଇଛି। ଏନେଇ ବିଭାଗୀୟ ୱେବସାଇଟ୍‌ରେ ପ୍ରକାଶ କରାଯାଇ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି। ସହରାଞ୍ଚଳରେ ଯାନବାହନ ଭିଡ଼ ହ୍ରାସ କରିବା, ଫୁଟପାଥକୁ ଅବରୋଧମୁକ୍ତ ରଖିବା ଏବଂ ରାସ୍ତାରେ ଯାତାୟାତକୁ ଅଧିକ ସୁଗମ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ। ଏହି ନୀତି ଅନୁଯାୟୀ, ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପାର୍କିଂ ଯୋଜନା ପ୍ରସ୍ତୁତ କରିବେ। ଏଥିରେ ପାର୍କିଂ ଜୋନ୍ ଚିହ୍ନଟ, ଶୁଳ୍କ ନିର୍ଦ୍ଧାରଣ ଏବଂ ପାର୍କିଂ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। “ଉନ୍ନତ ପାର୍କିଂ ପରିଚାଳନା ଦ୍ୱାରା ପଦଚାରୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ହେବା ସହ ଯାନବାହନ ଚାଳକମାନଙ୍କୁ ପାର୍କିଂ ସ୍ଥାନ ଖୋଜିବାରେ ଲାଗୁଥିବା ସମୟ ହ୍ରାସ ପାଇବ ଏବଂ ସାଧାରଣ ପରିବହନ ବ୍ୟବସ୍ଥାରେ ଯାତ୍ରା ଅଧିକ ସହଜ ହେବ। ଓଡ଼ିଶାର ସହରଗୁଡ଼ିକର ବିକାଶ ସହିତ ପାର୍କିଂ ସ୍ଥାନ ସମ୍ପର୍କିତ ତୁରନ୍ତ ସୂଚନା ଲୋକଙ୍କୁ ଯାତ୍ରା ଯୋଜନା କରିବାରେ ସହାୟକ ହେବ। ଏହା ସହିତ ପୌର ସଂସ୍ଥାଗୁଡ଼ିକ ମଧ୍ୟ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପାର୍କିଂ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବେ। ପାର୍କ-ଆଣ୍ଡ-ରାଇଡ୍ ସୁବିଧା ଏବଂ ବୈଦ୍ୟୁତିକ ଯାନ ପାଇଁ ଚାର୍ଜିଂ ବ୍ୟବସ୍ଥା ଆଗାମୀ ଦିନରେ ଆମ ସହରଗୁଡ଼ିକର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁବିଧାଜନକ କରିବ । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର ଚିଠା ନୀତି ଅନୁଯାୟୀ, ସ୍ଥାନ, ଚାହିଦା ଏବଂ ପାର୍କିଂ ସମୟ ଅନୁସାରେ ଶୁଳ୍କ ଧାର୍ଯ୍ୟ କରାଯିବ। ଲୋକମାନେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖିବା ପରିବର୍ତ୍ତେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରିବା ପାଇଁ ରାସ୍ତା ବାହାରେ ଥିବା ପାର୍କିଂ ସ୍ଥାନର ଶୁଳ୍କ ୨୫ ପ୍ରତିଶତ କମ୍ ରଖିବା

ପାର୍କିଂ ନୀତି ସହରାଞ୍ଚଳ
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ‘ଅକଭାନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶୂନ୍ୟ ଜୀବନହାନିକୁ ମୁଖ୍ୟ ଲକ୍ଷ୍ୟ

November 18, 2026

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ

November 18, 2026

ଓଏଫ୍‌ଡିସିର ନୂଆ ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମା

November 18, 2026

ଆଜିଠୁ ବିଧାନସଭା ଶୀତ ଅଧିବେଶନ

November 18, 2026
Latest News

ଆଇପିଏଲ୍ ୨୦୨୭ରେ ଖେଳିବେ ନାହିଁ ଟ୍ରାଭିସ୍ ହେଡ୍

November 18, 2026

FD ରେ ମିଳୁଛି ୮.୨୫% ପର୍ଯ୍ୟନ୍ତ ସୁଧ! SBI-HDFCକୁ ପଛରେ ପକାଇଲେ ଛୋଟ ବ୍ୟାଙ୍କ, ଜାଣନ୍ତୁ କେଉଁଠି ଟଙ୍କା ରଖିଲେ ମିଳିବ ଅଧିକ ରିଟର୍ଣ୍ଣ

November 18, 2026

ଆଇଏସ୍‌ଏସ୍‌ଏଫ୍ ଆଥ୍‌ଲେଟ୍ସ କମିଟିକୁ ନିର୍ବାଚିତ ହେଲେ ମନୁ ଭାକର

November 18, 2026

ଓଡ଼ିଶା ସହରାଞ୍ଚଳ ପାର୍କିଂ ନୀତି-୨୦୨୬ ଚିଠା ପ୍ରକାଶ

November 18, 2026

ବାତ୍ୟା ‘ଅକଭାନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶୂନ୍ୟ ଜୀବନହାନିକୁ ମୁଖ୍ୟ ଲକ୍ଷ୍ୟ

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.