ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୯ ଜଣ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ଭାବରେ ୬ ଜଣଙ୍କ ମୃତ୍ୟୁର ଖବର ଆସିଥିବା ବେଳେ ମଙ୍ଗଳବାର ଦିନ ଆଫଗାନ କର୍ତ୍ତୃପକ୍ଷ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମୁଦାୟର ସାହାଯ୍ୟ ରହୁଥିବା ଗ୍ରୀନ୍ ଭିଲେଜ୍ ଅଞ୍ଚଳରେ ଏହି ବିସ୍ଫୋରଣ ସଙ୍ଗଠିତ ହୋଇଥିଲା। ମୃତକଙ୍କ ମଧ୍ୟରେ ଏକାଧିକ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ରହିଥିବା ନେଇ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରାଳୟ ମୁଖପାତ୍ର ନସ୍ରତ ରହିମି। ଏହି ଘଟଣା ପରେ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଲିବାନ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି।