Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 
ଆଜିର ଖବର

ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

November 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ
ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଝାରସୁଗୁଡ଼ା ରେଳ ଷ୍ଟେସନଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ କିଛି ଟ୍ରେନ୍‌ର ଚଳାଚଳ ବାତିଲ, ମାର୍ଗ ପରିବର୍ତ୍ତନ, ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) ଏବଂ ନିୟନ୍ତ୍ରିତ ହେବ। ଏ ସମ୍ପର୍କିତ ବିବରଣୀ ନିମ୍ନରେ ଦିଆଗଲା।

ଟ୍ରେନ୍ ବାତିଲ

ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ଉଲ୍ଲେଖିତ ତାରିଖମାନଙ୍କରେ ବାତିଲ ରହିବ।

୧. ୧୮୧୨୫/୧୮୧୨୬ ରାଉରକେଲା–ପୁରୀ–ରାଉରକେଲା ଏକ୍ସପ୍ରେସ: ନଭେମ୍ବର ୨୯ରୁ ଡିସେମ୍ବର ୧୭, ୨୦୨୬ ପର୍ଯ୍ୟନ୍ତ।

୨. ୨୨୮୬୧ ହାୱଡ଼ା–କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ: ଡିସେମ୍ବର ୧୧, ୧୩, ୧୫ ଏବଂ ୧୭, ୨୦୨୬।

୩. ୨୨୮୬୨ କଣ୍ଟାବାଞ୍ଜି–ହାୱଡ଼ା ଇସ୍ପାତ ଏକ୍ସପ୍ରେସ: ଡିସେମ୍ବର ୧୨, ୧୪, ୧୬ ଏବଂ ୧୮, ୨୦୨୬।

୪. ୧୨୮୭୧ ହାୱଡ଼ା–ଜୁନାଗଡ଼ ଇସ୍ପାତ ଏକ୍ସପ୍ରେସ: ଡିସେମ୍ବର ୧୨, ୧୪ ଏବଂ ୧୬, ୨୦୨୬।

୫. ୧୨୮୭୨ ଜୁନାଗଡ଼–ହାୱଡ଼ା ଇସ୍ପାତ ଏକ୍ସପ୍ରେସ: ଡିସେମ୍ବର ୧୩, ୧୫ ଏବଂ ୧୭, ୨୦୨୬।

୬. ୧୮୩୦୯ ସମ୍ବଲପୁର–ଜମ୍ମୁ ତାୱି ଏକ୍ସପ୍ରେସ: ଡିସେମ୍ବର ୭, ୮, ୧୦, ୧୪ ଓ ୧୫, ୨୦୨୬।

୭. ୧୮୩୧୦ ଜମ୍ମୁ ତାୱି–ସମ୍ବଲପୁର ଏକ୍ସପ୍ରେସ: ନଭେମ୍ବର ୨୯ ଏବଂ ଡିସେମ୍ବର ୧୦, ୧୧, ୧୩, ୧୭ ଓ ୧୮, ୨୦୨୬।

୮. ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ: ଡିସେମ୍ବର ୧ ଏବଂ ଡିସେମ୍ବର ୭ରୁ ୧୫, ୨୦୨୬ ପର୍ଯ୍ୟନ୍ତ।

୯. ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ: ଡିସେମ୍ବର ୨ ଏବଂ ଡିସେମ୍ବର ୮ରୁ ୧୬, ୨୦୨୬ ପର୍ଯ୍ୟନ୍ତ।

୧୦. ୧୮୦୦୫ ହାୱଡ଼ା–ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ: ଡିସେମ୍ବର ୧୨ରୁ ୧୪, ୨୦୨୬ ପର୍ଯ୍ୟନ୍ତ।

୧୧. ୧୮୦୦୬ ଜଗଦଲପୁର–ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ: ଡିସେମ୍ବର ୧୪ରୁ ୧୬, ୨୦୨୬ ପର୍ଯ୍ୟନ୍ତ।

୧୨. ୧୮୪୦୩ ଭୁବନେଶ୍ୱର–ଧାନବାଦ ଏକ୍ସପ୍ରେସ: ଡିସେମ୍ବର ୧୧ ଏବଂ ୧୩, ୨୦୨୬।

୧୩. ୧୮୪୦୪ ଧାନବାଦ–ଭୁବନେଶ୍ୱର ଏକ୍ସପ୍ରେସ: ଡିସେମ୍ବର ୧୨ ଏବଂ ୧୪, ୨୦୨୬।

୧୪. ୧୮୧୧୭ ରାଉରକେଲା–ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ: ଡିସେମ୍ବର ୧୧ରୁ ୧୫, ୨୦୨୬ ପର୍ଯ୍ୟନ୍ତ।

୧୫. ୧୮୧୧୮ ଗୁଣୁପୁର–ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ: ଡିସେମ୍ବର ୧୨ରୁ ୧୬, ୨୦୨୬ ପର୍ଯ୍ୟନ୍ତ।

୧୬. ୬୮୦୩୧/୬୮୦୩୨ ଝାରସୁଗୁଡ଼ା–ସମ୍ବଲପୁର–ଝାରସୁଗୁଡ଼ା ମେମୁ: ଡିସେମ୍ବର ୧୭, ୨୦୨୬ ପର୍ଯ୍ୟନ୍ତ।

୧୭. ୬୮୦୩୩/୬୮୦୩୪ ଝାରସୁଗୁଡ଼ା–ସମ୍ବଲପୁର–ଝାରସୁଗୁଡ଼ା ମେମୁ: ଡିସେମ୍ବର ୧୭, ୨୦୨୬ ପର୍ଯ୍ୟନ୍ତ।

୧୮. ୨୨୮୩୯/୨୨୮୪୦ ରାଉରକେଲା–ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ: ଡିସେମ୍ବର ୧୧ରୁ ୧୫, ୨୦୨୬ ପର୍ଯ୍ୟନ୍ତ।

ଟ୍ରେନ୍‌ଗୁଡ଼ିକର ମାର୍ଗ ପରିବର୍ତ୍ତନ

ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ନିର୍ଦ୍ଧାରିତ ତାରିଖମାନଙ୍କରେ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ।

୧. ୧୮୪୭୮ ଯୋଗ ନଗରୀ ଋଷିକେଶ–ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ: ଡିସେମ୍ବର ୫ ଏବଂ ଡିସେମ୍ବର ୭ରୁ ୧୪, ୨୦୨୬ ପର୍ଯ୍ୟନ୍ତ ଏହି ଟ୍ରେନ୍ ଝାରସୁଗୁଡ଼ା–ରାଉରକେଲା–ଟାଟାନଗର–ହିଜଲି–ଭଦ୍ରକ–କଟକ ମାର୍ଗ ପରିବର୍ତ୍ତେ ଇବ୍–ଝାରସୁଗୁଡ଼ା ରୋଡ୍–ସମ୍ବଲପୁର ସିଟି–ଅନୁଗୁଳ–କଟକ ମାର୍ଗରେ ଚଳାଚଳ କରିବ।

୨. ସେହିପରି ୧୮୪୭୭ ପୁରୀ–ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ: ଡିସେମ୍ବର ୬ ରୁ ୧୫, ୨୦୨୬ ପର୍ଯ୍ୟନ୍ତ ଏହି ଟ୍ରେନ୍ କଟକ–ଭଦ୍ରକ–ହିଜଲି–ଟାଟାନଗର–ରାଉରକେଲା–ଝାରସୁଗୁଡ଼ା ମାର୍ଗ ପରିବର୍ତ୍ତେ କଟକ–ଅନୁଗୁଳ–ସମ୍ବଲପୁର ସିଟି–ଝାରସୁଗୁଡ଼ା ରୋଡ୍ ମାର୍ଗରେ ଚଳାଚଳ କରିବ।

୩. ୨୨୮୦୫ ଭୁବନେଶ୍ୱର–ଆନନ୍ଦ ବିହାର ଟର୍ମିନାଲ ସୁପରଫାଷ୍ଟ ଏକ୍ସପ୍ରେସ: ଡିସେମ୍ବର ୧୨, ୨୦୨୬ରେ ଏହି ଟ୍ରେନ୍ କଟକ–ଅନୁଗୁଳ–ଝାରସୁଗୁଡ଼ା–ରାଉରକେଲା–ଚକ୍ରଧରପୁର–ଗୋମୋ ମାର୍ଗ ପରିବର୍ତ୍ତେ କଟକ–ଭଦ୍ରକ–ହିଜଲି–ମିଦନାପୁର–ଆଦ୍ରା–ଗୋମୋ ମାର୍ଗରେ ଚଳାଚଳ କରିବ।

୪. ୨୦୮୧୮ ନୂଆଦିଲ୍ଲୀ–ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ: ଡିସେମ୍ବର ୬ ଏବଂ ୧୩, ୨୦୨୬ରେ ଏହି ଟ୍ରେନ୍ ଗୋମୋ–ଚକ୍ରଧରପୁର–ରାଉରକେଲା–ଝାରସୁଗୁଡ଼ା–ଅନୁଗୁଳ–କଟକ ମାର୍ଗ ପରିବର୍ତ୍ତେ ଗୋମୋ–ଆଦ୍ରା–ମିଦନାପୁର–ହିଜଲି–ଭଦ୍ରକ–କଟକ ମାର୍ଗରେ ଚଳାଚଳ କରିବ।

୫. ୨୨୮୦୬ ଆନନ୍ଦ ବିହାର ଟର୍ମିନାଲ–ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ: ଡିସେମ୍ବର ୧୪ ଏବଂ ୨୧, ୨୦୨୬ରେ ଏହି ଟ୍ରେନ୍ ଗୋମୋ–ଚକ୍ରଧରପୁର–ରାଉରକେଲା–ଝାରସୁଗୁଡ଼ା–ଅନୁଗୁଳ–କଟକ ମାର୍ଗ ପରିବର୍ତ୍ତେ ଗୋମୋ–ଆଦ୍ରା–ମିଦନାପୁର–ହିଜଲି–ଭଦ୍ରକ–କଟକ ମାର୍ଗରେ ଚଳାଚଳ କରିବ।

ଟ୍ରେନ୍‌ର ଆଂଶିକ ଯାତ୍ରା ସମାପ୍ତି ଓ ଆଂଶିକ ଯାତ୍ରା ଆରମ୍ଭ

ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକର ଯାତ୍ରା ଆଂଶିକ ଭାବେ ସମାପ୍ତ ହେବ ଏବଂ ଆଂଶିକ ଭାବେ ଆରମ୍ଭ ହେବ।

୧. ୧୫୦୨୮ ଗୋରଖପୁର–ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ: ଏହି ଟ୍ରେନ୍‌ର ଯାତ୍ରା ହାଟିଆଠାରେ ସମାପ୍ତ ହେବ। ନଭେମ୍ବର ୩୦, ଡିସେମ୍ବର ୬ ଏବଂ ଡିସେମ୍ବର ୮ରୁ ୧୫, ୨୦୨୬ ପର୍ଯ୍ୟନ୍ତ ହାଟିଆ–ସମ୍ବଲପୁର ମଧ୍ୟରେ ଏହାର ଚଳାଚଳ ବାତିଲ ରହିବ।

୨. ୧୫୦୨୭ ସମ୍ବଲପୁର–ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ: ଏହି ଟ୍ରେନ୍ ସମ୍ବଲପୁର ପରିବର୍ତ୍ତେ ହାଟିଆଠାରୁ ଯାତ୍ରା ଆରମ୍ଭ କରିବ। ଡିସେମ୍ବର ୧, ୭ ଏବଂ ଡିସେମ୍ବର ୯ରୁ ୧୬, ୨୦୨୬ ପର୍ଯ୍ୟନ୍ତ ସମ୍ବଲପୁର–ହାଟିଆ ମଧ୍ୟରେ ଏହାର ଚଳାଚଳ ବାତିଲ ରହିବ।

୩. ୨୦୮୩୬/୨୦୮୩୫ ପୁରୀ–ରାଉରକେଲା–ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ଟ୍ରେନ୍‌ର ଯାତ୍ରା ସମ୍ବଲପୁର ସିଟିଠାରେ ଆଂଶିକ ଭାବେ ସମାପ୍ତ ହେବ ଏବଂ ସେଠାରୁ ଆଂଶିକ ଯାତ୍ରା ଆରମ୍ଭ କରିବ। ଡିସେମ୍ବର ୭, ୯, ୧୧, ୧୨, ୧୩, ୧୪ ଏବଂ ୧୬, ୨୦୨୬ରେ ସମ୍ବଲପୁର ସିଟି–ରାଉରକେଲା ମଧ୍ୟରେ ଏହାର ଚଳାଚଳ ବାତିଲ ରହିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

ଆଧୁନିକୀକରଣ କାର୍ଯ୍ୟ ଚକ୍ରଧରପୁର ଡିଭିଜନ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ଦକ୍ଷିଣ ପୂର୍ବ ରେଳପଥ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ

November 29, 2026

ପରିସୀମନ ବିଲ୍ ପ୍ରସଙ୍ଗ: ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଲେ କଂଗ୍ରେସ ସାଂସଦ ଶଶି ଥରୁର

November 29, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପକୁ ଝଟକା: ଅକାଳୀ ଦଳରେ ଯୋଗଦେଲେ ବିଧାୟକ ଚରଣଜିତ ସିଂହ

November 29, 2026

ବିଜେପିରେ ଯୋଗ ଦେବେ ମହମ୍ମଦ ଶମି!: ନୀତିନ ନବୀନଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

November 29, 2026
Latest News

ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

November 29, 2026

ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ

November 29, 2026

ପରିସୀମନ ବିଲ୍ ପ୍ରସଙ୍ଗ: ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଲେ କଂଗ୍ରେସ ସାଂସଦ ଶଶି ଥରୁର

November 29, 2026

ନାଚୁଣୀ ମହାବିଦ୍ୟାଳୟ ଏବିଭିପି ପକ୍ଷରୁ ସାଙ୍ଗଠନିକ ବୈଠକ

November 29, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପକୁ ଝଟକା: ଅକାଳୀ ଦଳରେ ଯୋଗଦେଲେ ବିଧାୟକ ଚରଣଜିତ ସିଂହ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.