Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ଦରମା, ଅବସରକାଳୀନ ସହାୟତା ୩ ଲକ୍ଷ ଟଙ୍କା
ଆଜିର ଖବର

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ଦରମା, ଅବସରକାଳୀନ ସହାୟତା ୩ ଲକ୍ଷ ଟଙ୍କା

November 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୀର୍ଘ ଦିନର ଦାବି, ଆନ୍ଦୋଳନ ଓ ପ୍ରତିବାଦ ପରେ ଶେଷରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଆସିଛି ବଡ଼ ଖବର। କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସହ ଅବସରକାଳୀନ ଆର୍ଥିକ ସହାୟତାକୁ ତିନିଗୁଣ କରିଛନ୍ତି ରାଜ୍ୟ ସରକାର। ଏହି ନିଷ୍ପତ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ଦୀର୍ଘଦିନର ଦାବି ମଧ୍ୟରୁ କେତେକ ପୂରଣ ହୋଇଥିବା ବେଳେ ଆଉ କିଛି ଦାବି ଏବେ ବି ବାକି ରହିଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଏଣିକି ଅଙ୍ଗନବାଡ଼ି କର୍ମୀମାନେ ମାସିକ ୧୦ ହଜାର ଟଙ୍କା ବଦଳରେ ୧୨ ହଜାର ଟଙ୍କା ପାରିଶ୍ରମିକ ପାଇବେ। ସେହିପରି ସହାୟିକାମାନଙ୍କ ମାସିକ ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇ ୬ ହଜାର ଟଙ୍କା କରାଯାଇଛି। କେବଳ ମାସିକ ପାରିଶ୍ରମିକ ନୁହେଁ, ଅବସର ପରେ ମିଳୁଥିବା ଆର୍ଥିକ ସହାୟତାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଅବସର ସମୟରେ ୧ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୩ ଲକ୍ଷ ଟଙ୍କା କରାଯାଇଛି।

ଉଲ୍ଲେଖଯୋଗ୍ୟ, ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ଦୀର୍ଘଦିନ ହେଲା ଆନ୍ଦୋଳନ ଜାରି ରଖିଥିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଚାଲିଥିବା ଏହି ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିଲା। ଆନ୍ଦୋଳନର ଚତୁର୍ଥ ଦିନରେ ମହିଳା କର୍ମୀମାନେ ଗାନ୍ଧୀମାର୍ଗରେ ମାଣ ବସାଇ ଲକ୍ଷ୍ମୀପୁରାଣ ପାଠ କରିଥିଲେ। ପୁରୀ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବାରୁ ଧାରଣାସ୍ଥଳରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ିଥିଲା।

ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଅନିର୍ଦ୍ଦିଷ୍ଟକାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା। କର୍ମୀମାନେ ନିଜକୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ସହ ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କ ପାରିଶ୍ରମିକ ୧୫ ହଜାର ଟଙ୍କା କରିବାକୁ ଦାବି କରିଥିଲେ।

ତେବେ ସରକାରଙ୍କ ପକ୍ଷରୁ ପାରିଶ୍ରମିକ ବୃଦ୍ଧି ଘୋଷଣା ହୋଇଥିଲେ ମଧ୍ୟ କର୍ମୀଙ୍କ ମୂଳ ଦାବି ଏବେ ବି ପୂରଣ ହୋଇନାହିଁ। ୩୦ ହଜାର ଓ ୧୫ ହଜାର ଟଙ୍କା ପାରିଶ୍ରମିକ ଦାବି ଏବଂ ସରକାରୀ ମାନ୍ୟତା ପ୍ରସଙ୍ଗ ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ତେଜିପାରେ। ତେଣୁ ସରକାରଙ୍କ ଏହି ଘୋଷଣା ଆନ୍ଦୋଳନରେ କେତେଦୂର ପୂର୍ଣ୍ଣଚ୍ଛେଦ ପକାଇବ, ତାହା ଏବେ ଦେଖିବାର କଥା।

Anganwadi Helper Salary Anganwadi Retirement Benefits Anganwadi Salary Increase Anganwadi Workers News Anganwadi Workers Salary Hike Odisha Anganwadi Salary
Share. Facebook Twitter LinkedIn Email WhatsApp Copy Link

Related Posts

ବରଗଡ଼ରେ ଧନୁଯାତ୍ରା ପ୍ରସ୍ତୁତି ଜୋରଦାର, କଂସ ଭୂମିକାରେ ନୂଆ ଚେହେରା

November 27, 2026

ଆଣ୍ଡାମାନରେ ଶିକ୍ଷକଙ୍କୁ ଭାରତୀୟ ଜ୍ଞାନ ପରଂପରା ଉପରେ ପ୍ରଶିକ୍ଷଣ

November 27, 2026

ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି

November 27, 2026

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026
Latest News

ବରଗଡ଼ରେ ଧନୁଯାତ୍ରା ପ୍ରସ୍ତୁତି ଜୋରଦାର, କଂସ ଭୂମିକାରେ ନୂଆ ଚେହେରା

November 27, 2026

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ଦରମା, ଅବସରକାଳୀନ ସହାୟତା ୩ ଲକ୍ଷ ଟଙ୍କା

November 27, 2026

ଆଣ୍ଡାମାନରେ ଶିକ୍ଷକଙ୍କୁ ଭାରତୀୟ ଜ୍ଞାନ ପରଂପରା ଉପରେ ପ୍ରଶିକ୍ଷଣ

November 27, 2026

ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି

November 27, 2026

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.