Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦେଶ ଗସ୍ତ ତଦନ୍ତକୁ ନେଇ ସରକାରଙ୍କୁ ଭକ୍ତ ଦାସଙ୍କ ସମାଲୋଚନା
ଆଜିର ଖବର

ବିଦେଶ ଗସ୍ତ ତଦନ୍ତକୁ ନେଇ ସରକାରଙ୍କୁ ଭକ୍ତ ଦାସଙ୍କ ସମାଲୋଚନା

November 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Bhakta Das criticizes the government over the probe into the foreign tour.

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ତଦନ୍ତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ନିଜର ବିଫଳତା ଲୁଚାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କୌଣସି ଗୋପନୀୟ କାର୍ଯ୍ୟ ନୁହେଁ ଏବଂ ଏହା ସର୍ବସାଧାରଣରେ ଅନୁଷ୍ଠିତ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିୟମିତ ଭାବେ ବିଦେଶ ଗସ୍ତ କରନ୍ତି। ଏଭଳି ସ୍ଥିତିରେ ହଠାତ୍ ଏହି ପ୍ରସଙ୍ଗରେ ତଦନ୍ତର ଆବଶ୍ୟକତା କ’ଣ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି କୌଣସି ସନ୍ଦେହ ବା ଅନିୟମିତତା ଥିଲା, ତେବେ ପୂର୍ବରୁ କାହିଁକି ତଦନ୍ତ କରାଯାଇ ନଥିଲା ଏବଂ ଏତେ ଦିନ ପରେ ଏହାକୁ ଉଠାଇବା ପଛରେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଦେଶର ଗୁଇନ୍ଦା ବ୍ୟବସ୍ଥା ବେଶ୍ ସୁଦୃଢ଼ ଏବଂ ଅତିଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କ ବିଦେଶ ଗସ୍ତ ସମ୍ପର୍କରେ ସମସ୍ତ ତଥ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ଥାଏ। ତଦନ୍ତ ନାମରେ ଏଭଳି ପଦକ୍ଷେପ ନେଇ ଦରଦାମ ବୃଦ୍ଧି, ବେକାରୀ ଏବଂ ଚାଷୀ ସମସ୍ୟା ଭଳି ମୌଳିକ ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଉଦ୍ୟମ କରାଯାଉଛି ବୋଲି ସେ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ ଏବଂ ଭାରତୀୟ ପୁଲିସ ସେବା ଅଧିକାରୀ ରବିକାନ୍ତଙ୍କ ବିଦେଶ ଗସ୍ତ, ବିଶେଷ କରି ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପିସିସି ସଭାପତି ଭକ୍ତଚରଣ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

“ଏନଡିଏ ସରକାରରେ ଚାରା ଘୋଟାଲାଠାରୁ ଆହୁରି ବଡ଼ ଲୁଟ୍”: ପ୍ରଶାନ୍ତ କିଶୋରଙ୍କ ଦାବି

November 22, 2026

ବାଂଲାଦେଶରେ ପୁଣି ହିଂସା!: ୨୦୦ ହିନ୍ଦୁ ପରିବାରଙ୍କ ଘର ପୋଡ଼ି ଦିଆଯାଇଥିବା ଦାବି

November 22, 2026

ଡ୍ରୋନ୍‌ ମାଡ଼ରେ ଜଳିଲା ରୁଷୀୟ ଜାହାଜ; ସୀମାରେ ସତର୍କତା ବଢ଼ାଇଲା ଫିନଲାଣ୍ଡ

November 22, 2026

ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା ଘଟଣାରେ ପୁଅବୋହୂ ଥାନାରେ ଅଟକ

November 22, 2026
Latest News

ବିଦେଶ ଗସ୍ତ ତଦନ୍ତକୁ ନେଇ ସରକାରଙ୍କୁ ଭକ୍ତ ଦାସଙ୍କ ସମାଲୋଚନା

November 22, 2026

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ନୈପୂଣ୍ୟ ବର୍ଗ ପାଳିତ

November 22, 2026

ଭାରତ ଆସିଲେ ନେପାଳ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ତାଙ୍କର ପ୍ରଥମ ଗସ୍ତ କାହିଁକି ଐତିହାସିକ?

November 22, 2026

“ଏନଡିଏ ସରକାରରେ ଚାରା ଘୋଟାଲାଠାରୁ ଆହୁରି ବଡ଼ ଲୁଟ୍”: ପ୍ରଶାନ୍ତ କିଶୋରଙ୍କ ଦାବି

November 22, 2026

ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.