ଭାରତୀୟ ମହିଳା କ୍ରିକେଟର ତଥା ପୂର୍ବତନ ଅଧିନାୟିକା ମିଥାଲି ରାଜ ଟି 20ରୁ ଅବସର ଗ୍ରହଣ କରିଛନ୍ତି । ଆସନ୍ତା 2021 ମହିଳା ବିଶ୍ବକପ୍ ଉପରେ ଧ୍ୟାନ ପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ମିଥାଲି ଅବସର ଗ୍ରହଣ କରିଛନ୍ତି । ଭାରତର ପ୍ରଥମ ଟି20 ଅଧିନାୟିକା ମିଥାଲି ରାଜ୍ ଅଧିନାୟିକା ଭାବରେ 32 ଟି ମ୍ୟାଚ୍ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ଏହା ସହିତ ତିନୋଟି ଟି 20 ବିଶ୍ବକପ୍ରେ ମିଥାଲି ଅଧିନାୟିକା ଭାବରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । 2006ରେ ଭାରତର ପ୍ରଥମ ଟି 20 ମ୍ୟାଚ୍ରେ ଡର୍ବିରେ ଇଂଲଣ୍ଡ ବିପକ୍ଷରୁ କ୍ୟାରିୟର ଆରମ୍ଭ କରିଥିବା ମିଥାଲି ସମୁଦାୟ 88ଟି ଟି20 ମ୍ୟାଚ୍ରୁ 2364 ରନ୍ ସଂଗ୍ରହ କରିଛନ୍ତି । ମିଥାଲି ମହିଳା କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରନ୍ ହାସଲକାରୀ ରହିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ମଧ୍ୟରେ 6 ନମ୍ବର ସ୍ଥାନରେ ରହିଛନ୍ତି । 37.52 ହାରରେ 2364 ରନ୍ ସହିତ ମିଥାଲି 17ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।