Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଫି ୨୦୨୬: ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ
ଆଜିର ଖବର

ଇଫି ୨୦୨୬: ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ

November 25, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଇଫି ୨୦୨୬: ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ
ଇଫି ୨୦୨୬: ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ

ଗୋଆ: ୧୦୦ ଜଣ ଯୁବ ସୃଜନଶୀଳ ପେସାଦାର ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତାରେ କାହାଣୀ ବିକାଶଠାରୁ ଆରମ୍ଭ କରି ତାହାକୁ ପରଦାରେ ଉପସ୍ଥାପନ କରିବା ପର୍ଯ୍ୟନ୍ତ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି। ଗୋଆରେ ଚାଲିଥିବା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ ଆଜି ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ (ସିଏମ୍ଓଟି)ର ଷଷ୍ଠ ସଂସ୍କରଣ ଉଦ୍ଯାପିତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳର ଉଦୀୟମାନ ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମ ଏକାଠି କରିଥିଲା। ଏଥିରେ ପାଞ୍ଚଟି ଦଳ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ୧୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉଦ୍ଯାପନୀ ସମାରୋହରେ ୫୭ତମ ଇଫିର ମହୋତ୍ସବ ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଭାତ, ଏନ୍ଏଫ୍ଡିସିର ପରିଚାଳନା ନିର୍ଦ୍ଦେଶକ ତଥା ଏଫ୍ଟିଆଇଆଇର କୁଳପତି ଧୀରଜ ସିଂହ ଏବଂ ବିଚାରକମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ଥିଲେ। ଗ୍ରେଟ୍ ଗ୍ରାଣ୍ଡ୍ ଜୁରିରେ ଐମି ବରୁଆ, ପ୍ରେମରାଜ, ମଧୁ ଅପ୍ସରା, ରୁମି ଜାଫ୍ରି ଏବଂ ମେଧା ଖେରଡେକର ରେଡ୍ଡୀ ସଦସ୍ୟ ଥିଲେ।
ସିଏମ୍ଓଟି ୨୦୨୬ର ପୁରସ୍କାର ବିଜେତା

୧. ଶ୍ରେଷ୍ଠ ଚଳଚ୍ଚିତ୍ର: ‘ୱାନ୍ ଲାଷ୍ଟ ଷ୍ଟପ୍’, ନିର୍ଦ୍ଦେଶକ ମୋହକ ଗାନ୍ଧୀ (ରେଡ୍ ଟିମ୍), ପୁରସ୍କାର ରାଶି ୫ ଲକ୍ଷ ଟଙ୍କା
୨. ଦ୍ୱିତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର: ‘ଏ ଲିଟିଲ୍ ସମଥିଂ’, ନିର୍ଦ୍ଦେଶକ ତମନ୍ନା ଠାକୁର (ଗ୍ରୀନ୍ ଟିମ୍), ପୁରସ୍କାର ରାଶି ୩ ଲକ୍ଷ ଟଙ୍କା
୩. ଶ୍ରେଷ୍ଠ ନିର୍ଦ୍ଦେଶକ: ତମନ୍ନା ଠାକୁର, ‘ଏ ଲିଟିଲ୍ ସମଥିଂ’ (ଗ୍ରୀନ୍ ଟିମ୍)
୪. ଶ୍ରେଷ୍ଠ ଅଭିନେତା: ସିଦ୍ଧି ପାର୍କର, ‘ସେଲ୍ସ’ (ବ୍ଲୁ ଟିମ୍)
୫. ଶ୍ରେଷ୍ଠ ସିନେମାଟୋଗ୍ରାଫର: ତ୍ରିଶା ମନ୍ନା, ‘ୱାନ୍ ଲାଷ୍ଟ ଷ୍ଟପ୍’ (ରେଡ୍ ଟିମ୍)
୬. ଶ୍ରେଷ୍ଠ ସମ୍ପାଦକ: ନୟନ ଚୋଟାଲିଆ ଓ ମାନବ ଅଗ୍ରୱାଲ, ‘ଏ ଲିଟିଲ୍ ସମଥିଂ’ (ଗ୍ରୀନ୍ ଟିମ୍)
୭. ଶ୍ରେଷ୍ଠ ଚିତ୍ରନାଟ୍ୟ ଲେଖକ: ଜିଥିନ୍ ଏସ୍, ‘ସେଲ୍ସ’ (ବ୍ଲୁ ଟିମ୍)
୮. ଶ୍ରେଷ୍ଠ ଶବ୍ଦ ସଂଯୋଜନା: ଅଶ୍ୱିନ ଅଶୋକ, ‘ଟୁ ସନସେଟ୍ସ ଆଣ୍ଡ୍ ଜିରୋ ସନ୍ରାଇଜେସ୍’ (ୟେଲୋ ଟିମ୍)
୯. ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ: ଶ୍ରୀ ପାର୍ବତୀ ଏସ୍, ‘ସେଲ୍ସ’ (ବ୍ଲୁ ଟିମ୍)
୧୦. ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ଅନମୋଲ କାଟୋରେ, ‘ନୀଲ୍ ମାଛଲି’ (ବେଜ୍ ଟିମ୍)
୧୧. ଶ୍ରେଷ୍ଠ ପୋଷାକ ପରିକଳ୍ପନା: ସୃଷ୍ଟି ୱାଘ୍ ଓ ରୂପାଲିକା ପଲ୍, ‘ୱାନ୍ ଲାଷ୍ଟ ଷ୍ଟପ୍’ (ରେଡ୍ ଟିମ୍)
୧୨. ଶ୍ରେଷ୍ଠ କେଶ ବିନ୍ୟାସ ଓ ମେକ୍ଅପ୍ କଳାକାର: କଶିଶ ଜୈସୱାଲ, ‘ସେଲ୍ସ’ (ବ୍ଲୁ ଟିମ୍)
୧୩. ଶ୍ରେଷ୍ଠ କଳା ନିର୍ଦ୍ଦେଶନା: ସୃଷ୍ଟି ୱାଘ୍ ଓ ରୂପାଲିକା ପଲ୍, ‘ୱାନ୍ ଲାଷ୍ଟ ଷ୍ଟପ୍’ (ରେଡ୍ ଟିମ୍)
୧୪. ଶ୍ରେଷ୍ଠ ଆନିମେସନ୍ ଓ ଭିଏଫ୍ଏକ୍ସ କଳାକାର: ହର୍ଷ ସାହାନୀ ଓ ପ୍ରକାଶ କୁମାର ମେହେଟା, ‘ନୀଲ୍ ମାଛଲି’ (ବେଜ୍ ଟିମ୍)
୧୫. ଶ୍ରେଷ୍ଠ ଭଏସ୍ ଓଭର୍/ଡବିଂ: ସୁଦେକ୍ଷା ସରକାର, ‘ଏ ଲିଟିଲ୍ ସମଥିଂ’ (ଗ୍ରୀନ୍ ଟିମ୍)

ଚଳଚ୍ଚିତ୍ର ଶିଳ୍ପ ସହ ଯୋଡ଼ିବାର ଏକ ସେତୁ

୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ଆହ୍ୱାନ ସଫଳତାର ସହ ପୂରଣ କରିଥିବା ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଭାତ କହିଥିଲେ ଯେ, ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ (ସିଏମ୍ଓଟି) ଉଦୀୟମାନ ପ୍ରତିଭା ଓ ଚଳଚ୍ଚିତ୍ର ଶିଳ୍ପ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରୁଛି। ଏହି ପଦକ୍ଷେପ ଯୁବ ସୃଜନଶୀଳ ପ୍ରତିଭାମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଚଳଚ୍ଚିତ୍ର ଶିଳ୍ପର ବିଶେଷଜ୍ଞମାନଙ୍କ ସହ ଯୋଡ଼ି ହେବାର ସୁଯୋଗ ଦେଉଛି। ଚଳିତ ବର୍ଷର ବିଷୟବସ୍ତୁ ‘ରୁଟ୍ସ ଆଣ୍ଡ୍ ୱିଙ୍ଗ୍ସ: ହନରିଂ ଆୱାର ରୁଟ୍ସ, ଏମ୍ବ୍ରେସିଂ ଆୱାର ଫ୍ୟୁଚର’ ସମ୍ପର୍କରେ ଉଲ୍ଲେଖ କରି ସେ ସାଂସ୍କୃତିକ ଐତିହ୍ୟ, ନବସୃଜନ ଓ ପ୍ରଯୁକ୍ତିର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ।

ଏଥିସହ ଏଭିଜିସି-ଏକ୍ସଆର୍ କ୍ଷେତ୍ରରେ ବଢ଼ୁଥିବା ସୁଯୋଗ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ। ଏହି କ୍ଷେତ୍ର ସୃଜନଶୀଳ ଶିଳ୍ପରେ ଯୁବ ପେସାଦାରମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରୁଛି ବୋଲି ସେ ମତ ଦେଇଥିଲେ।

ଇଫି ମହୋତ୍ସବ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ସମସ୍ତ ଦଳକୁ ସେମାନଙ୍କ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇବା ସହ ଚଳଚ୍ଚିତ୍ର ନିର୍ମାଣ ଏକ ସାମୁହିକ ପ୍ରକ୍ରିୟା ବୋଲି କହିଥିଲେ। ଗୋଟିଏ ଚଳଚ୍ଚିତ୍ର କେବେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇନଥାଏ, ବରଂ ବିଭିନ୍ନ ସୃଜନଶୀଳ ବିଭାଗର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇଥାଏ ବୋଲି ସେ ପ୍ରତିଯୋଗୀମାନଙ୍କୁ ମନେ ପକାଇ ଦେଇଥିଲେ। ଏହି ପ୍ରତିଯୋଗିତା ସମୟରେ ସୃଷ୍ଟି ହୋଇଥିବା ସମ୍ପର୍କକୁ ବଜାୟ ରଖିବାକୁ ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେ, ସମସ୍ତେ ପରସ୍ପର ସହ ଯୋଡ଼ି ହୋଇ ରହିବା ସହ ଦଳଗତ ଭାବେ କାମ ଜାରି ରଖନ୍ତୁ ଏବଂ ଏହି ଅନୁଭୂତିରୁ ଆଗକୁ ବଢ଼ନ୍ତୁ। ସିଏମ୍ଓଟି ସେମାନଙ୍କ ଯାତ୍ରାର କେବଳ ଆରମ୍ଭ ମାତ୍ର ବୋଲି ସେ କହିଥିଲେ।

୪୮ ଘଣ୍ଟା, ୫ଟି ଟିମ୍, ଗୋଟିଏ ସୃଜନଶୀଳ ଆହ୍ୱାନ

ନଭେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିଲା ଏହି ଚଳଚ୍ଚିତ୍ର ନିର୍ମାଣ ଚ୍ୟାଲେଞ୍ଜ ବା ପ୍ରତିଯୋଗିତା। ଏଥିରେ ୧୦୦ ଜଣ ପ୍ରତିଯୋଗୀଙ୍କୁ ୨୦ ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ୫ଟି ଦଳରେ ବିଭକ୍ତ କରାଯାଇଥିଲା। ଦଳଗୁଡ଼ିକୁ ଲାଲ, ସବୁଜ, ନୀଳ, ହଳଦିଆ ଓ ବେଜ୍ ରଙ୍ଗ ଦ୍ୱାରା ଚିହ୍ନିତ କରାଯାଇଥିଲା। ‘ରୁଟ୍ସ ଆଣ୍ଡ୍ ୱିଙ୍ଗ୍ସ: ହନରିଂ ଆୱାର ରୁଟ୍ସ, ଏମ୍ବ୍ରେସିଂ ଆୱାର ଫ୍ୟୁଚର’ ସାଧାରଣ ବିଷୟବସ୍ତୁକୁ ଆଧାର କରି ପ୍ରତ୍ୟେକ ଦଳକୁ ୪୮ ଘଣ୍ଟା ମଧ୍ୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ପରିକଳ୍ପନା, ସୁଟିଂ ଓ ନିର୍ମାଣ ଶେଷ କରିବାକୁ କୁହାଯାଇଥିଲା।

ନିର୍ଦ୍ଦେଶନା, ଅଭିନୟ, ଚିତ୍ରଗ୍ରହଣ, ସମ୍ପାଦନା, ଧ୍ୱନି ସଂଯୋଜନା, ଚିତ୍ରନାଟ୍ୟ ରଚନା, କଳା ନିର୍ଦ୍ଦେଶନା, ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ସଙ୍ଗୀତ ସଂଯୋଜନା, ପ୍ରଚ୍ଛଦପଟ୍ଟ ଗାୟନ, କେଶସଜ୍ଜା ଓ ମେକ୍ଅପ୍ ଏବଂ ପୋଷାକ ପରିକଳ୍ପନା ଆଦି ୧୩ଟି କ୍ଷେତ୍ରର ପ୍ରତିଭାମାନେ ଏହି ଆହ୍ୱାନରେ ସାମିଲ ହୋଇଥିଲେ। ଗୋଆର ବିଭିନ୍ନ ସ୍ଥାନରେ ସୁଟିଂ ଶେଷ କରିବା ପରେ ଦଳଗୁଡ଼ିକ କଳା ଏକାଡେମୀରେ ଥିବା ସ୍ୱତନ୍ତ୍ର ପୋଷ୍ଟ-ପ୍ରଡକ୍ସନ୍ କେନ୍ଦ୍ରକୁ ଯାଇଥିଲେ। ସେଠାରେ ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ କରିବା ପାଇଁ ସେମାନେ ସମ୍ପାଦନା, ଧ୍ୱନି ମିଶ୍ରଣ ଓ ଭିଜୁଆଲ ଫିନିସିଂ କାର୍ଯ୍ୟରେ ଲାଗିପଡ଼ିଥିଲେ। ଏହି ପ୍ରକ୍ରିୟାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକରେ ବିଷୟବସ୍ତୁ ପ୍ରତି ପ୍ରତିଯୋଗୀମାନଙ୍କର ସୃଜନଶୀଳ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରର ପ୍ରତିଭାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ କଠିନ ସମୟସୀମା ମଧ୍ୟରେ ଉତ୍କୃଷ୍ଟ କାର୍ଯ୍ୟ ସମ୍ପନ୍ନ କରିବାର ସେମାନଙ୍କ ଦକ୍ଷତା ମଧ୍ୟ ଏଥିରୁ ପ୍ରମାଣିତ ହୋଇଥିଲା।

ଉଦୀୟମାନ ପ୍ରତିଭାଙ୍କ ପାଇଁ ସୁଯୋଗର ନୂଆ ରାସ୍ତା

୨୦୨୧ରେ ଆରମ୍ଭ ହେବା ପରଠାରୁ ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ (ସିଏମ୍ଓଟି) ଉଦୀୟମାନ ସୃଜନଶୀଳ ପେସାଦାରମାନଙ୍କୁ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଯୋଡ଼ିବାର ଏକ ମଞ୍ଚ ଭାବେ ବିକଶିତ ହୋଇଛି। ଏହାର ପୂର୍ବତନ ଅଂଶଗ୍ରହଣକାରୀମାନେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରକଳ୍ପରେ କାମ କରିବା ସହ କାନ୍ସ, ବର୍ଲିନାଲେ, ଟରଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଏମି ପୁରସ୍କାର ଭଳି ମଞ୍ଚ ଓ ଉତ୍ସବରେ ସ୍ୱୀକୃତି ହାସଲ କରିଛନ୍ତି। ପୂର୍ବ ସଂସ୍କରଣର ଏକ ଉଲ୍ଲେଖନୀୟ ସଫଳତା ହେଉଛି, ୧୮ ଜଣ ଅଂଶଗ୍ରହଣକାରୀଙ୍କୁ ମୁକେଶ ଛାବ୍ରା କାଷ୍ଟିଂ କମ୍ପାନି (ଏମ୍ସିସିସି) ଚୟନ କରିଥିଲା। ଏହା ଉଦୀୟମାନ ପ୍ରତିଭାଙ୍କୁ ବୃତ୍ତିଗତ ସୁଯୋଗ ଯୋଗାଇବାରେ ଏହି ପଦକ୍ଷେପର ସାମର୍ଥ୍ୟକୁ ପ୍ରମାଣିତ କରିଛି।

ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ପ୍ରତିଷ୍ଠାନ (ଏଫ୍ଟିଆଇଆଇ) ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏଫ୍ଡିସି) ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମାଣ ଆହ୍ୱାନର ପରିକଳ୍ପନା ଓ ପରିଚାଳନା କରିଥିଲା। ସମଗ୍ର ପ୍ରକ୍ରିୟାରେ ଏଫ୍ଟିଆଇଆଇର ଅଧ୍ୟାପକମାନେ ପ୍ରତିଯୋଗୀଙ୍କୁ ମାର୍ଗଦର୍ଶନ କରିଥିଲେ। ଅନ୍ୟପକ୍ଷରେ, ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ (ଇଏସ୍ଜି) ରାଜ୍ୟର ବିଭିନ୍ନ ସ୍ଥାନରେ ସୁଟିଂ ପାଇଁ ଅନୁମତି ଯୋଗାଇ ଦେଇଥିଲା।

ଇଫି ୨୦୨୬ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ ଗୋଆ ଷଷ୍ଠ ସଂସ୍କରଣ ଉଦ୍‌ଯାପିତ
Share. Facebook Twitter LinkedIn Email WhatsApp Copy Link

Related Posts

ଆସାମର ଡୋଲୁଠାରେ ଗ୍ରୀନଫିଲ୍ଡ ବିମାନବନ୍ଦରକୁ କ୍ୟାବିନେଟ୍ ମଞ୍ଜୁରି

November 25, 2026

ବିଶ୍ୱସୁନ୍ଦରୀ ମୁକୁଟ ଜିତିଲେ ଜେନିଫର୍ ବାରେଟୋ

November 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

November 25, 2026

ଅନଲାଇନ୍ ନିବେଶ ନାଁରେ ଠକେଇ : ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

November 25, 2026
Latest News

ଇଫି ୨୦୨୬: ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ

November 25, 2026

ଆସାମର ଡୋଲୁଠାରେ ଗ୍ରୀନଫିଲ୍ଡ ବିମାନବନ୍ଦରକୁ କ୍ୟାବିନେଟ୍ ମଞ୍ଜୁରି

November 25, 2026

ବିଶ୍ୱସୁନ୍ଦରୀ ମୁକୁଟ ଜିତିଲେ ଜେନିଫର୍ ବାରେଟୋ

November 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

November 25, 2026

ଅନଲାଇନ୍ ନିବେଶ ନାଁରେ ଠକେଇ : ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.