ରାଜଧାନୀ ଭୁବନେଶ୍ବରରେ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ପୋଲିସ ଲକ୍ଷ୍ମୀସାଗର ଅଂଚଳରେ ଚଢାଉ କରି ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ନକଲି ଓ ଅପମିଶ୍ରିତ ଖାଇବା ତେଲ ଜବତ କରିଛି । ସୂଚନାନୁସାରେ, ଦୀର୍ଘଦିନ ଧରି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରେ ଥିବା ଏକ ଘରେ ଚାଲିଥିଲା ଏକ ବେଆଇନ ନକଲି ଖାଇବା ତେଲ କାରଖାନା । କୈା ଗୁପ୍ତ ସୂତ୍ରରୁ ଖବର ପାଇଁ ଆଜି ପୋଲିସ ସେଠାରେ ଚଢାଉ କରିଥିଲା । ସେଠାରୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ଖାଇବା ତେଲ ଓ ଘିଅ ଜବତ କରାଯାଇଛି । ଏହା ସହ ସେଠାରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଲୋଗୋ ନକଲ ଥିବା ଖାଲି ବତଲ ଜବତ ହୋଇଛି । କିଛି ଦିନ ତଳେ କଟକ ସଦର ବମ୍ପକୁଦ ଅଂଚଳରୁ ମଧ୍ୟ ଏକ ନକଲି ଖାଇବା ତେଲ କାରଖାନା ଜବତ ହୋଇଥିଲା ।