ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁର୍ପାଶ୍ୱରୁ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାରେ ପୁଣି ଜାରି ରହିବ। ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବଡ଼ ଆଖଡ଼ା ମଠ ଭାଙ୍ଗିବା ପ୍ରକ୍ରିୟା ସ୍ଥଗିତ ଥିବା ବେଳେ ଆଜି ୧୫ଜଣିଆ କିମିଟି ଓ ପୁରୀ ଜିଲ୍ଲାପାଳଙ୍କ ବୈଠକ ବିଫଳ ହୋଇଛି । ଉଚ୍ଛେଦ ବନ୍ଦ ପାଇଁ ୧୫ଜଣିଆ ପ୍ରତିନିଧି ଦଳର ଦାବୀକୁ ଜିଲ୍ଲାପାଳ ଅଗ୍ରାହ୍ୟ କରିଥିବା ବୈଠକ ପରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରତିକ୍ରିୟା ଦେଇଛନ୍ତି । ସୁରକ୍ଷା ଓ ବିନା ଆଲୋଚନାରେ ଉଚ୍ଛେଦ କରାଯିବା ପ୍ରତିବାଦରେ ଆଜି ଏକ ୧୫ ଜଣିଆ କମିଟି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହଙ୍କୁ ଭେଟିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ୭୫ମିଟର ପରିଧି ଯାଏଁ ଉଚ୍ଛେଦ ସ୍ଥଳରେ ସରକାର କ’ଣ କରିବାକୁ ଯୋଜନା ରଖିଛନ୍ତି ସେ ବ୍ଲୁ ପ୍ରିଣ୍ଟକୁ କାହିଁକି ସାମ୍ନାକୁ ଅଣାଯାଉ ନାହିଁ ବୋଲି କମିଟି ପ୍ରଶ୍ନ ଉଠାଇଥିଲା। ୧୫ଜଣିଆ କମିଟିରେ ଓକିଲ ସଂଘର କାର୍ଯ୍ୟକର୍ତ୍ତା, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୂର୍ବରୁ ଉଚ୍ଛେଦ ହୋଇ କ୍ଷତିପୂରଣ ପାଇ ନ ଥିବା ବ୍ୟକ୍ତି ସାମିଲ ଥିଲେ । ଉଚ୍ଛେଦ ବନ୍ଦ ପାଇଁ ୧୫ଜଣିଆ ପ୍ରତିନିଧି ଦଳର ଦାବୀକୁ ଜିଲ୍ଲାପାଳ ଅଗ୍ରହ୍ୟ କରିଥିବା ଜଣାପଡ଼ିଛି । ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ । ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କୁ ସୁବିଧାକୁ ଗୁରୁତ୍ୱ ଦେଉଛି ପ୍ରଶାସନ । ଉଚ୍ଛେଦ ନେଇ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବ କହିଛି ୧୫ଜଣିଆ ପ୍ରତିନିଧି ଦଳ । ବୈଠକ ବିଫଳ ହେବା ପରେ ପ୍ରଶାସନ ପକ୍ଷରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯିବ ।