Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରାଜଧାନୀରେ ପୁଣି ଗ୍ୟାଙ୍ଗ୍‌ ଆତଙ୍କ! ଖଣ୍ଡାରେ ହାଣିଲେ, ବାଇକ୍‌ ଓ ଅଟୋ ଭାଙ୍ଗିଲେ
ଅପରାଧ

ରାଜଧାନୀରେ ପୁଣି ଗ୍ୟାଙ୍ଗ୍‌ ଆତଙ୍କ! ଖଣ୍ଡାରେ ହାଣିଲେ, ବାଇକ୍‌ ଓ ଅଟୋ ଭାଙ୍ଗିଲେ

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀରେ ପୁଣି ଖଣ୍ଡା ବୁଲିଲା। ଦିନକୁ ଦିନ ଅପରାଧୀଙ୍କ ଦୁଃସାହସ ବଢ଼ୁଥିବା ବେଳେ ଏବେ ଖୋଦ୍‌ ରାଜଧାନୀର ଏକ ବସ୍ତିରେ ଖଣ୍ଡାଧାରୀ ଯୁବକଙ୍କ ଆତଙ୍କ ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଳ୍ପନା ଛକ ନିକଟ କଦଳୀଗୋଦାମ ବସ୍ତିରେ ୧୫ରୁ ୨୦ ଜଣ ଯୁବକ ପଶି ହଣାକଟା କରିବା ସହ ଭଙ୍ଗାରୁଜା କରିଛନ୍ତି। ହାତରେ ଖଣ୍ଡା ଧରି ଆସିଥିବା ଏହି ଯୁବକମାନଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ହଠାତ୍‌ ଏଭଳି ଆକ୍ରମଣ ଯୋଗୁଁ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ଘଟିଛି। ହଠାତ୍‌ ୧୫ରୁ ୨୦ ଜଣ ଯୁବକ ଖଣ୍ଡା ଧରି କଦଳୀଗୋଦାମ ବସ୍ତିରେ ପଶିଥିଲେ। ସେଠାରେ ସେମାନେ ଲୋକଙ୍କୁ ଆକ୍ରମଣ କରିବା ସହ ହଣାକଟା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ ଜଣେ ଯୁବକ ରକ୍ତାକ୍ତ ହୋଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।

ଦୁର୍ବୃତ୍ତମାନେ କେବଳ ଲୋକଙ୍କୁ ଆକ୍ରମଣ କରି ନଥିଲେ, ବରଂ ବସ୍ତି ଓ ଏହାର ଆଖପାଖରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ଖଣ୍ଡାରେ ହାଣି ଅନେକ ବାଇକ୍‌ ଓ ଅଟୋକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ହଠାତ୍‌ ଏତେ ସଂଖ୍ୟକ ଯୁବକଙ୍କ ଆକ୍ରମଣ ଦେଖି ବସ୍ତିବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ଆତଙ୍କ ଖେଳାଇବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଧରିବା ପାଇଁ ତଦନ୍ତ ଓ ଛାନଭିନ୍‌ ଆରମ୍ଭ ହୋଇଛି। କେଉଁ କାରଣରୁ ଏହି ଆକ୍ରମଣ ଘଟିଲା, ଏଥିରେ କେଉଁମାନେ ସାମିଲ ଥିଲେ ଏବଂ ଏହା ପଛରେ ଥିବା ପୂର୍ବ ଶତ୍ରୁତାର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଚାଲିଛି।

କଦଳୀଗୋଦାମ ବସ୍ତିରେ ଏଭଳି ଗଣ୍ଡଗୋଳ ଓ ହଣାକଟା ଘଟଣା ପ୍ରଥମ ନୁହେଁ। କିଛିଦିନ ପୂର୍ବରୁ ମଧ୍ୟ ଏଠାରେ ଏଭଳି ହିଂସାକାଣ୍ଡ ଘଟିଥିବା ସୂଚନା ରହିଛି। ବାରମ୍ବାର ଗଣ୍ଡଗୋଳ, ଖଣ୍ଡାରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଭଳି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଖଣ୍ଡାଧାରୀ ଗୋଷ୍ଠୀଙ୍କ ଆତଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ଏବେ ଅପେକ୍ଷା, ପୁଲିସ କେବେ ଆକ୍ରମଣକାରୀଙ୍କୁ ଧରୁଛି ଏବଂ ଏଭଳି ହିଂସା ରୋକିବାକୁ କି ପଦକ୍ଷେପ ନେଉ

କଳ୍ପନା ଛକ ଖବର ଖଣ୍ଡାରେ ଆକ୍ରମଣ ଦଳୀଗୋଦାମ ବସ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରେ ଅଘଟଣ ଟଳିଲା, ଯୁବତୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

November 29, 2026

ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ସୁଦ

November 29, 2026

ଡିଜିପି ରେସ୍‌ରେ ୪ ଆଇପିଏସ୍‌

November 29, 2026

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

November 29, 2026
Latest News

ରାଜଧାନୀରେ ପୁଣି ଗ୍ୟାଙ୍ଗ୍‌ ଆତଙ୍କ! ଖଣ୍ଡାରେ ହାଣିଲେ, ବାଇକ୍‌ ଓ ଅଟୋ ଭାଙ୍ଗିଲେ

November 29, 2026

ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରେ ଅଘଟଣ ଟଳିଲା, ଯୁବତୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

November 29, 2026

ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ସୁଦ

November 29, 2026

ଡିଜିପି ରେସ୍‌ରେ ୪ ଆଇପିଏସ୍‌

November 29, 2026

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.