Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପଣଙ୍କ ସହରରେ ବ୍ୟାଙ୍କ ଖୋଲା ନା ବନ୍ଦ? ଯାଞ୍ଚ କରନ୍ତୁ ନଭେମ୍ବର ଛୁଟି ତାଲିକା
ଆଜିର ଖବର

ଆପଣଙ୍କ ସହରରେ ବ୍ୟାଙ୍କ ଖୋଲା ନା ବନ୍ଦ? ଯାଞ୍ଚ କରନ୍ତୁ ନଭେମ୍ବର ଛୁଟି ତାଲିକା

November 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବ୍ୟାଙ୍କରେ ରହିଛି କି କୌଣସି ଜରୁରୀ କାମ? ଚେକ୍‌ ଜମା କରିବାକୁ ଅଛି ନା ଟଙ୍କା ଉଠାଇବାକୁ ଯୋଜନା କରୁଛନ୍ତି? ତେବେ ଆଉ ଡେରି ନକରି ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ତାଲିକା ଉପରେ ନଜର ପକାଇ ଦିଅନ୍ତୁ। କାରଣ ନଭେମ୍ବର ମାସର ଶେଷ ସପ୍ତାହରେ ଦେଶର ବିଭିନ୍ନ ରାଜ୍ୟରେ ଏକାଧିକ ଦିନ ବ୍ୟାଙ୍କ ଶାଖା ବନ୍ଦ ରହିବ। ନଭେମ୍ବର ୨୩ରୁ ୨୯ ତାରିଖ ମଧ୍ୟରେ ପର୍ବପର୍ବାଣୀ, ଗୁରୁତ୍ୱପୂର୍ଣ୍ଣ ଜୟନ୍ତୀ ଏବଂ ସାପ୍ତାହିକ ଛୁଟି ଯୋଗୁଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ। ବିଶେଷକରି ନଭେମ୍ବର ୨୪ରେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏପରିକି ନଭେମ୍ବର ୨୮ ଓ ୨୯ରେ ଦେଶବ୍ୟାପୀ ବ୍ୟାଙ୍କ ଶାଖା ବନ୍ଦ ରହିବ।

ତେଣୁ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ଥିଲେ ଗ୍ରାହକମାନେ ଆଗୁଆ ଯୋଜନା କରିନେବା ଆବଶ୍ୟକ। ଆସନ୍ତୁ ଜାଣିବା, ନଭେମ୍ବର ମାସର କେଉଁ ତାରିଖରେ କେଉଁ ରାଜ୍ୟରେ ବ୍ୟାଙ୍କ ଶାଖା ବନ୍ଦ ରହିବ।

ନଭେମ୍ବର ୨୩: ସୋମବାର ମେଘାଳୟରେ ସ୍ଥାନୀୟ ପର୍ବ ‘ସେଙ୍ଗ କୁଟ୍ ସ୍ନେମ୍’ ଅବସରରେ ବ୍ୟାଙ୍କ ଛୁଟି ରହିବ। ଏହି ଦିନ ଶିଲଂ ସମେତ ରାଜ୍ୟର ସମ୍ପୃକ୍ତ ଅଞ୍ଚଳରେ ବ୍ୟାଙ୍କ ଶାଖା ବନ୍ଦ ରହିବାରୁ ଗ୍ରାହକମାନେ ଶାଖାସ୍ତରୀୟ ସେବା ପାଇପାରିବେ ନାହିଁ।

ନଭେମ୍ବର ୨୪: ମଙ୍ଗଳବାର ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା ଓ ରାହାସ ପୂର୍ଣ୍ଣିମା ଅବସରରେ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ। RBIର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଆଇଜଲ, ମୁମ୍ବାଇ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କୋହିମା, କୋଲକାତା, ଲକ୍ଷ୍ନୌ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ସିମଲା ଓ ଶ୍ରୀନଗର ଆଦି ସହରରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ଏହାଦ୍ୱାରା ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ।

ନଭେମ୍ବର ୨୭: ଶୁକ୍ରବାର କନକଦାସ ଜୟନ୍ତୀ ଅବସରରେ କର୍ଣ୍ଣାଟକରେ ବ୍ୟାଙ୍କ ଛୁଟି ରହିବ। ବେଙ୍ଗାଲୁରୁ ସମେତ ରାଜ୍ୟର ସମ୍ପୃକ୍ତ ଅଞ୍ଚଳରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ତେବେ ଅନ୍ୟ ରାଜ୍ୟଗୁଡ଼ିକରେ ବ୍ୟାଙ୍କ କାରବାର ସ୍ୱାଭାବିକ ରହିବ।

ନଭେମ୍ବର ୨୮ ଓ ୨୯: ଶନିବାର ନଭେମ୍ବର ୨୮ ମାସର ଚତୁର୍ଥ ଶନିବାର ହୋଇଥିବାରୁ RBIର ନିୟମ ଅନୁଯାୟୀ ଦେଶର ସମସ୍ତ ବ୍ୟାଙ୍କ ଶାଖା ବନ୍ଦ ରହିବ। ସେହିପରି, ନଭେମ୍ବର ୨୯ ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ। ଫଳରେ ଗ୍ରାହକମାନେ ଲଗାତାର ଦୁଇ ଦିନ ବ୍ୟାଙ୍କ ଶାଖାକୁ ଯାଇ ଟଙ୍କା ଜମା, ଉଠାଣ କିମ୍ବା ଅନ୍ୟାନ୍ୟ କାଉଣ୍ଟର ସେବା ପାଇପାରିବେ ନାହିଁ।

ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଅଧିକାଂଶ ଡିଜିଟାଲ୍‌ ବ୍ୟାଙ୍କିଂ ସେବା ଚାଲୁ ରହିବ। ଗ୍ରାହକମାନେ ମୋବାଇଲ୍‌ ବ୍ୟାଙ୍କିଂ, ଇଣ୍ଟରନେଟ୍‌ ବ୍ୟାଙ୍କିଂ, UPI ଏବଂ ATM ଜରିଆରେ ଟଙ୍କା ନେଣଦେଣ କରିପାରିବେ। ତେବେ ଚେକ୍‌ କ୍ଲିୟରାନ୍ସ, ନଗଦ ଜମା ଓ ଅନ୍ୟାନ୍ୟ ଶାଖାଭିତ୍ତିକ କାମ ପାଇଁ ବ୍ୟାଙ୍କ ଖୋଲିବା ଯାଏଁ ଅପେକ୍ଷା କରିବାକୁ ପଡ଼ିପାରେ। ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ନିଜ ସହରର ଛୁଟି ତାଲିକା ଯାଞ୍ଚ କରନ୍ତୁ। ଆବଶ୍ୟକ କାମଗୁଡ଼ିକୁ ଆଗୁଆ ଶେଷ କରି ଅଯଥା ହଇରାଣରୁ ଦୂରେଇ ରୁହନ୍ତୁ।

Bank Holiday November 2026 RBI Bank Holiday Calendar ନଭେମ୍ବର ବ୍ୟାଙ୍କ ଛୁଟି
Share. Facebook Twitter LinkedIn Email WhatsApp Copy Link

Related Posts

ହତ୍ୟା ଷଡ଼ଯନ୍ତ୍ରରେ ମା’ ଗିରଫ, ଏବେ ବାଳାଶ୍ରମରେ ଦୁଇ ନାବାଳକ

November 22, 2026

କାର୍ତ୍ତିକ ବ୍ରତ ପାଳିବାକୁ ପୁରୀ ଆସିଥିଲେ, ଶବ ହୋଇ ଫେରିଲେ! ଚିକିତ୍ସାଧୀନ ଅବସ୍ଥାରେ ହବିଷ୍ୟାଳିଙ୍କ ମୃତ୍ୟୁ

November 22, 2026

ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ଫେରୁଥିଲେ, ରାସ୍ତାରେ ଛକିଥିଲା ମୃତ୍ୟୁ! ୯ ମୃତ

November 22, 2026

PAN କାର୍ଡରେ ଗୋଟିଏ ଭୁଲ୍, ଆୟକର ବିଭାଗର ନୋଟିସ୍! ୭.୬୦ ଲକ୍ଷ ଟଙ୍କାର ମାମଲା

November 22, 2026
Latest News

ଆପଣଙ୍କ ସହରରେ ବ୍ୟାଙ୍କ ଖୋଲା ନା ବନ୍ଦ? ଯାଞ୍ଚ କରନ୍ତୁ ନଭେମ୍ବର ଛୁଟି ତାଲିକା

November 22, 2026

ହତ୍ୟା ଷଡ଼ଯନ୍ତ୍ରରେ ମା’ ଗିରଫ, ଏବେ ବାଳାଶ୍ରମରେ ଦୁଇ ନାବାଳକ

November 22, 2026

କାର୍ତ୍ତିକ ବ୍ରତ ପାଳିବାକୁ ପୁରୀ ଆସିଥିଲେ, ଶବ ହୋଇ ଫେରିଲେ! ଚିକିତ୍ସାଧୀନ ଅବସ୍ଥାରେ ହବିଷ୍ୟାଳିଙ୍କ ମୃତ୍ୟୁ

November 22, 2026

ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ଫେରୁଥିଲେ, ରାସ୍ତାରେ ଛକିଥିଲା ମୃତ୍ୟୁ! ୯ ମୃତ

November 22, 2026

PAN କାର୍ଡରେ ଗୋଟିଏ ଭୁଲ୍, ଆୟକର ବିଭାଗର ନୋଟିସ୍! ୭.୬୦ ଲକ୍ଷ ଟଙ୍କାର ମାମଲା

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.