Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିଯାତ୍ରାରେ ଏଥର AI ସୁରକ୍ଷା, ଚୋରି ଓ ଛିନତାଇ ରୋକିବାକୁ ୧୮ ସହାୟତା କେନ୍ଦ୍ର
ଆଜିର ଖବର

ବାଲିଯାତ୍ରାରେ ଏଥର AI ସୁରକ୍ଷା, ଚୋରି ଓ ଛିନତାଇ ରୋକିବାକୁ ୧୮ ସହାୟତା କେନ୍ଦ୍ର

November 23, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଓଡ଼ିଶାର ଐତିହାସିକ କଟକ ବାଲିଯାତ୍ରା। ଚଳିତ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମହାମେଳାକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ଏଥର ବାଲିଯାତ୍ରାର ଆକର୍ଷଣ କେବଳ ରଙ୍ଗିନ ଆଲୋକ, ଦୋକାନବଜାର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ରହିବ ନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବିତ ଗସ୍ତକୁ ନଜରରେ ରଖି ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଭୂତପୂର୍ବ ଭାବେ କଡ଼ାକଡ଼ି କରାଯାଇଛି। ପ୍ରତିଟି ଗତିବିଧି ଉପରେ ନଜର ରଖିବ AI କ୍ୟାମେରା। ଅସାମାଜିକ ତତ୍ତ୍ୱଙ୍କଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ ପର୍ଯ୍ୟନ୍ତ ସବୁ ଦିଗ ଉପରେ ରହିବ ପୁଲିସର କଡ଼ା ନଜର।

୧୨୦୦ AI କ୍ୟାମେରାରେ ନଜରବନ୍ଦୀ ହେବ ବାଲିଯାତ୍ରା ପଡ଼ିଆ

ବାଲିଯାତ୍ରାର ଉଭୟ ଉପର ଓ ତଳ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ଏଥର ମୋଟ ୧୨୦୦ଟି AI କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଜରିଆରେ ପଡ଼ିଆର ପ୍ରତିଟି ଗତିବିଧି ଉପରେ ନଜର ରଖାଯିବ। କୌଣସି ସ୍ଥାନରେ ଅସ୍ୱାଭାବିକ ଭିଡ଼ କିମ୍ବା ସନ୍ଦେହଜନକ ଗତିବିଧି ଦେଖାଗଲେ ତୁରନ୍ତ ପଦକ୍ଷେପ ନେବାକୁ ପୁଲିସ ପ୍ରସ୍ତୁତ ରହିବ।

ଏଥିସହ ପଡ଼ିଆର ବିଭିନ୍ନ ସ୍ଥାନରେ ୩୮ଟି ପୁଲିସ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଏହି ଟାୱାର ଉପରେ ବନ୍ଧୁକଧାରୀ ପୁଲିସ କର୍ମଚାରୀ ମୁତୟନ ରହି ଭିଡ଼ ଉପରେ ନଜର ରଖିବେ। ଅପରପକ୍ଷେ ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୪୦୦ ଅଧିକାରୀ ନିୟୋଜିତ ହେବେ।

ଚୋରି, ଛିନତାଇ ରୋକିବାକୁ ୧୮ଟି ପୁଲିସ ସହାୟତା କେନ୍ଦ୍ର

ବାଲିଯାତ୍ରାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଏହି ଭିଡ଼ର ସୁଯୋଗ ନେଇ ମୋବାଇଲ, ସୁନାଚେନ୍ ଓ ମନିପର୍ସ ଚୋରି ସହ ଛିନତାଇ ଭଳି ଘଟଣା ଘଟିବାର ଆଶଙ୍କା ରହିଥାଏ। ଏଥିସହ ଅସାମାଜିକ ତତ୍ତ୍ୱଙ୍କ ଉତ୍ପାତ ରୋକିବାକୁ ଉଭୟ ପଡ଼ିଆରେ ୧୮ଟି ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ।

ଏହି ବ୍ୟବସ୍ଥା ଦ୍ୱାରା ଅଭିଯୋଗକାରୀଙ୍କୁ ଛୋଟ ଛୋଟ ଅଭିଯୋଗ ପାଇଁ କ୍ୟାଣ୍ଟନମେଣ୍ଟ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେମାନେ ସିଧାସଳଖ ସହାୟତା କେନ୍ଦ୍ରରେ ନିଜ ଅଭିଯୋଗ ଜଣାଇପାରିବେ। ଫଳରେ ତୁରନ୍ତ ସହାୟତା ଯୋଗାଇଦେବା ସହ ଅପରାଧ ନିୟନ୍ତ୍ରଣରେ ଏହା ସହାୟକ ହେବ।

ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍

ବାଲିଯାତ୍ରା ସମୟରେ କଟକ ସହରରେ ଟ୍ରାଫିକ୍ ଭିଡ଼ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ବିଶେଷକରି ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ମେଳାକୁ ଆସୁଥିବା ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଥର ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ମୁଖ୍ୟ ଦାୟିତ୍ୱରେ ରହିବେ ଅତିରିକ୍ତ ଟ୍ରାଫିକ୍ ଡିସିପି। ତାଙ୍କ ଅଧୀନରେ ଜଣେ ଟ୍ରାଫିକ୍ ଏସିପି, ଦୁଇ ଜଣ ଇନ୍ସପେକ୍ଟର, ଚାରି ଜଣ ଏସ୍‌ଆଇ, ୧୦ ଜଣ ଏଏସ୍‌ଆଇ ଏବଂ ୧୦୦ ଜଣ ଟ୍ରାଫିକ୍ କନଷ୍ଟେବଳ ନିୟୋଜିତ ରହିବେ। ଏହି ଟିମ୍ ଟ୍ରାଫିକ୍ ନିୟନ୍ତ୍ରଣ ସହ ଗାଡ଼ିମୋଟର ଚଳାଚଳକୁ ସୁଗମ କରିବା ଦିଗରେ କାମ କରିବ।
ପ୍ରସ୍ତୁତିର ସମୀକ୍ଷା କଲେ ଗୃହ ବିଭାଗର ଏସିଏସ୍
ଅନ୍ୟପଟେ ବାଲିଯାତ୍ରାର ସୁରକ୍ଷା ଓ ଆନୁଷଙ୍ଗିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା। ଏହି ଅବସରରେ ସେ ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଥିଲେ। ସେହିପରି କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ରବିବାର ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତ, ଲକ୍ଷାଧିକ ଲୋକଙ୍କ ସମାଗମ: ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

ଐତିହାସିକ ବାଲିଯାତ୍ରାରେ ଏଥର ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଆହୁରି ଗୁରୁତ୍ୱ ବହନ କରୁଛି। ଗୋଟିଏ ପଟେ ରାଷ୍ଟ୍ରପତିଙ୍କ ଗସ୍ତର ସୁରକ୍ଷା, ଅନ୍ୟପଟେ ମେଳାକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ଭିଡ଼ ନିୟନ୍ତ୍ରଣ। ଏହି ଦୁଇଟି ଦିଗକୁ ସମ୍ଭାଳିବା ପୁଲିସ ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହେବ। ତେବେ ୧୨୦୦ AI କ୍ୟାମେରା, ୩୮ଟି ୱାଚ୍ ଟାୱାର ଓ ୭୦ ପ୍ଲାଟୁନ୍ ଫୋର୍ସର ସୁରକ୍ଷା ବଳୟରେ ଏଥର ବାଲିଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବାକୁ ପୁଲିସ ପ୍ରଶାସନ ଲକ୍ଷ୍ୟ ରଖିଛି।

AI Camera Security Bali Jatra Security Cuttack Police କଟକ ବାଲିଯାତ୍ରା ୨୦୨୬ ବାଲିଯାତ୍ରା ଟ୍ରାଫିକ୍ ବ୍ୟବସ୍ଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

November 23, 2026

ହାତୀ ସ୍ଥାନାନ୍ତରକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ!: ଇସ୍ତଫା ଦେଲେ ବିଧାୟକ ନୟନା 

November 23, 2026

ଟୋଲ୍ ରୁ ମୁକ୍ତ ହେବେ ସାମରିକ କର୍ମଚାରୀ!: ବିକଶିତ ହେଉଛି ଏକ ସ୍ୱତନ୍ତ୍ର FASTag 

November 23, 2026

ଚ଼ଲିକା ବୋଇତ ବନ୍ଦାଣ ମହୋତ୍ସବରେ ସ୍ଥାନୀୟ କବିଙ୍କ ମନୋଜ୍ଞ କବିତା ପାଠୋତ୍ସବ

November 23, 2026
Latest News

ଆସନ୍ତକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

November 23, 2026

ବାଲିଯାତ୍ରାରେ ଏଥର AI ସୁରକ୍ଷା, ଚୋରି ଓ ଛିନତାଇ ରୋକିବାକୁ ୧୮ ସହାୟତା କେନ୍ଦ୍ର

November 23, 2026

ହାତୀ ସ୍ଥାନାନ୍ତରକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ!: ଇସ୍ତଫା ଦେଲେ ବିଧାୟକ ନୟନା 

November 23, 2026

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ କିପରି ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମ୍ପୂର୍ଣ୍ଣ ସମୀକରଣ

November 23, 2026

ବିସଲେରି ପରେ ଯାଞ୍ଚ ଅଧୀନରେ ସମସ୍ତ ବ୍ରାଣ୍ଡ: ଏବେ ସବୁ କମ୍ପାନୀ ପାଣିର ହେବ ପରୀକ୍ଷା

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.