ଆଜି ସେପ୍ଟେମ୍ବର 5 ତାରିଖ ଗୁରୁ ଦିବସ । ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର 5 ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ କରାଯାଇଥାଏ । ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ନେଉଛନ୍ତି। ରାଧାକ୍ରିଷ୍ଣନଙ୍କର ଜନ୍ନତିଥିକୁ ଜାତୀୟସ୍ତରରେ 1962 ମସିହା ପରଠାରୁ ପାଳନ ହୋଇ ଆସୁଛି ।