ଲିଭ ଇନ ରିଲେସନସିପ ଉପରେ ତୁରନ୍ତ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କୁ ରାଜସ୍ଥାନ ମାନବାଧିକାର ଆୟୋଗ ଆଦେଶ ଦେବା ସହ ଏହାକୁ ରୋକିବା ଲାଗି ସରକାରଙ୍କୁ ଉପାୟ ଚିନ୍ତା କରିବାକୁ କହିଛନ୍ତି। ବୁଧବାର ରାଜସ୍ଥାନ ରାଜ୍ୟ ମାନବାଧିକାର ଆୟୋଗ ରାଜ୍ୟରେ ବଢୁଥିବା ଲିଭ ଇନ ରିଲେସନସିପ ମାମଲା ଏବଂ ମହିଳାମାନଙ୍କୁ ସମ୍ମାନର ସହ ଜିଇଁବାର ଅଧିକାର ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାନବାଧିକାର ଆୟୋଗ ର ଅଧ୍ୟକ୍ଷ ଜଷ୍ଟିସ ପ୍ରକାଶ ତାଟିଆ ଏବଂ ଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ରାଜ୍ୟର ମୁଖ୍ୟ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଏନେଇ ଏକ ଆଇନ ଆଣିବାକୁ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଲିଭ ଇନ ରିଲେସନସିପକୁ ନେଇ କେତେକ ମାମଲା ଆସିବା ପରେ କିଛି ମାସ ପୂର୍ବରୁ ଲିଭ ଇନ ରିଲେସନସିପ ରେ ରହୁଥିବା ମହିଳାଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ପରାମର୍ଶ ମଗା ଯାଇଥିଲା। ସମସ୍ତଙ୍କର ପରାମର୍ଶ ଏବଂ ସେମାନଙ୍କର ଆଇନଗତ ରାୟ ଆୟୋଗଙ୍କୁ ମିଳିବା ପରେ ଆୟୋଗ ଏନେଇ ରାଜ୍ୟସରକାରଙ୍କୁ ଲିଭ ଇନ ରିଲେସନସିପକୁ ରୋକିବା ପାଇଁ ଆଇନ ଆଣିବା ଉପରେ ପ୍ରଯତ୍ନ କରିବା ଜରୁରୀ ବୋଲି କହିଛନ୍ତି। ଯଦି ଏହିପରି ଆଧିକ ସଂଖ୍ୟକ ସମ୍ପର୍କ ରହିଛି, ତେବେ ଏ ସମସ୍ତଙ୍କୁ ପଞ୍ଜୀକରଣ କରିବା ନେଇ ଆଦେଶ ରହିଛି। ମାନବଧୀକାର କହିଛନ୍ତି ଯେ ସମସ୍ତ ଙ୍କର ସମ୍ମାନର ସହ ବଂଚିବା ର ଅଧିକାର ରହିଛି ଏବଂ ଏହି ଅଧିକାର ମଧ୍ୟ ସମ୍ବିଧାନର ମୂଳ ଅଧିକାରରେ ଅନ୍ତର୍ଭୁକ୍ତ ଅଛି।