Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା
ଆଜିର ଖବର

ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା

November 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଯେଉଁ ବାପା ନିଜ ରକ୍ତକୁ ପାଣି କରି ପିଲାଙ୍କୁ ବଡ଼ କରିଥିଲେ, ବୟସର ଅପରାହ୍ଣରେ ସେହି ବାପାଙ୍କୁ ନିଜ ଘରେ ମିଳୁନି ଶାନ୍ତି! ଯେଉଁ ଘରକୁ ନିଜ ଝାଳବୁହା ରୋଜଗାରରେ ତିଆରି କରିଥିଲେ, ସେଠାରେ ରହିବାକୁ ହେଉଛି ସଂଘର୍ଷ। ଏପରିକି ପୁଅ ଓ ବୋହୂଙ୍କ ଆଚରଣରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ଦ୍ୱାରସ୍ଥ ହେବାକୁ ପଡ଼ୁଛି ଅଦାଲତର। ବୃଦ୍ଧ ପିତାମାତାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ନିଜ ଘରେ ଶାନ୍ତିରେ ରହିବାର ଅଧିକାରକୁ ସ୍ୱୀକୃତି ଦେବା ସହ ତାଙ୍କ ପୁଅ ଓ ବୋହୂଙ୍କୁ ଚାରି ସପ୍ତାହ ମଧ୍ୟରେ ଘର ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ଏହି ରାୟ କେବଳ ଗୋଟିଏ ପରିବାରର ବିବାଦ ନୁହେଁ, ବରଂ ବୃଦ୍ଧ ପିତାମାତାଙ୍କ ଅଧିକାର ଓ ସମ୍ମାନକୁ ନେଇ ଏକ ବଡ଼ ବାର୍ତ୍ତା ଦେଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ଇଚ୍ଛା ବିରୋଧରେ ପୁଅ ଓ ବୋହୂଙ୍କ ସହ ଏକାଠି ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ। ନିଜ ଘରେ ଶାନ୍ତି, ସୁରକ୍ଷା ଓ ସମ୍ମାନର ସହ ରହିବା ଜଣେ ବୃଦ୍ଧଙ୍କ ମୌଳିକ ଅଧିକାର। ପାରିବାରିକ ସମ୍ପର୍କ ଯଦି ଏତେ ତିକ୍ତ ହୋଇଯାଏ ଯେ ମାମଲା ପୋଲିସ ଓ ଅଦାଲତ ପର୍ଯ୍ୟନ୍ତ ପହଞ୍ଚେ, ତେବେ ବୃଦ୍ଧଙ୍କୁ ସେହି ପରିସ୍ଥିତିରେ ରହିବାକୁ ବାଧ୍ୟ କରିବା ଉଚିତ ନୁହେଁ।

ଜଷ୍ଟିସ୍‌ ଅମିତ ମହାଜନଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲାରେ ୮୫ ବର୍ଷୀୟ ବୃଦ୍ଧ ନିଜ ପୁଅ ଓ ବୋହୂଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ତାଙ୍କ କହିବା ଅନୁଯାୟୀ, ପତ୍ନୀଙ୍କ ମୃତ୍ୟୁ ପରେ ପରିବାରର ପରିସ୍ଥିତି ବଦଳିଯାଇଥିଲା। ୨୦୨୦ରେ ପତ୍ନୀଙ୍କ ମୃତ୍ୟୁ ପରେ ସେ ପୁଅ ଓ ବୋହୂଙ୍କୁ ଅଲଗା ବ୍ୟବସ୍ଥା କରିବାକୁ କହିଥିଲେ। ହେଲେ ଏହାପରେ ସେମାନଙ୍କ ବ୍ୟବହାର ଆହୁରି ଖରାପ ହୋଇଥିବା ଅଭିଯୋଗ କରିଥିଲେ ବୃଦ୍ଧ। ତାଙ୍କ ସହ ଭଲ ବ୍ୟବହାର କରାଯାଉନଥିବା ସହ ଆର୍ଥିକ ସହାୟତା ମଧ୍ୟ ବନ୍ଦ କରିଦିଆଯାଇଥିବା ସେ କହିଥିଲେ।

ଏହାପରେ ବୃଦ୍ଧ ଜଣକ ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ, ୨୦୦୭ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ନିଜର ସ୍ୱ-ଅର୍ଜିତ ଘରୁ ବଡ଼ ପୁଅ ଓ ବୋହୂଙ୍କୁ ବାହାର କରିବା ସହ ଭରଣପୋଷଣ ସୁବିଧା ଦେବାକୁ ସେ ଦାବି କରିଥିଲେ। କିନ୍ତୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ତାଙ୍କ ଅଭିଯୋଗକୁ ବନ୍ଦ କରିଦେଇଥିଲେ। ନିର୍ଯାତନା ସମ୍ପର୍କିତ ଅଭିଯୋଗର ଯଥେଷ୍ଟ ପ୍ରମାଣ ନଥିବା ଏବଂ ପୁଅମାନଙ୍କ ମଧ୍ୟରେ ଥିବା ବ୍ୟବସାୟିକ ବିବାଦରେ ବୃଦ୍ଧ ଏହି ଆଇନକୁ ବ୍ୟବହାର କରୁଥିବା ଯୁକ୍ତି ଦର୍ଶାଯାଇଥିଲା। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ବୃଦ୍ଧ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶୁଣାଣି ସମୟରେ ହାଇକୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିଷ୍ପତ୍ତି ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲେ। କୋର୍ଟ କହିଥିଲେ ଯେ ଘରୋଇ ନିର୍ଯାତନାର ପ୍ରମାଣ ଯୋଗାଡ଼ କରିବା ସବୁବେଳେ ସହଜ ନୁହେଁ। କାରଣ ଏଭଳି ଘଟଣା ଅଧିକାଂଶ ସମୟରେ ଘରର ଚାରିକାନ୍ଥ ଭିତରେ ଘଟିଥାଏ, ଯେଉଁଠାରେ ବାହାର ଲୋକ କିମ୍ବା ସାକ୍ଷୀ ଉପସ୍ଥିତ ନଥାନ୍ତି। ତେଣୁ ବୃଦ୍ଧଙ୍କ ଅଭିଯୋଗକୁ କେବଳ ଠୋସ୍‌ ପ୍ରମାଣ ନଥିବା ଆଧାରରେ ଖାରଜ କରିଦେବା ଠିକ୍‌ ନୁହେଁ।

ସେହିପରି ପୁଅମାନଙ୍କ ମଧ୍ୟରେ ବ୍ୟବସାୟିକ ବିବାଦ ଥିବାରୁ ବୃଦ୍ଧ ପିତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତି କିମ୍ବା ବ୍ୟବସାୟକୁ ନେଇ ବିବାଦ ରହିବା ଅର୍ଥ ନୁହେଁ ଯେ ବୃଦ୍ଧଙ୍କ ଅଭିଯୋଗ ମିଥ୍ୟା। ତାଙ୍କ ସୁରକ୍ଷା, ସମ୍ମାନ ଓ ନିଜ ଘରେ ଶାନ୍ତିରେ ରହିବାର ଅଧିକାରକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ।

ଶେଷରେ ହାଇକୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିବା ସହ ପୁଅ ଓ ବୋହୂଙ୍କୁ ଚାରି ସପ୍ତାହ ମଧ୍ୟରେ ଘର ଖାଲି କରିବାକୁ ଆଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର ଠିକ୍‌ ଭାବେ ପାଳନ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ହେଲେ ବୃଦ୍ଧଙ୍କୁ ସହାୟତା କରିବାକୁ ସମ୍ପୃକ୍ତ ଥାନାର ଏସ୍‌ଏଚ୍‌ଓଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ରାୟ ମାଧ୍ୟମରେ ହାଇକୋର୍ଟ ଏକ ବଡ଼ ସନ୍ଦେଶ ଦେଇଛନ୍ତି। ପୁଅ ହୁଅନ୍ତୁ କି ବୋହୂ, ବୃଦ୍ଧ ପିତାମାତାଙ୍କ ଘରେ ରହିବାର ଅଧିକାର ଓ ସ୍ୱାଧୀନତାକୁ ଅସମ୍ମାନ କରିବାର ଅଧିକାର କାହାରି ନାହିଁ। ବୟସର ଶେଷ ପର୍ଯ୍ୟାୟରେ ପିତାମାତାଙ୍କୁ ଦରକାର ଭଲପାଇବା, ସୁରକ୍ଷା ଓ ମାନସିକ ଶାନ୍ତି। ନିଜ ଘରେ ସେହି ଶାନ୍ତି ଛଡ଼ାଇ ନେବାକୁ କାହାକୁ ଅନୁମତି ଦିଆଯାଇପାରିବ ନାହିଁ।

#CourtVerdict #FatherSonDispute #PropertyRights #SeniorCitizenRights highcourt
Share. Facebook Twitter LinkedIn Email WhatsApp Copy Link

Related Posts

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026

ନେପାଳରେ ଶକ୍ତିଶାଳୀ ଭୂକମ୍ପ, ଭାରତ ସମେତ ୪ ଦେଶକୁ ଲାଗିଲା ଝଟକା

November 24, 2026

୮ ବର୍ଷର ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌! ଘରେ ପଶି ୫ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିନେଲେ ୨.୫ ଲକ୍ଷରୁ ଅଧିକ ଟଙ୍କା

November 24, 2026

‘ନିଶାମୁକ୍ତ ଯୁବା’ ଅଭିଯାନରେ ୯୫ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଏକତ୍ରିତ

November 24, 2026
Latest News

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026

ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା

November 24, 2026

ପିଲାଙ୍କ ଶରୀରରେ ଏମିତି ପରିବର୍ତ୍ତନ ଦେଖିଲେ ସାବଧାନ! ଟାଇପ୍‌-୧ ଡାଇବେଟିସ୍‌ର ଲକ୍ଷଣ

November 24, 2026

ନେପାଳରେ ଶକ୍ତିଶାଳୀ ଭୂକମ୍ପ, ଭାରତ ସମେତ ୪ ଦେଶକୁ ଲାଗିଲା ଝଟକା

November 24, 2026

୮ ବର୍ଷର ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌! ଘରେ ପଶି ୫ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିନେଲେ ୨.୫ ଲକ୍ଷରୁ ଅଧିକ ଟଙ୍କା

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.