Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ବିଧାନର ମୂଲ୍ୟବୋଧ ରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ହିଁ ଗଣତନ୍ତ୍ରର ସଫଳତା: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ସମ୍ବିଧାନର ମୂଲ୍ୟବୋଧ ରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ହିଁ ଗଣତନ୍ତ୍ରର ସଫଳତା: ମୁଖ୍ୟମନ୍ତ୍ରୀ

November 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Constitution Pride Day

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ମୂଳ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତା ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ ସର୍ବୋଚ୍ଚ କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ‘ସମ୍ବିଧାନ ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାରତରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସମେତ ସମ୍ବିଧାନ ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାନ ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ ସମ୍ବିଧାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସମସ୍ତଙ୍କୁ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବାକୁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଗୃହୀତ ହେବା ପରେ ଭାରତ ଏକ ସଶକ୍ତ ଓ ସ୍ୱାବଲମ୍ବୀ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିପାରିଛି। ସମ୍ବିଧାନରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧ ବିଗତ ଆଠ ଦଶନ୍ଧି ଧରି ଭାରତକୁ ବିଶ୍ୱର ସର୍ବବୃହତ ଓ ସଶକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଛିଡ଼ା କରାଇଛି। ସମ୍ବିଧାନର ମୁଖବନ୍ଧରେ ସନ୍ନିହିତ ଏହି ମୂଲ୍ୟବୋଧଗୁଡ଼ିକ ରାଷ୍ଟ୍ରର ମେରୁଦଣ୍ଡ ସଦୃଶ ଏବଂ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଅନୁଚ୍ଛେଦ ୩୨ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ସେ ଉଲ୍ଲେଖ କରିଛନ୍ତି।

ସ୍ୱାଧୀନତା ପରବର୍ତ୍ତୀ ସମୟରେ ଅନେକ ସମସାମୟିକ ରାଷ୍ଟ୍ର ଏକଛତ୍ରବାଦ କିମ୍ବା ସାମରିକ ଶାସନ ଆଡ଼କୁ ଠେଲି ହୋଇଯାଇଥିବା ବେଳେ କେବଳ ସମ୍ବିଧାନର ଶକ୍ତି ଯୋଗୁଁ ଭାରତରେ ନିରନ୍ତର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅତୁଟ ରହିପାରିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ତେବେ ଦେଶର ସାମ୍ବିଧାନିକ ଇତିହାସରେ ଜରୁରୀକାଳୀନ ପରିସ୍ଥିତିକୁ ଏକ କଳା ଅଧ୍ୟାୟ ଭାବେ ଅଭିହିତ କରି ସେ କହିଛନ୍ତି ଯେ, ସେ ସମୟରେ ଧାରା ୩୫୯ ଲାଗୁ କରାଯାଇ ଅନୁଚ୍ଛେଦ ୩୨କୁ ନିଲମ୍ବିତ କରାଯିବା ସହ ନାଗରିକମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତନ୍ତ୍ରର ପ୍ରକୃତ ସାର୍ଥକତା କେବଳ ସାମ୍ବିଧାନିକ ଅଧିକାରରେ ସୀମିତ ନରହି ବ୍ୟକ୍ତିଗତ ଉନ୍ନତି, ସାମାଜିକ ପ୍ରଗତି ଓ ଦେଶର ଆର୍ଥିକ ଅଭିବୃଦ୍ଧି ମାଧ୍ୟମରେ ସାକାର ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ‘ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ରାଜ୍ୟ ସରକାର ସାମ୍ବିଧାନିକ ମୂଲ୍ୟବୋଧକୁ ସର୍ବୋପରି ରଖି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ବିଧାନର ମର୍ଯ୍ୟାଦାକୁ ରକ୍ଷା କରିବା ସହିତ ଆଗାମୀ ଦିନରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟସଭା ସାଂସଦ ମନମୋହନ ସାମଲ ଭାରତୀୟ ସମ୍ବିଧାନର ତାତ୍ପର୍ଯ୍ୟ, ସାମାଜିକ ନ୍ୟାୟର ପ୍ରତିଷ୍ଠା ଏବଂ ନାଗରିକମାନଙ୍କ କର୍ତ୍ତବ୍ୟବୋଧ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୁରୀ ସାଂସଦ ସମ୍ବିତ୍ ପାତ୍ର ଭାରତୀୟ ସମ୍ବିଧାନର ମହାନତା, ରାଷ୍ଟ୍ର ନିର୍ମାଣରେ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମର ମଞ୍ଚରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀ, ପ୍ରଫେସର ଡଃ ମାନସ ବେହେରା ଏବଂ ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ଆବାହକ ସୁଦର୍ଶନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।

ମୁଖ୍ୟମନ୍ତ୍ରୀ ସମ୍ବିଧାନ ଗୌରବ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସାମାନ୍ୟ ଘରୋଇ କଳିରୁ ଭୟଙ୍କର ହତ୍ୟାକାଣ୍ଡ, କଟୁରୀ ଚୋଟରେ ଚାଲିଗଲା ଜୀବନ

November 26, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ନୂତନ ରେଳପଥ ପ୍ରକଳ୍ପର ନିରୀକ୍ଷଣ

November 26, 2026

ଆଇଟିଇଆର୍‌ରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

November 26, 2026

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

November 26, 2026
Latest News

ସମ୍ବିଧାନର ମୂଲ୍ୟବୋଧ ରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ହିଁ ଗଣତନ୍ତ୍ରର ସଫଳତା: ମୁଖ୍ୟମନ୍ତ୍ରୀ

November 26, 2026

ସାମାନ୍ୟ ଘରୋଇ କଳିରୁ ଭୟଙ୍କର ହତ୍ୟାକାଣ୍ଡ, କଟୁରୀ ଚୋଟରେ ଚାଲିଗଲା ଜୀବନ

November 26, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ନୂତନ ରେଳପଥ ପ୍ରକଳ୍ପର ନିରୀକ୍ଷଣ

November 26, 2026

ଆଇଟିଇଆର୍‌ରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

November 26, 2026

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.