Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆସନ୍ତାକାଲି ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

November 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prime Minister Narendra Modi
ଆସନ୍ତାକାଲି ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୧ ନଭେମ୍ବର ୨୦୨୬ରେ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ। ସକାଳ ପ୍ରାୟ ୯:୪୫ ସମୟରେ ପ୍ରଧାନମନ୍ତ୍ରୀ ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହା ପରେ ସେ ବୈଶାଳୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା ପାଇଁ ବିହାର ଗସ୍ତ କରିବେ। ତତ୍ପରେ, ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୫:୩୦ ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌର ଗୋମତୀ ନଗରସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନଠାରେ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଖଡ଼ଗପୁରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ଅଂଶଗ୍ରହଣ କରିବେ। ସେ ଏହି ପ୍ରତିଷ୍ଠାନର ୭୫ ବର୍ଷର ଯାତ୍ରାର ପ୍ରତୀକ ସ୍ୱରୂପ ଆଇଆଇଟି ଖଡ଼ଗପୁରର ୭୫ ଜଣ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଭାବ ବିନିମୟ କରିବା କାର୍ଯ୍ୟକ୍ରମ ରହିଛି।

୧୯୫୧ ମସିହାରେ ପ୍ରତିଷ୍ଠିତ ଖଡ଼ଗପୁରସ୍ଥିତ ଆଇଆଇଟି ହେଉଛି ଦେଶରେ ସ୍ଥାପିତ ହୋଇଥିବା ପ୍ରଥମ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ। ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବରେ ମାନ୍ୟତା ପାଇଥିବା ଏହି ଅନୁଷ୍ଠାନ ଭାରତରେ ବୈଷୟିକ ଶିକ୍ଷା, ଗବେଷଣା ଏବଂ ନବସୃଜନକୁ ଆଗକୁ ନେବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ଅଂଶଗ୍ରହଣ କରିବେ। ୨୦୨୧-୨୨ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା କୌଶଳ ଦୀକ୍ଷାନ୍ତ ସମାରୋହ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷକୁ ସ୍ୱୀକୃତି ଦେବା ଏବଂ ତାଲିମରୁ କର୍ମକ୍ଷେତ୍ରକୁ କୁଶଳୀ ଯୁବକଯୁବତୀଙ୍କ ପ୍ରବେଶକୁ ଉତ୍ସବ ଭାବେ ପାଳନ କରିବା ପାଇଁ ଏକ ବାର୍ଷିକ ଜାତୀୟ ମଞ୍ଚ ଭାବରେ ଉଭା ହୋଇଛି। ଏହାର ଆରମ୍ଭରୁ ହିଁ ଏହି ସମାରୋହ ଦକ୍ଷତା ବିକାଶ ଇକୋସିଷ୍ଟମର ସର୍ବଭାରତୀୟ ଟପ୍ପର ଏବଂ ଉଚ୍ଚ ସଫଳତା ହାସଲକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଆସୁଛି, ଯାହା ଧନ୍ଦାମୂଳକ ଶିକ୍ଷା ଏବଂ କୁଶଳୀ ବୃତ୍ତି ପ୍ରତି ଗର୍ବ, ସଫଳତା ଏବଂ ଆକାଂକ୍ଷାର ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି।

ଚଳିତ ବର୍ଷ ଉଲ୍ଲେଖନୀୟ ସଫଳତା ପାଇଁ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ), ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନଏସଟିଆଇ) ଏବଂ ପ୍ରଶିକ୍ଷକ ତାଲିମ ପ୍ରତିଷ୍ଠାନ (ଆଇଟିଓଟି)ର ୫୨ ଜଣ ଜାତୀୟ ସ୍ତରୀୟ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଆଇଆଇଟି ଖଡଗପୁର କୌଶଳ ଦୀକ୍ଷାନ୍ତ ସମାରୋହ ନରେନ୍ଦ୍ର ମୋଦୀ ପ୍ଲାଟିନମ୍ ଜୁବିଲି ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

କର୍ତ୍ତବ୍ୟରେ ଅବହେଳା ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତିନି ଡାକ୍ତର ନିଲମ୍ବିତ

November 20, 2026

ବାତ୍ୟା ‘ଅକ୍ୱାନ’ ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ବାଚସ୍ପତି

November 20, 2026

ଭୁବନେଶ୍ୱରରେ କାରିଗର ଓ ଜୁଏଲର୍ସଙ୍କୁ ତାଲିମ: ଅଳଙ୍କାର କ୍ଷେତ୍ରରେ ଗୁଣବତ୍ତା ଓ ହଲମାର୍କିଂ ଉପରେ ଗୁରୁତ୍ୱ

November 20, 2026

ମେରୀ କମ୍‌ଙ୍କ ବଢ଼ିଲା ସମସ୍ୟା: ପୂର୍ବତନ ସ୍ୱାମୀ ମାନହାନି ମାମଲାରେ ନୋଟିସ୍ ଜାରି କଲେ କୋର୍ଟ

November 20, 2026
Latest News

ଆସନ୍ତାକାଲି ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

November 20, 2026

କର୍ତ୍ତବ୍ୟରେ ଅବହେଳା ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତିନି ଡାକ୍ତର ନିଲମ୍ବିତ

November 20, 2026

ବାତ୍ୟା ‘ଅକ୍ୱାନ’ ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ବାଚସ୍ପତି

November 20, 2026

ଭୁବନେଶ୍ୱରରେ କାରିଗର ଓ ଜୁଏଲର୍ସଙ୍କୁ ତାଲିମ: ଅଳଙ୍କାର କ୍ଷେତ୍ରରେ ଗୁଣବତ୍ତା ଓ ହଲମାର୍କିଂ ଉପରେ ଗୁରୁତ୍ୱ

November 20, 2026

ମେରୀ କମ୍‌ଙ୍କ ବଢ଼ିଲା ସମସ୍ୟା: ପୂର୍ବତନ ସ୍ୱାମୀ ମାନହାନି ମାମଲାରେ ନୋଟିସ୍ ଜାରି କଲେ କୋର୍ଟ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.