Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ଆଜିର ଖବର

ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 20, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଗୋଆ: ଆରବ ସାଗରର ପୃଷ୍ଠଭୂମି ଏବଂ ଗୋଆର ସ୍ୱର୍ଣ୍ଣିମ ସମୁଦ୍ର ତଟରେ ଏକାଠି ହୋଇଛନ୍ତି ସାରା ଦୁନିଆର ଚଳଚ୍ଚିତ୍ର ନିର୍ମାତା, କଳାକାର, ପେସାଦାର ଏବଂ ଚଳଚ୍ଚିତ୍ର ପ୍ରେମୀ। ଆଜି ଠାରୁ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଛି ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)।

ଆଜି ସନ୍ଧ୍ୟାରେ ଗୋଆର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଇଫିର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଉଦଘାଟନ କରିଥିଲେ । ସେ କହିଥିଲେ, ଦୀର୍ଘ ୨୨ ବର୍ଷ ଧରି ଇଫି ଗୋଆର ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ପାଲଟିଛି । ଏହି ମହୋତ୍ସବ ଭାରତର ବସୁଧୈବ କୁଟୁମ୍ବକମ୍‌ ଭାବନାକୁ ପ୍ରତିଫଳନ କରୁଛି । ଏଥର ବ୍ରିକ୍ସ ସିନେମା ବର୍ଗରେ ରାମାୟଣକୁ ସାମିଲ କରାଯିବା ଭାରତ ପାଇଁ ଗର୍ବର ବିଷୟ । ଗୋଆକୁ ଚଳଚ୍ଚିତ୍ର ନିର୍ମାଣର କେନ୍ଦ୍ର ରୂପେ ବିକଶିତ କରିବାର ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଚଳଚ୍ଚିତ୍ର ପ୍ରଯୋଜନା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ଆମେ ଚାହୁଁଛୁ। ସେଥିପାଇଁ ଏନିମେସନ, ଭିଏଫଏକ୍ସ ଭଳି ସବୁ ଆଧୁନିକ ସୁବିଧା ସହିତ ଏକ ଫିଲ୍ମ ସିଟି ବିକଶିତ କରାଯିବ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଅଭିନେତା ତଥା ସାଂସଦ ରବି କିଷନ କହିଥିଲେ, ସତ୍ୟତା, ଭାବପ୍ରବଣତା ଏବଂ ଭଲ କାହାଣୀ ରହିଲେ ପ୍ରତ୍ୟେକ ଚଳଚ୍ଚିତ୍ର ଭାଷା ଓ ଭୌଗଳିକ କ୍ଷେତ୍ର ନିର୍ବିଶେଷରେ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ସେ ଚଳିତ ବର୍ଷ ମହୋତ୍ସବର ବିଷୟବସ୍ତୁ ‘ଷ୍ଟୋରିଜ୍‌ ୱିଦଆଉଟ୍‌ ବର୍ଡର୍ସ’ ବା ସୀମାହୀନ କାହାଣୀକୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର ତାଙ୍କର ଅଭିଭାଷଣରେ କହିଥିଲେ, ସୀମା ପାର୍‌ କରିବାର ଶକ୍ତି ଚଳଚ୍ଚିତ୍ର ପାଖରେ ରହିଛି । ଏହା ବିଭିନ୍ନ ସଂସ୍କୃତି ଓ ଦୃଷ୍ଟିକୋଣକୁ ଏକତ୍ରିତ କରିଥାଏ। ଇଫି କେବଳ ଏକ ଚଳଚ୍ଚିତ୍ର ମହୋତ୍ସବ ନୁହେଁ ଏହା ସଂସ୍କୃତି, ବିଚାର, ସ୍ମୃତି ଏବଂ ମାନବ ଅଭିଜ୍ଞତାର ଏକ ସଂଗମ। ସେ କହିଥିଲେ, ଚଳଚ୍ଚିତ୍ର ହେଉଛି ଭାରତର ସପ୍ଟ ପାୱାରର ସବୁଠୁ ଶକ୍ତିଶାଳୀ ଅଭିବ୍ୟକ୍ତି । ରୁଷ ଓ ସ୍ପେନ୍‌ର ସ୍ୱତନ୍ତ୍ର ପ୍ରଦର୍ଶନୀ ଏବଂ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ୨୧ଟି ଚଳଚ୍ଚିତ୍ର ମାଧ୍ୟମରେ ଇଫି ୨୦୨୬ରେ ସାଂସ୍କୃତିକ ଆଦାନପ୍ରଦାନର ଭାବନା ପ୍ରତିଫଳିତ ହୋଇଛି । ନୂତନ ସ୍ୱର ଏବଂ ସମାବେଶୀ କାହାଣୀ ଲାଗି ଇଫିର ପ୍ରତିବଦ୍ଧତା ଉପରେ ମଧ୍ୟ ଆଲୋକପାତ କରି ସେ କହିଥିଲେ, ଚଳିତ ବର୍ଷ ମହୋତ୍ସବରେ ୫୨ ଜଣ ମହିଳା ଚଳଚ୍ଚିତ୍ର ନିର୍ମାତା ଏବଂ ୬୨ ଜଣ ନବାଗତ ଚଳଚ୍ଚିତ୍ର ନିର୍ମାତା ଯୋଗ ଦେଇଛନ୍ତି ।

ଇଫିର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର କହିଥିଲେ, ବିରୋଧାଭାସପୂର୍ଣ୍ଣ ଯୁଗରେ ସିନେମାର ଏକତ୍ରୀକରଣ ଶକ୍ତି ରହିଛି । ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ‘ଷ୍ଟୋରିଜ୍ ୱିଥାଉଟ୍ ବର୍ଡର୍ସ’ (ସୀମାହୀନ କାହାଣୀ) ପଛରେ ଥିବା ଦର୍ଶନକୁ ବ୍ୟାଖ୍ୟା କରି ସେ ଉପସ୍ଥିତ ଦର୍ଶକଙ୍କୁ ମନେ ପକାଇ ଦେଇଥିଲେ ଯେ, ବିଭାଜନ ପ୍ରାୟତଃ ଆମ ନିଜ ଦ୍ୱାରା ସୃଷ୍ଟି ହୋଇଥାଏ। ସୀମା କେବଳ ମାନଚିତ୍ରରେ ଟଣାଯାଇଥିବା ରେଖା ନୁହେଁ; ବରଂ ଏହା ଆମେ ନିଜ ଚାରିପାଖରେ ଗଢ଼ି ତୋଳିଥିବା ଅଭ୍ୟାସ ମଧ୍ୟ। କାହାଣୀ ପାଖରେ ବିନା ପାସପୋର୍ଟରେ ସୀମାପାର୍‌ କରିବାର ଶକ୍ତି ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ, ଚଳିତ ବର୍ଷ ଇଫିରେ ନଅଟି ୱାର୍ଲ୍ଡ ପ୍ରିମିୟର୍ସ ଏବଂ ଦୁଇଟି ଅନ୍ତର୍ଜାତୀୟ ପ୍ରିମିୟର ଅନୁଷ୍ଠିତ ହେବ। ସେହିପରି ୨୪ଟି ଏସୀୟ ପ୍ରମିୟର ଏବଂ ୧୧୬ଟି ଭାରତୀୟ ପ୍ରିମିୟର ଆୟୋଜନ କରାଯିବ। ଏହା ସାରା ବିଶ୍ୱର ଚଳଚ୍ଚିତ୍ରଗୁଡ଼ିକୁ ଭୌଗଳିକ ସୀମା ନିର୍ବିଶେଷରେ ପ୍ରଦର୍ଶନ କରିବ।

ଉଦଘାଟନୀ ସମାରୋହରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ, ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ତିନି ଥର ଗ୍ରାମୀ ପୁରସ୍କାର ବିଜେତା ବିଶ୍ୱର ବିଶିଷ୍ଟ ସଂଗୀତଜ୍ଞ ରିକି କେଜ୍‌ ସଂଗୀତ ପରିବେଷଣ କରିଥିଲେ। ସେ ‘ଏ ୱାର୍ଲ୍ଡ ଅଫ୍‌ ସିନେମା ଥ୍ରୁ ମ୍ୟୁଜିକ’ ବାର୍ତ୍ତାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ବିଭିନ୍ନ ଦେଶର ସଂଗୀତଜ୍ଞମାନେ ମିଳିତ ଭାବେ ‘ମ୍ୟୁଜିକ୍‌ ୱିଦଆଉଟ୍‌ ବର୍ଡର୍ସ’ ବାର୍ତ୍ତା ନେଇ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ।

ନଅ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ୮୬ଟି ଦେଶର ୧୫୦ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଏଥର ସ୍ପେନକୁ ସମ୍ମାନିତ ରାଷ୍ଟ୍ର ଏବଂ ରୁଷକୁ ସହଯୋଗୀ ରାଷ୍ଟ୍ର ରୂପେ ମହୋତ୍ସବରେ ସ୍ୱୀକୃତି ମିଳିଛି। ଇଣ୍ଡିଆନ ପାନୋରମା ବର୍ଗରେ ୧୮ଟି ଭାଷାର ୭୬ଟି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

ଇଫି ଗୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ

November 20, 2026

ମଙ୍ଗଳସୂତ୍ର ବନ୍ଧା ପକାଇ କିଣିଲେ ବନ୍ଧୁକ, ପୁରୁଷ ବନ୍ଧୁ ହାତରେ ସ୍ୱାମୀକୁ ଗୁଳି

November 20, 2026

୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ

November 20, 2026

ଗାଁ ଦେଲା ଜବାବ, ବିଜେପିର ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ରାହୁଲ

November 20, 2026
Latest News

ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ

November 20, 2026

ମଙ୍ଗଳସୂତ୍ର ବନ୍ଧା ପକାଇ କିଣିଲେ ବନ୍ଧୁକ, ପୁରୁଷ ବନ୍ଧୁ ହାତରେ ସ୍ୱାମୀକୁ ଗୁଳି

November 20, 2026

ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 20, 2026

୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ

November 20, 2026

ବାତ୍ୟା ପରେ ସ୍ଥିତି ସମୀକ୍ଷା, କାଲିଠୁ ସ୍ୱାଭାବିକ ଆଶା

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.