ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଆଜି ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ନେବା ପରେ ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣୀ କରାଯିବ ଓ ଏହା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ମାନବାଧିକାର ଉଲଘଂନ ହେଲେ କାହାରିକୁ ଛଡ଼ାଯିବ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ । ଚଳିତ ବର୍ଷ ଅଗଷ୍ଟ ୧୯ରେ ଏକ ବୈଠକ କରାଯାଇ ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ପଦ ପାଇଁ ୩ଜଣଙ୍କ ନାଁ ସୁପାରିସ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ସୁପାରିସକୁ ଅନୁମୋଦନ କରି ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ ।