ସ୍ମାର୍ଟ ସିଟି ଭୁବନେଶ୍ବରରେ ଡ୍ରେନ୍ରେ ତିନି ଜଣ ଯୁବକ ଭାସି ଯାଇଛନ୍ତି ତିନି ଜଣ ଯୁବକ । ତିନି ଜଣ ଯୁବକ ଏକ ବାଇକ୍ରେ ଯାଉଥିବା ବେଳେ ସୋମବାର ରାତିରେ ପ୍ରବଳ ବର୍ଷାରେ ଏହି ତିନି ଯୁବକ ଆଚାର୍ଯ୍ୟ ବିହାର-ଜୟଦେବ ବିହାର ରାସ୍ତା ମଧ୍ୟରେ ଭାସି ଯାଇଥିବା ଜଣାପଡିଛି । ଉତ୍କଳ ଭିଲ୍ଲାସ ନିକଟରେ ରହିଥିବା ଡ୍ରେନ୍ରେ ଏହି ତିନି ଯୁବକ ଭାସି ଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସିସିଟିଭି ଫୁଟେଜ୍ରୁ ଜଣାପଡିଛି । ତିନି ଯୁବକ ଡ୍ରେନ୍ରେ ଭାସିଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।