Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୟଙ୍କର ସଡ଼କ ଦୁର୍ଘଟଣା: ପୋଲରୁ ପାଣିକୁ ଖସିଲା ସ୍କୋର୍ପିଓ, ୬ ମୃତ
ଆଜିର ଖବର

ଭୟଙ୍କର ସଡ଼କ ଦୁର୍ଘଟଣା: ପୋଲରୁ ପାଣିକୁ ଖସିଲା ସ୍କୋର୍ପିଓ, ୬ ମୃତ

November 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆରାରିଆ: ବିବାହ ଉତ୍ସବର ଖୁସି ମନାଇ ଘରକୁ ଫେରୁଥିଲେ। ମନରେ ଥିଲା ଉତ୍ସବର ଖୁସି, ଆଖିରେ ଥିଲା ଘରକୁ ଫେରିବାର ସ୍ୱପ୍ନ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଛକି ବସିଥିଲା ମୃତ୍ୟୁ। ଅଧାରାତିରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ପୋଲ ଉପରୁ ପାଣିକୁ ଖସିପଡ଼ିଲା ଦ୍ରୁତଗାମୀ ସ୍କୋର୍ପିଓ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି। ଜଣେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ବିବାହ ଉତ୍ସବର ହସଖୁସି ମାତ୍ର କେଇ ଘଣ୍ଟାରେ ଛାଇଗଲା ଶୋକର କଳାବାଦଲ।

ବିହାରର ଆରାରିଆ ଜିଲ୍ଲାର ବୈରଗଛି-ସିକ୍ଟି ମୁଖ୍ୟ ରାସ୍ତାର ବିଡ଼ି ବ୍ରିଜ୍ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି। ଏକ ତିଳକ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ ସ୍କୋର୍ପିଓଟି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପାଣିରେ ପଡ଼ିଯାଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୬ ଜଣ ସୁପୌଲ ଜିଲ୍ଲାର ପିପ୍ରା ବ୍ଲକ୍ ଅନ୍ତର୍ଗତ ଥୁମ୍ହା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ଅନୁଯାୟୀ, ସିକ୍ଟି ବ୍ଲକ୍‌ର ଧେଦୁଆ ପଞ୍ଚାୟତ ଅନ୍ତର୍ଗତ ଭାପାଟିଆ ଗ୍ରାମରେ ଆୟୋଜିତ ଏକ ତିଳକ ସମାରୋହରେ ଯୋଗଦେବା ପାଇଁ କିଛି ଲୋକ ସ୍କୋର୍ପିଓରେ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ବିଳମ୍ବିତ ରାତିରେ ସମସ୍ତେ ନିଜ ଗାଁ ଥୁମ୍ହାକୁ ଫେରୁଥିଲେ। ହେଲେ ବୈରଗଛି-ସିକ୍ଟି ରାସ୍ତାର ବିଡ଼ି ବ୍ରିଜ୍ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇଥିଲା। ଦେଖୁଦେଖୁ ପୋଲ ଉପରୁ ତଳକୁ ଖସି ପାଣିରେ ବୁଡ଼ିଯାଇଥିଲା ସ୍କୋର୍ପିଓ।

ସ୍ଥାନୀୟ ଲୋକଙ୍କ ସହଯୋଗରେ ବହୁ କଷ୍ଟରେ ପାଣି ଭିତରୁ ସ୍କୋର୍ପିଓକୁ ବାହାର କରାଯାଇଥିଲା। ଗାଡ଼ି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଆରାରିଆ ସଦର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି। ଏପଟେ ଦୁର୍ଘଟଣାର ଖବର ଥୁମ୍ହା ଗାଁରେ ପହଞ୍ଚିବା ପରେ ଖେଳିଯାଇଛି ଶୋକର ଛାୟା। ପୁଲିସ ସମସ୍ତ ୬ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ସ୍କୋର୍ପିଓଟି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିଲା, ତାହାର କାରଣ ଖୋଜୁଛି ପୁଲିସ।

#accident #death
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଭାରତୀୟ ବଜାରକୁ ଆସିବ VinFast EV ସ୍କୁଟର: କେବଳ ଶସ୍ତା ନୁହେଁ ଦେବ ଲମ୍ବା ପରିସର

November 19, 2026

ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ’: ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

November 19, 2026

ପେନସନ୍‌ଭୋଗୀଙ୍କ ପାଇଁ ବଡ଼ ଖବର! EPFO ବୈଠକରେ ହୋଇପାରେ ପେନସନ୍ ବୃଦ୍ଧି ଆଲୋଚନା

November 19, 2026

ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

November 19, 2026
Latest News

ଏବେ ଭାରତୀୟ ବଜାରକୁ ଆସିବ VinFast EV ସ୍କୁଟର: କେବଳ ଶସ୍ତା ନୁହେଁ ଦେବ ଲମ୍ବା ପରିସର

November 19, 2026

ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ’: ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

November 19, 2026

ପେନସନ୍‌ଭୋଗୀଙ୍କ ପାଇଁ ବଡ଼ ଖବର! EPFO ବୈଠକରେ ହୋଇପାରେ ପେନସନ୍ ବୃଦ୍ଧି ଆଲୋଚନା

November 19, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ପୋଲରୁ ପାଣିକୁ ଖସିଲା ସ୍କୋର୍ପିଓ, ୬ ମୃତ

November 19, 2026

ବାତ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ବ୍ୟାପକ ପ୍ରସ୍ତୁତି; ନଦୀବନ୍ଧ, ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.