ମହାରାଷ୍ଟ୍ର ମୁମ୍ବାଇଠାରେ ଥିବା ଅଏଲ୍ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେଶନ(ଓଏନ୍ଜିସି)ର ଏକ ପ୍ଲାଣ୍ଟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ ହୋଇଛି । ନଭି ମୁମ୍ବାଇରେ ଥିବା ଓଏନ୍ଜିସିର କୋଲ୍ଡ ଷ୍ଟୋରରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି କୋଲ୍ଡ ଷ୍ଟୋରରେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ୮ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୧୨ରୁ ଊର୍ଦ୍ଧ୍ୱ ଦମକଳ ଗାଡି ସହ ଓଏନ୍ଜିସିର କର୍ମଚାରୀମାନେ ମଧ୍ୟ ନିଆଁଲିଭା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।