Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା : ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ୨୪ ଆହତ
ଆଜିର ଖବର

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା : ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ୨୪ ଆହତ

November 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Road accident on Agra-Lucknow Expressway: 4 students dead, 24 injured

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୪ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ପିକନିକ୍ ସାରି ଫେରୁଥିବା ବେଳେ ଏକ୍ସପ୍ରେସୱେ ଉପରେ ଅଟକି ରହିଥିବା ଏକ ସ୍କୁଲ ବସକୁ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଜୋରଦାର ଧକ୍କା ଦେବା ଫଳରେ ଏହି ଛାତିଥରା ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଥାଥିଆ ଥାନା ଅନ୍ତର୍ଗତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ୨୦୯ କିଲୋମିଟର ମାଇଲଖୁଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଗ୍ରାରୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଏବଂ ୬ ଜଣ ଶିକ୍ଷକଙ୍କୁ ନେଇ ଏହି ବସଟି କୌଶାମ୍ବୀ ଅଭିମୁଖେ ପିକନିକ୍ ପାଇଁ ଆସିଥିଲା । ମଙ୍ଗଳବାର ଦିନ ସମସ୍ତେ ପିକନିକ୍ ସାରି ଖୁସି ମନରେ ଘରକୁ ଫେରୁଥିବା ବେଳେ କୌଣସି କାରଣବଶତଃ ବସଟି ଏକ୍ସପ୍ରେସୱେ କଡ଼ରେ ଅଟକି ରହିଥିଲା । ଠିକ୍ ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ବସଟିକୁ ଶକ୍ତ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଚାରି ଜଣ ଛାତ୍ରଛାତ୍ରୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୨୩ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକ ଆହତ ହୋଇଛନ୍ତି । ଅଚାନକ ହୋଇଥିବା ଏହି ଦୁର୍ଘଟଣା ପରେ ବସ୍ ଭିତରେ ଥିବା କୁନି କୁନି ପିଲାମାନଙ୍କ ମଧ୍ୟରେ ପ୍ରବଳ ଆତଙ୍କ ଓ ଭୟ ଖେଳିଯାଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତିରୱା ସ୍ଥିତ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପକ୍ଷରେ, ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ଆଶୁତୋଷ ମୋହନ ଅଗ୍ନିହୋତ୍ରୀ ଏବଂ ଆରକ୍ଷୀ ଅଧୀକ୍ଷକ ବିନୋଦ କୁମାର ତୁରନ୍ତ ତିରୱା ଭେଷଜ ମହାବିଦ୍ୟାଳୟରେ ପହଞ୍ଚିଥିଲେ । ଉଭୟ ବରିଷ୍ଠ ଅଧିକାରୀ ଚିକିତ୍ସାଧୀନ ଥିବା ଆହତ ପିଲାମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଆହତ ଛାତ୍ରଛାତ୍ରୀମାନଙ୍କୁ ଯେପରି ସର୍ବୋତ୍ତମ ଚିକିତ୍ସା ସୁବିଧା ମିଳିପାରିବ ଏବଂ ସେମାନଙ୍କ ଯତ୍ନ ନେବାରେ କୌଣସି ପ୍ରକାର ଅବହେଳା ନହୁଏ, ସେଥିପାଇଁ ପର୍ଯ୍ୟାପ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଡାକ୍ତରଖାନା କର୍ମଚାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିବା ସହ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ଛାତ୍ରଛାତ୍ରୀ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ

November 24, 2026

WhatsApp Web ବ୍ୟବହାର କରୁଛନ୍ତି କି? ଗୋଟିଏ ଭୁଲ୍‌ରେ ଲିକ୍ ହୋଇଯିବ ସବୁ ଚାଟ୍!

November 24, 2026

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026

ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା

November 24, 2026
Latest News

‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ

November 24, 2026

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା : ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ୨୪ ଆହତ

November 24, 2026

WhatsApp Web ବ୍ୟବହାର କରୁଛନ୍ତି କି? ଗୋଟିଏ ଭୁଲ୍‌ରେ ଲିକ୍ ହୋଇଯିବ ସବୁ ଚାଟ୍!

November 24, 2026

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026

ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.